ଜେନାପୁର/୨୬/୦୨(ସନ୍ଧାନ ନ୍ୟୁଜ):ଓଁ ଶ୍ରୀ ଶ୍ରୀ ମଦନମୋହନ ଜୀଉ ନମୋ ନମଃ,ଏକ ବ୍ରହ୍ମ ଟ୍ରାୟୋ ଭାଗା ବ୍ରହ୍ମା ବିଷ୍ଣୁ ମହେଶ୍ୱର, ଧର୍ମଶାଳା ବ୍ଲକ ଅନ୍ତର୍ଗତ ଏଣ୍ଡଳବା ପଞ୍ଚାୟତ ଅଧୀନ ମାଳହାଟ ଠାରେ ଚଳିତ ମାସ ଫାଲଗୁନ ଶୁକ୍ଲପକ୍ଷ ସପ୍ତମୀ ତିଥି ଇଂରାଜୀ ତାରିଖ ୨୩/୦୨/୨୬/ ତାରିଖ ସୋମବାର ଠାରୁ ଆରମ୍ଭ ହୋଇଯାଇଛି ମାଳ ହାଟର ଷଷ୍ଟଦଶ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ, ପାଞ୍ଚ ଦିନ ବ୍ୟାପି ପ୍ରଭୁ ନାରାୟଣ ଗୋସେଇଁଙ୍କ ଷଷ୍ଠଦଶ ବାର୍ଷିକ ଯଜ୍ଞ ମହା ଆଡମ୍ବରରେ ଅନୁଷ୍ଠିତ ହେଉଛି। ଏହି ଯଜ୍ଞ ଉତ୍ସବ ରେ ସୋମବାର ଏକ ବିରାଟ କଳସ ଶୋଭାଯାତ୍ରାରେ ବ୍ରାହ୍ମଣୀ ନଦୀରୁ ମହିଳା ଓ ପୁରୁଷ କଳସଧାରୀ ସାମିଲ ହୋଇଥିଲେ। ରବିବାର ଅଙ୍କୁରାରୋପଣ, ସୋମବାର କଳସାଧିବାସ ଓ ଯଜ୍ଞ ଆରମ୍ଭ, ମଙ୍ଗଳବାର ଅଗ୍ନି ସ୍ଥାପନ ସୂର୍ଯ୍ୟପୂଜା, ଗୋ ପୂଜା ଗୀତା ଯଂଜ୍ଞ,ଚଣ୍ଡୀପାଠ,ଯଜ୍ଞ କର୍ମ, ସମ୍ପନ୍ନ ହୋଇଛି। ସେହିପରି ପ୍ରତ୍ୟେକ ଦିନ ରୀତିନୀତି ଅନୁଯାୟୀ ସମସ୍ତ କାର୍ଯ୍ୟ ସମ୍ପାଦନ ହେବା ସହିତ ଶୁକ୍ରବାର ପୂର୍ଣ୍ଣାହୁତି ର କାର୍ଯ୍ୟକ୍ରମ ରହିଛି। ବିଶିଷ୍ଟ ପଣ୍ଡିତ ଙ୍କ ଦ୍ଵାରା ଏହି ଯଜ୍ଞ କାର୍ଯ୍ୟ ସମ୍ପାଦନ ହେଉଛି।ଏହି ଯଜ୍ଞ ଉତ୍ସବରେ ଛୋଟ ପିଲାଙ୍କ ପାଇଁ ଦୋଳି, ମିନା ବଜାର ଓ ସୁସଜ୍ଜିତ ଅଲୋକମାଳା ମେଳା କୁ ଖୁବ ଆକର୍ଷଣୀୟ କରିଥିବା ବେଳେ ପ୍ରତ୍ୟେକ ସନ୍ଧ୍ୟାରେ,ନାମ ସଂକୀର୍ତ୍ତନ , ଭଜନ ସମାରୋହ,ନୁର୍ତ୍ୟ, ଏବଂ ବିଭିନ୍ନ ପ୍ରକାର ମ୍ୟାଜିକ ଶୋ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ପ୍ରତ୍ୟେକ ଦିନ ଆନନ୍ଦ ବଜାରରେ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଛି । ପଞ୍ଚାୟତ ବାସୀଙ୍କ ପକ୍ଷରୁ ପୁର୍ଣ୍ୟ ସହଯୋଗ ରହିଥିବା ବେଳେ, ଆଗାମୀ ମାର୍ଚ୍ଚ ୦୫/୦୩/୨୬ ରେ ହେବାକୁ ଥିବା ବହୁ ପୁରାତନ (୭୮) ତମ ମାଳହାଟ ମେଳଣ ପର୍ବ, ଏଥିରେ ପାଖା ପାଖି ଦଶ ରୁ ବାରଟି ବିମାନ ମେଲଣରେ ଯୋଗ ଦେବାକୁ ପ୍ରତିଶୃତି ଦେଇଥିବା କମିଟି ପକ୍ଷରୁ ସୂଚନା, ଆଖପାଖ ପଡୋଶୀ ଗ୍ରାମ ଓ ଜନସାଧାରଣ ସହଯୋଗ ରହିଥିବା ବେଳେ। ଏହି ଯଜ୍ଞ ଉତ୍ସବ ମେଳାରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ଯୋଗ ଦେଉଥିବା ଦେଖିବାକୁ ମିଳୁଛି,,
ଷଷ୍ଠଦଶ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଓ ୭୮ ତମ ମାଳହାଟ ଦ୍ୱିତୀୟ ଦୋଳ ମେଳଣ ପର୍ବ
|
February 26, 2026 |



