ଧର୍ମଶାଳା, ୫/୩ (ସନ୍ଧାନ ନିୟୁଜ) ଧର୍ମଶାଳା ବ୍ଲକ ଏଣ୍ଡଳବା ପଂଚାୟତ ଅଧିନ ମାଳ ଗ୍ରାମରେ ଜାଗର ଓ ମହାଶିବରାତ୍ରି ବୋହୁ ଆଡମ୍ବର ସହକାରେ ପାଳିତ ହୋଇଯାଇଛି,ସକାଳ ଧୂପ ପହଡ଼ି ଭୋଗ ସନ୍ଧ୍ୟା ଆଳତି କରାଯାଇ ପରି ଶେଷରେ ମନ୍ଦିର ଉପରକୁ ମହାଦୀପ ଉଠିଥିଲା।ବୋହୁ ଭକ୍ତ ଓ ଶ୍ରଦ୍ଧାଳୁ ଉପବାସ ରହି ଦୀପଜାଳି ନିଜର ଜାଗର ବ୍ରତ ସମାପନ କରିଥିଲେ,
ଏହି ଅବସରରେ ମାଳଗ୍ରାମବାସୀଙ୍କ ତରଫରୁ କଲାଣ୍ଡ, ରେଖିଦେଇପୁର, ପାଇକରାପୁର,ଏଣ୍ଡଳବାର କ୍ରୀତନ ମଣ୍ଡଳୀ ମାନେ ଆସି ଭଜନ କ୍ରୀତନ ପରିବେଷଣ କରିଥିଲେ, ଆଖ ପାଖ ବୋହୁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡଲାଗିଥିଲା ଭଜନ କ୍ରୀତନ କୁ ଉପଭୋଗ କରିବା ସଙ୍ଗେ ଶ୍ରୀ ଲୋକନାଥଙ୍କ କରୁଣାଲାଭ କରିଥିଲେ,ନିମନ୍ତ୍ରିତ ହୋଇ ଆସିଥିବା କ୍ରୀତନ ମଣ୍ଡଳୀମାନଙ୍କୁ ମାନ ପତ୍ର ଓ ସିଲ କପ ଦେଇ ସନମାନିତ କରିଥିଲେ, ମଧ୍ୟାନରୁ ରାତ୍ର ପର୍ଯନ୍ତ ଆନନ୍ଦ ବଜାର ଖୋଲାଯାଇଥିଲା, ଏଥିରେ ମାଳ ଗ୍ରାମର ଶାନ୍ତି କମିଟିର ସଦସ୍ୟ ଓ ଗ୍ରାମବାସୀମାନେ ସହଯୋଗ କରିଥିଲେ।
Report-Prasanta Samal