କଟକ (ସନ୍ଧାନ ନିଉଜ) ସ୍ୱାମୀ ବିବେକାନନ୍ଦ ଯୁବ ସଂସଦ ପକ୍ଷରୁ ଦ୍ୱାଦଶ ଇ-ପାଠ୍ୟଚକ୍ର ଗୁଗଲ୍ ମିଟ୍ ମାଧ୍ୟମରେ ତା ୩୦/୦୮/୨୦୨୦, ରବିବାର ଅପରାହ୍ନ ୩ ଘଟିକା ବେଳେ ଆୟୋଜିତ ହେଇଯାଇଅଛି ।ଏଥିରେ ଜଗନ୍ନାଥ ସଂସ୍କୃତି ଗବେଷକ ଡ. ଅମ୍ବରୀଶ ଶତପଥି ମୁଖ୍ୟବକ୍ତା ଭାବେ ଯୋଗଦାନ କରି ବିଭିନ୍ନ ଶ୍ଳୋକ, ଉପାଖ୍ୟାନ ଏବଂ କିମ୍ବଦନ୍ତି ମାନଙ୍କରେ ଶୈବ,ଶାକ୍ତ,ସୌର୍ୟ୍ୟ,ଗାଣପତ୍ୟ, ବୌଦ୍ଧ ଏବଂ ଜୈନ ଧର୍ମର କିଭଳି ସମନ୍ୱୟ ଦେଖିବାକୁ ମିଳେ ତାହାର ବ୍ୟାଖ୍ୟାନ କରିଥିଲେ । ଆଜୀବନ ସଦସ୍ୟ,ସଂଗଠନର ଟ୍ରଷ୍ଟି ତଥା ପ୍ରସିଦ୍ଧ ପାଲାଗାୟକ ଶ୍ରୀ ସୁରେନ୍ଦ୍ରନାଥ ଛୋଟରାୟ ପୌରହିତ୍ୟ କରିଥିବା ସ୍ଥଳେ ଆଜୀବନ ସଦସ୍ୟ ତଥା ବରଗଡ ଘେଁସ୍ ମହାବିଦ୍ୟାଳୟର ଅର୍ଥନୀତି ଅଧ୍ୟାପକ ଶ୍ରୀ ଗୌତମ ସାମଲ ସଂଯୋଜନା କରିଥିଲେ ।ପ୍ରାରମ୍ଭରେ ୱେବିନାର୍ ମୁଖ୍ୟ ସଂଯୋଜକ ଅରୁଣ କୁମାର ତ୍ରୀପାଠି ମଙ୍ଗଳାଷ୍ଟକ ପରିବେଷଣ କରିଥିବା ସ୍ଥଳେ ବିବେକାନନ୍ଦ ଯୁବସଂସଦ ପାଠ୍ୟଚକ୍ର ପରିଚାଳନା ସମିତି ର ଶାବେରୀ ଦଳର ଶ୍ରୀ ସନ୍ଦିପ କୁମାର ପଣ୍ତା ଏବଂ ସୁଶ୍ରୀ ସତ୍ୟସ୍ନିଗ୍ଧା ପ୍ରିୟଦର୍ଶିନି ସଭା ପରିଚାଳନା କରିଥିଲେ ।ସଂସଦର ଆଜୀବନ ସଦସ୍ୟା ତଥା ଉତ୍ତର ସମ୍ଭାଗ ସଂସଦର ସଂଯୋଜିକା ଗୀତାଞ୍ଜଳୀ ମହୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।ସଭାଶେଷରେ ସମେବେତ ଶାନ୍ତିପାଠ କରାଯାଇ ଜଗତ କଲ୍ୟାଣ କାମନା କରାଯାଇଥିଲା l ଆଗାମୀ ରବିବାର ଅପରାହ୍ନ ୩ ରୁ ୪.୩୦ ମଧ୍ୟରେ ସ୍ୱାମି ବିବେକାନନ୍ଦଙ୍କ ଉଦାରବାଦିତାର ପୁନଃରୁଦ୍ଧାର ବିଷୟରେ ୱେବିନାର୍ ଆୟୋଜନ ହେବ ବୋଲି ଅନୁଷ୍ଠାନର ସମ୍ପାଦକ ଡ. ଚିତ୍ତରଞନ ନାୟକ ସୂଚନା ପ୍ରଦାନ କରିଥିଲେ।
ଶ୍ରୀ ଜଗନ୍ନାଥ ସଂସ୍କୃତିରେ ସର୍ବଧର୍ମ ସମନ୍ୱୟ ବିଷୟକ ୱେବିନାର୍ ଆୟୋଜିତ
|
August 30, 2020 |



