ପୁରୀ, ୧୪/୦୩ (ସନ୍ଧାନ ନିୟୁଜ): ଶ୍ରୀମନ୍ଦିର କର୍ପସ ଫଣ୍ଡକୁ ବେଆଇନ ଭାବେ ୟେସ୍ ବ୍ୟାଙ୍କରେ ରଖାଯିବା ପ୍ରସଙ୍ଗକୁ ବିରୋଧ ବଢିବାରେ ଲାଗିଛି । ଦୋଷୀ ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ଦାବି ନେଇ ଶୁକ୍ରବାର ସିଂହଦ୍ବାର ଥାନାରେ ବରିଷ୍ଠ ସେବାୟତ ଦାମୋଦର ମହାସୁଆର ଏତଲା ଦେଇଛନ୍ତି । ଏହି ଦୁର୍ନୀତି ସାମିଲ ଥିବା ଅଭିଯୋଗରେ ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଓ ଶ୍ରୀମନ୍ଦିର ପରିଚଳନା କମିଟିର ଅର୍ଥ ପରାମର୍ଶଦାତା ବିଜୟ ସାହୁଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି ନେଇ ଏହି ଏତଲା ଦିଆଯାଇଛି । ଏନେଇ ଦାମୋଦର ମହାସୁଆର କହିଛି କି, ଏହି ଦୁଇ ଅଧିକାରୀ ଶ୍ରୀମନ୍ଦିର ପରିଚାଳନା କମିଟ ସଦସ୍ୟଙ୍କୁ ଖାତିର ନ କରି ନିଜ କ୍ଷମତାର ଭୁଲ ଉପଯୋଗ କରି ଏହି ଦୁର୍ନୀତି କରିଛନ୍ତି । Report-M Bhoi
ଶ୍ରୀମନ୍ଦିର କର୍ପସ ଫଣ୍ଡ ମାମଲା, କାର୍ଯ୍ୟାନୁଷ୍ଠାନ ଦାବିରେ ଏତଲା
|
March 14, 2020 |