ଶ୍ରୀ ଜଗନ୍ନାଥ ଜୀଉଙ୍କ ପବିତ୍ର ରଥଯାତ୍ରା-୨୦୨୨ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ।

Spread the love

ଯାଜପୁର, ୦୪ା/୦୬/୨୦୨୨ (ସନ୍ଧାନ ନିଉଜ) : ଯାଜପୁର ସହରରେ ଅବସ୍ଥିତ ଶ୍ରୀ ଜଗନ୍ନାଥ ଜୀଉଙ୍କ ପବିତ୍ର ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଶୁକ୍ରବାର ଅପରାହ୍ନରେ ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ତଥା ତହସିଲଦାର ଜ୍ୟୋତିକାନ୍ତ ଭୁଜବଳଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଯାଜପୁର ମ୍ୟାନେଜିଂ ଟ୍ରଷ୍ଟି ତଥା ତହସିଲଦାର ଉପସ୍ଥିତ ସମସ୍ତ ସଦସ୍ୟ ମାନଙ୍କୁ ସ୍ୱାଗତ କରିବା ସହ ବୈଠକର ଉଦେ୍ଦଶ୍ୟ ସଂପର୍କରେ ଅବଗତ କରାଇଥିଲେ । ପାରମ୍ପରିକ ରୀତି ନୀତି ଅନୁସାରେ ବିଗତ ବର୍ଷ ମାନଙ୍କରେ ଯେପରି ରଥଯାତ୍ରା ପାଳିତ ହେଉଥିଲା, ସେହିପରି ଭାବେ ଚଳିତ ବର୍ଷ ମଧ୍ୟ ରଥଯାତ୍ରା ନୀତି ସମ୍ପନ୍ନ ହେବ । ଚଳିତ ବର୍ଷ ଦେବୀ ଶୁଭଦ୍ରାଙ୍କ ରଥ କେବଳ ମହିଳା ମାନେ ଟାଣିବା ପାଇଁ ବୈଠକରେ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା । ଏହାର ସୁ ସମ୍ପାଦନ ନିମନ୍ତେ ଯାଜପୁର ପୈାର ପାଳିକାର ଅଧ୍ୟକ୍ଷା ରଞ୍ଜୁଲତା ହୋତା ଙ୍କୁ ସଦସ୍ୟ ମାନେ ଅନୁରୋଧ କରିଥିଲେ । ଊକ୍ତ ଦିନ ରଥଯାତ୍ରାର ସିଧା ପ୍ରସାରଣ ପାଇଁ ସ୍ଥାନୀୟ କେବୁଲ ଅପରେଟର ମାନଙ୍କ ସହିତ ଯୋଗାଯୋଗ କରାଯାଇ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯିବ । ସେହିପରି ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା କାଠ ଏବଂ ଆନୁସଙ୍ଗିକ ବୈଷୟିକ ବ୍ୟବସ୍ଥା କରିବାକୁ ରଥ କାରୀଗରଙ୍କୁ ନିଦେ୍ର୍ଦଶ ଦିଆଯାଇଥିଲା । ରଥଟଣା ଦିନ ସମ୍ଭାବ୍ୟ ଗହଳିକୁ ଆଖି ଆଗରେ ରଖି ଏବଂ ଶ୍ରୀ ଜୀଉଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଆନୁସଙ୍ଗିକ ପୋଲିସ ବ୍ୟବସ୍ଥାସହ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଆମ୍ୱୁଲାନ୍ସ ଓ ମେଡିକାଲ ଟିମ୍ ଉପସ୍ଥିତ ରହିବେ । ଶ୍ରୀଗୁଣ୍ଡିଚା ଦିନ ଠାରୁ ବାହୁଡା ଯାତ୍ରା ଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବ । କେଉଁ ଦିନ କେଉଁ ସାଂସ୍କୃତିକ ଅନୁଷ୍ଠାନ କାର୍ଯ୍ୟକ୍ରମ ପରିବେଷଣ କରିବେ ତାହା ପରବର୍ତ୍ତୀ ବୈଠକରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ । ସେହିପରି ଶ୍ରୀ ଜୀଊଙ୍କ ମାଉସୀ ମା ମନ୍ଦିର ରହଣୀ ସମୟରେ ମନ୍ଦିରର ଗର୍ଭଗୃହ ମରାମତି ଏବଂ ରଙ୍ଗ କାମ କରିବାକୁ ମନ୍ଦିର ସେବାୟତ ମାନେ ତହସିଲଦାରଙ୍କୁ ପ୍ରସ୍ତାବ ଦେଇଥିଲେ । ସର୍ବୋପରି ଆଗାମୀ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ସଂପନ୍ନ କରିବା ପାଇଁ ଯାଜପୁର ଜନସାଧାରଣଙ୍କ ସହଯୋଗ କାମନା କରାଯାଇଥିଲା । ଶେଷରେ ଟ୍ରଷ୍ଟ ବୋର୍ଡ ସଦସ୍ୟ ତଥା ମା’ ଟିଭିର ସଂପାଦକ ୰ ପ୍ରଭାତ କୁମାର ରାଉତରାୟଙ୍କ ଅକାଳ ବିୟୋଗରେ ଶ୍ରଦ୍ଧାଞ୍ଜଳି ପୂର୍ବକ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଆଜିର ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଯାଜପୁର ପୈାରପାଳିକାର ପୂର୍ବତନ ଅଧ୍ୟକ୍ଷ ଭବ ପ୍ରସାଦ ଦାସ, ଯାଜପୁର ପୈାରପାଳିକାର ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଳ୍ିକ, ଭାରପ୍ରାପ୍ତ ଥାନା ଅଧିକାରୀ ଅଜୟ କୁମାର ଜେନା, ଜିଲ୍ଳ୍ା ସଂସ୍କୃତି ଅଧିକାରୀ ଦୁର୍ଯେ୍ୟାଧନ ମଲ୍ଳ୍ିକ, ଜିଲ୍ଳ୍ା ଚିକିସôାଧିକାରୀ, ମନ୍ଦିର ଟ୍ରଷ୍ଟର ସଦସ୍ୟ ବୃନ୍ଦ, ବରିଷ୍ଠ ନାଗରିକ, ଜଗନ୍ନାଥ ମନ୍ଦିରର ମୁଖ୍ୟ ପୂଜକ ଓ ସେବାୟତ, ପୈାର ପାଳିକା, ଯାଜପୁରଙ୍କ ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Related Posts

About The Author

Add Comment