ଶ୍ରୀଜଗନ୍ନାଥଙ୍କ ବିକାଶ କାମକୁ କେହି ରୋକି ପାରିବେନି

Spread the love

ପୁରୀ, 09.02.2021 (ସନ୍ଧାନ ନିଉଜ୍ ) :- ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ମହାମାରୀ ପରେ ମୁଖ୍ୟମନ୍ତ୍ରୀ ପ୍ରଥମ ଥର ପାଇଁ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ।ଶ୍ରୀଜିଉଙ୍କୁ ଦର୍ଶନ କରିସାରିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି କୋଭିଡ୍ ମହାମାରୀ ପରେ ପ୍ରଥମ ଥର ପାଇଁ ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ନେଲି । ଶ୍ରୀମନ୍ଦିର ବିକାଶରେ ଜଡିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ।  ପୁରୀରେ କେନ୍ଦ୍ରକୁ କଡା ସନ୍ଦେଶ ଦେଇଛନ୍ତି ନବୀନ । ଶ୍ରୀମନ୍ଦିରକୁ ନେଇ ପ୍ରସ୍ତାବିତ ବାଇ ଲସଂପୂର୍ଣ୍ଣ ଅବାସ୍ତବ । ଏହା ତୁରନ୍ତ ପ୍ରତ୍ୟାହାର ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଶ୍ରୀଜଗନ୍ନାଥଙ୍କ ବିକାଶ କାମକୁ କେହି ରୋକି ପାରିବେନି ବୋଲି ନବୀନ କହିଛନ୍ତି । ପୁରୀ ଗସ୍ତରେ ଯିବା ପୂର୍ବରୁ ଟ୍ବିଟ୍ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ବିଟ୍ ରେ ମୁଖ୍ୟମନ୍ତ୍ରୀ ଲେଖିଥିଲେ, ‘କୋଭିଡ୍ କଟକଣା ମଧ୍ୟରେ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ପରେ ପୁରୀ ଗସ୍ତ କରି ମହାପ୍ରଭୁଙ୍କ ଦର୍ଶନ ନେଇ ମୁଁ ଉତ୍ସାହିତ । ସବୁ ତାଙ୍କରି ଇଚ୍ଛା । ଜୟ ଜଗନ୍ନାଥ।ମୁଖ୍ୟମନ୍ତ୍ରୀ ଶେଷ ଥର ପାଇଁ ଗତ ବର୍ଷ ଅକ୍ଟୋବର ମାସ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ପୁରୀ ଗସ୍ତରେ ଯାଇଥିଲେ । ପୁରୀର ସୌନ୍ଦର୍ଯ୍ୟକରଣ ଓ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ । ଶ୍ରୀମନ୍ଦିର ଚତୁଃପାର୍ଶ୍ବ ହେରିଟେଜ୍ କରିଡର କାର୍ଯ୍ୟର ମଧ୍ୟ ଅନୁଧ୍ୟାନ କରିଥିଲେ। ୫-ଟି ସଚିବ ଭି.କେ. ପାଣ୍ଡିଆନ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ପୁରୀ ଗସ୍ତ କରିଥିଲେ ।

Related Posts

About The Author

Add Comment