ଧର୍ମଶାଳା ୧୫/୧୧ (ସନ୍ଧାନ ନିଉଜ) : ରାଜ୍ୟ ସତ୍ୟସାଇ ସେବା ସଂଗଠନ ଆନୁକୂଲ୍ୟରେ ଜାରକା ସତ୍ୟସାଇ ସେବା ସମିତି ପକ୍ଷରୁ ଆୟୋଜିତ ହେବାକୁ ଥିବା ଭଗବାନ ଶ୍ରୀ ସତ୍ୟସାଇ ରିହାବିଟେସନ ପୋଗ୍ରାମ୍ ପଣ୍ଡୁଆ ସ୍ଥିତ ସାଇ ଆରୋଗ୍ୟମ୍ ପରିସରରେ ରାଜ୍ୟ ଟ୍ରଷ୍ଟ ବୋର୍ଡର ସଦସ୍ୟ ରଶ୍ମୀ ରଂଜନ ରାୟ ଓ ଜିଲ୍ଲା ସଂଗଠନ ସଭାପତି ଆବାସ କୁମାର ମଜୁମ୍ଦାରଙ୍କ ଅଧ୍ୟକ୍ଷତାରେ ବୁଧବାର ସନ୍ଧ୍ୟାରେ ପ୍ରସ୍ତୁତି ବୈଠକରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ ସମିତିର ଆବାହକ ପବିତ୍ର ମୋହନ ବିଶ୍ୱାଳ, ଭଜନାନନ୍ଦ ସାମଲ, ବଟକୃଷ୍ଣ ମଲ୍ଲିକ, ଅର୍ଜ୍ଜୁନ ଚରଣ ରାଉତ, ଯତୀନ୍ଦ୍ର ମୋହନ ଦାସ, ପ୍ରକାଶ ଚନ୍ଦ୍ର ନାୟକ, ବିକ୍ରମ କେଶରୀ ମହାନ୍ତି, ରଂଜନ କୁମାର ସାହୁ, କେଶବ ଚନ୍ଦ୍ର ଓଝା ସମେତ କଲଣ ଓ କୁଆଖିଆ ସମିତିର ଆବାହକ ଭାଇମାନେ ଯୋଗ ଦେଇଥିଲେ । ଚଳିତ ମାସ ୧୭ ତାରିଖରେ ହେବାକୁ ଥିବା ସତ୍ୟସାଇ ରିହାଟିଟେସନ ପୋଗ୍ରାମ (ଏସ୍. ଆର.ପି)କୁ ରାଜ୍ୟ ସତ୍ୟସାଇ ସେବା ସଂଗଠନର ସଭାପତି ନାରାୟଣ ପ୍ରସାଦ ସର, ଉପସଭାପତି ସତ୍ୟ ସ୍ୱରୂପ ପଟ୍ଟନାୟକ, ଟ୍ରଷ୍ଟ ସଦସ୍ୟ ସୁଶାନ୍ତ କୁମାର ପଟ୍ଟନାୟକ, ରଶ୍ମୀ ରଂଜନ ରାୟ, ରାଜ୍ୟ ଡିଜାଷ୍ଟାର ମ୍ୟାନେଜ୍ମେଂଟ ଆବାହକ ସୁବ୍ରତ କୁମାର ରାଉତ, ରାଜ୍ୟ ରିହାବିଟେସନ ସହସଂଯୋଜକ ଡ. ବିଷ୍ଣୁ ପ୍ରସାଦ ସର ଯୋଗ ଦେବେ କାର୍ଯ୍ୟକ୍ରମ ରହିଛି । ପ୍ରଶାନ୍ତି ନିଳୟମ୍ରେ (ଯାଜପୁର, ଢ଼େଙ୍କାନାଳ କେନ୍ଦ୍ରାପଡା ଜିଲ୍ଲାର) ହୃଦ୍ରୋଗର ବିଭିନ୍ନ ପ୍ରକାର ଅସ୍ତୋପଚାର ହୋଇଥିବା ରୋଗୀମାନେ ଏଥିରେ ଯୋଗଦେଇ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ସ୍ୱାସ୍ଥ୍ୟ ସଂପର୍କୀୟ ଅବସ୍ଥାନ ସଂପର୍କରେ ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ୱାରା ଚିକିସôିତ ହେବେ ସଙ୍ଗେ ସଙ୍ଗେ ପୁନଃ ସ୍ୱାସ୍ଥ୍ୟ ଲାଭ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହେବ ବୋଲି ଶ୍ରୀ ବିଶ୍ୱାଳ ସୂଚନା ଦେଇଛନ୍ତି ।
ଶ୍ରୀ ସତ୍ୟସାଇ ରିହାବିଟେସନ ପୋଗ୍ରାମ୍ ପ୍ରସ୍ତୁତିବୈଠକ
|
November 15, 2019 |



