ଯାଜପୁର, ୨୪/୦୨/୨୦ (ସନ୍ଧାନ ନିୟୁଜ୍/ପ୍ରଶାନ୍ତ ସାମଲ) : ସମଗ୍ର ଅଞ୍ଚଳରେ ଅଖଣ୍ଡ ଶାନ୍ତି ମୈତ୍ର ଓ ସଂହତି ପ୍ରତିଷ୍ଠା କରିବା ନିର୍ମିତ, ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିଙ୍ଗଲ ଗ୍ରାମ ପଞ୍ଚାୟତ ଅଧିନ କାଇଥା ଗ୍ରାମସ୍ଥ ଶ୍ରୀ ଶ୍ରୀ ମୁକ୍ତେଶ୍ଵର ମହାଦେବଙ୍କ ନୂତନ ମନ୍ଦିରପ୍ରତିଷ୍ଠା ଓ ଜାଗର ମହଉତ୍ସବ ୨୧ ତାରିଖ ଅପରାହ୍ନରେ ଉଦଯାପିତ ହେଇଯାଇଛି । ସ୍ଥାନୀୟ କାଇଥା ଗ୍ରାମବାସୀଙ୍କ ପୂର୍ଣ୍ଣ ସହଯୋଗରେ ପ୍ରତ୍ୟକ୍ଷ ତତ୍ୟ।ବଧାନକ୍ରମେ ଗତ ୧୭ ତାରିଖ ଠାରୁ ୨୧ ରିଖ ପର୍ଯ୍ୟନ୍ତ ଆୟୋଜିତ ହେଇଥିବା ଏହି ମନ୍ଦିର ପ୍ରତିଷ୍ଠାଉତ୍ସବରେ କାର୍ଯ୍ୟନିର୍ଘଣ୍ଟ ଅନୁଯାୟୀ ଭିନ୍ନ ଭିନ୍ନ ଦିବସରେ ,ଅଙ୍କୁରା ରୋପଣ, ବ୍ରତଉତ୍ସବପାଳନ, କଳସ ଯାତ୍ରା, ନଗର ପରିକ୍ରମା, ଅଧିବାସନିତ୍ୟକର୍ମ, ସୂର୍ଯ୍ୟପୂଜା, ଗୋପୂଜା,ଗୁରୁ ପୂଜା, ଘୃତହୁତି,ମହାଶିବରାତ୍ରି, ପୂର୍ଣ୍ଣ ଆହୁତି, ଏବଂ ସାଧୁ ମିଳନ ଆଦି ବିବିଧ ଆଧ୍ୟତ୍ମାତିକ କାର୍ଯ୍ୟକ୍ରମ ଯଥାବିଧି ସମ୍ବବ ରୂପେ ସମ୍ପାଦିତ ହୋଇଥିଲା ।ଏହାଛଡ଼ା ଆକର୍ଷଣୀୟ ମନୋରଞ୍ଜନ ଧର୍ମୀ ଖୁବ ଉପଭୋଗ୍ୟ ହୋଇଥିଲା। ପ୍ରତ୍ୟହ ଏଠାରେ ଅଞ୍ଚଳରୁ କୋଣ ଅନୁକୋଣରୁ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ସମାଗମ ପରିଲକ୍ଷିତ ହୋଇଥିଲା । ଏବଂ ସନ୍ଧ୍ୟାରେ ବହୁ ଭକ୍ତ ଉପବାସ ରହି ଜାଗର ଜାଲିଥିଲେ ରାତ୍ର ୧୨ ଟା ପରେ ମହାଦୀପ ଉଠିଥିଲା ।ସ୍ଥାନୀୟ ଆରକ୍ଷୀ ବାହିନୀ ତରଫରୁ ଶାନ୍ତି ସୁଙ୍ଖଳାରକ୍ଷାକରା ଯାଇଥିଲା ।
ଶ୍ରୀ ଶ୍ରୀ ମୁକ୍ତେଶ୍ଵର ମହାଦେବଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଓ ମହାଶିବରାତ୍ରି ଉତ୍ସବ
|
February 24, 2020 |



