ଶ୍ରୀନଗରରେ ଆତଙ୍କବାଦୀ ଆକ୍ରମଣ,

Spread the love

ଶ୍ରୀନଗର, ୪/୧/୨୦ (ସନ୍ଧାନ ନିଉଜ) : ଜାମ୍ମୁ-କାଶ୍ମୀରର ଶ୍ରୀନଗରରେ ଶନିବାର ଆତଙ୍କବାଦୀ ଆକ୍ରମଣ ଘଟିଛି। ସିଆରପିଏଫ ଯବାନଙ୍କ ଏକ ପାଟ୍ରୋଲିଂ ଟିମ୍‌ ଉପରକୁ ଆତଙ୍କବାଦୀମାନେ ଗ୍ରେନେଡ ମାଡ଼ କରିଛନ୍ତି। ଏହି ଘଟଣାରେ ଜଣେ ସ୍ଥାନୀୟ ନାଗରିକ ଆହତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ପରେ ସୁରକ୍ଷାକର୍ମୀମାନେ ସମ୍ପୃକ୍ତ ଅଞ୍ଚଳକୁ ସିଲ୍‌ କରି ସର୍ଚ୍ଚ ଅପରେଶନକୁ ଜୋରଦାର କରିଛନ୍ତି। ଶ୍ରୀନଗରର କବଦରା ଅଞ୍ଚଳରେ ଆତଙ୍କବାଦୀମାନେ ଏହି ଆକ୍ରମଣ କରିଛନ୍ତି।

ଆକ୍ରମଣ ପରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରିଦିଆଯାଇଛି। ଘାଟିରେ ପରିସ୍ଥିତିକୁ ଖରାପ କରିବା ଲାଗି ପାକିସ୍ତାନ ଏବଂ ଆତଙ୍କବାଦୀ ସଂଗଠନଗୁଡ଼ିକ ବାରମ୍ବାର ପ୍ରୟାସ କରିଆସୁଛନ୍ତି। ସ୍ଥାନୀୟ ଲୋକଙ୍କ ମଧ୍ୟ​‌ରେ ଭୟର ବାତାବରଣ ସୃଷ୍ଟି କରିବା ଲାଗି ଆକ୍ରମଣ କରୁଛନ୍ତି। ଏହା ପୂର୍ବରୁ ଗତ ଶୁକ୍ରବାର ନୌସେରା ସେକ୍ଟରର କଲାଲ ଅଞ୍ଚଳରେ ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଥିଲା। ଏଥିରେ ସେନାର ୪ ଯବାନ ଆହତ ହୋଇଥିଲେ।

Related Posts

About The Author

Add Comment