ସୁନ୍ଦରଗଡ ତା୧୨/୩/୨୦୨୨( ସନ୍ଧାନ ନିଉଜ/ ରାଜୁ ପଟେଲ) ସ୍ୱାଧୀନ ସମିତି ସଭ୍ୟା ଭାବରେ ଶ୍ରୀମତି କୁନ୍ତି ପ୍ରଧାନ ଜିତିବା ପରେ ଅଞ୍ଚଳରେ ଖୁସିର ପରିବେଶ ଦେଖିବାକୁ ମିଳିଥିଲା । ଏହି ପରିପେକ୍ଷିରେ ସମସ୍ତ ସମିତି ସଭ୍ୟ ଶ୍ରୀମତୀ ନାଏକ ଙ୍କୁ ଆସ୍ଥା ପ୍ରକଟ
କରିବା ସହିତ ନିଜର ସହମତ ଜଣାଇଥିଲେ । ନିର୍ଦ୍ୱନ୍ଦରେ ସେ ବିବେଚିତ ହେବାପରେ ସମସ୍ତ ସମିତି ସଭ୍ୟ ତାଙ୍କୁ ଅଧ୍ୟକ୍ଷ ପଦ ପାଇଁ ସମର୍ଥନ ଜଣାଇଛନ୍ତି । ସେ ନିର୍ବିବାଦୀୟ ପ୍ରାର୍ଥୀନୀ ଥିବା କାରଣରୁ ଏହି ସଫଳତା ମିଳିବା ସହିତ ସମସ୍ତଙ୍କ ସମିତି ସଭ୍ୟ ଓ ସଭ୍ୟା
ତାଙ୍କୁ ସମର୍ଥନ କରିଥିବା ଜଣାପଡ଼ିଛି । ଶ୍ରୀମତୀ ପ୍ରଧାନ ସମସ୍ତଙ୍କୁ କୃତଜ୍ଞତା ଜଣାଇ ମିଳିମିଶି ଅଞ୍ଚଳକୁ ବିକାଶ ଧାରାରେ ଆଗେଇ ନେବେବୋଲି କହିଥିଲେ ।
ଶ୍ରୀମତୀ କୁନ୍ତି ପ୍ରଧାନ ନିର୍ଦ୍ୱନ୍ଦରେ ସବଡେଗା ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚିତ
|
March 13, 2022 |



