ଭଦ୍ରକ, ୧୫/୩/୨୦ (ସନ୍ଧାନ ନିଉଜ) : ଭଦ୍ରକ ଶ୍ରୀରାମ ନବମୀ ମହାଯଜ୍ଞ ସମିତି ତରଫରୁ ପ୍ରସିଦ୍ଧ ଶ୍ରୀରାମ ନବମୀ ଉପଲକ୍ଷେ ମାତୃଭୂମି ପାଇଁ ଏକ ବିଶାଳ ଗଣଦୌଡ ଅନୁଷ୍ଠିତ ହୋଇ ଯାଇଛି । ଏହି ଗଣଦୌଡ ସକାଳ ୭ଟାରେ ସହରର ତହସିଲ ରୋଡ ସ୍ଥିତ ମା’ତାରିଣୀ ମନ୍ଦିର ଠାରୁ ଆରମ୍ଭ ହୋଇ ସାଳନ୍ଦୀ ବାଇପାସ୍ ସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ଶେଷ ହୋଇଥିଲା । ଗଣ ଦୌଡଟିକୁ ସମିତିର ବରିଷ୍ଠ ଉପଦେଷ୍ଟା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଦଳମତ ନିର୍ବିଶେଷରେ ମାତୃଭୂମି ପାଇଁ ଉତ୍ସର୍ଗୀକୃତ ଦୁଇ ହଜାରରୁ ଉର୍ଦ୍ଧ୍ୱ ଯୁବକ ଏହି ଦୌଡରେ ସାମିଲ ହୋଇଥିଲେ । ରାଷ୍ଟ୍ରର ଅଖଣ୍ଡତା, ସ୍ୱାଭିମାନ, ରାଷ୍ଟ୍ରୀୟ ଚେତନା ଓ ଏକ ରାଷ୍ଟ୍ରବାଦ୍ର ଉଦ୍ଦେଶ୍ୟ ନେଇ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, କ୍ରୀଡା ସଂଗଠନ, ବିଭିନ୍ନ ସାମାଜିକ ସଂଗଠନ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏଥିରେ ଭାଗ ନେଇଥିଲେ । ଭାରତ୍ ମାତା କି ଜୟ, ବନ୍ଦେ ମାତରମ୍, ଜୟ ସୀତାରାମ ଧ୍ୱନୀରେ ସମଗ୍ର ସହର ପ୍ରକମ୍ପିତ ହୋଇ ଉଠିଥିଲା । ବିଷ୍ଣୁ ସେଠୀ, ବଦ୍ରି ନାରାୟଣ ଧଳ,ସଂଗ୍ରାମ ଆଚାର୍ଯ୍ୟ, ତପନ ମହାନ୍ତି, ଅମ୍ବିକା ଦାସ, ଶରତ ପଢିଆରୀ, ଭଗବାନ ପଣ୍ଡା, ସମିତିର ସଂପାଦକ ମାନସ ରଞ୍ଜନ ମହାନ୍ତି ଗଣଦୌଡର ନେତୃତ୍ୱ ନେଇଥିବା ବେଳେ ବରିଷ୍ଠ ନେତୃମଣ୍ଡଳୀ ନିରଞ୍ଜନ ସାହୁ, ବିଜୟ ସିନ୍ହା, ସମିତିର କାର୍ଯ୍ୟକାରୀ ସଭାପତି ବ୍ୟୋମକେଶ ସେନାପତି, ଡ. ପ୍ରଦିପ ନାୟକ, ସମିତିର ସଂଯୋଜକ ଗୋବିନ୍ଦ ରାଉତ ପ୍ରମୁଖ ଏଥିରେ ସାମିଲ ଥିଲେ । ଜଗନ୍ନାଥ ଦାଶ, ସତ୍ୟେନ୍ଦୁ ରାୟମହାପାତ୍ର, ଶୁଭଙ୍କର ମହାପାତ୍ର, ପ୍ରଭାତ ମହାନ୍ତି, ବିକାଶ ପାଢୀ, ସଞ୍ଜିତ ନାୟକ, ଦେବାଂଶୁ ରାଉତ, ବିଦ୍ୟାଧର ସାହୁ, ସରୋଜ ରାଉତ, ଦୁର୍ଗାଶଙ୍କର ଯେନା, ବିଜୟ ଦାଶ, ରଶ୍ମିରଞ୍ଜନ ବିଶ୍ୱାଳ, ସମୀର ସ୍ୱାଇଁ, ବିକାଶ ଶ୍ରେଷ୍ଠା, ତଥାଗତ ସାମଲ, ସୁମନ ମହାପାତ୍ର, ବସନ୍ତ ରାଉତ, ହେମନ୍ତ ମହାପାତ୍ର, ସୁରେଶ ସାମଲ, ଆନନ୍ଦ ଦାସ ପ୍ରମୁଖ କାର୍ଯ୍ୟକର୍ତ୍ତାମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସମିତି ତରଫରୁ ଗଣମାଧ୍ୟମ ସଂଯୋଜକ ସ୍ୱାଧୀନ ସୁନ୍ଦର ଦାସ ସମେତ ବହୁ ଗଣମାଧ୍ୟମ ପ୍ରତିନିଧି ଏଥିରେ ସାମିଲ ଥିଲେ ।
ଶ୍ରୀରାମ ନବମୀ ଉପଲକ୍ଷେ ମାତୃଭୂମି ପାଇଁ ବିଶାଳ ଗଣଦୌଡ
|
March 15, 2020 |



