ବାରିପଦା, 31/10 (ସନ୍ଧାନ ନ୍ୟୁଜ୍) :- ଭାରତୀୟ ମଜଦୁର ସଂଘ ମୟୂରଭଞ୍ଜ ଜିଲ୍ଲା ଶାଖା ପକ୍ଷରୁ କେନ୍ଦ୍ରସରକାରଙ୍କ ଶ୍ରମିକ ବିରୋଧ ଶ୍ରମ ଆଇନ ବିରୋଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ୬ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ସୂଚନା ଅନୁସାରେ ଭାରତ ସରକାର ଶ୍ରମ ଆଇନକୁ ନିରସ୍ତ କରି ୪ଟି ଶ୍ରମିକ କୋଡ୍ ଯଥା ଓବେଜ କୋଡ -୨୦୧୯ ସାମାଜିକ ନିରାପତ୍ତା କୋଡ ୨୦୨୦, ଶିଜ ସଂପର୍କ କୋଡ– ୨୦୨୦, ବୃଦ୍ଧିଗତ ସୁରକ୍ଷା , କାର୍ଯ୍ୟ ସ୍ଥଳ ପରିସ୍ଥିତି ଓ ସ୍ବାସ୍ଥ୍ୟ କୋଡ୦୨୦ ସମ୍ବନ୍ଧିତ ନିୟମ ସଂପର୍କରେ ଯୋଜନା ପ୍ରସ୍ତୁତ ହୋଇଛି । ଏହି କୋଡରେ ଅଙ୍ଗନବାଡି, ଆଶା ପରି କର୍ମଚାରୀ ମାନେ ସାମିଲ ହୋଇପାରିନାହାନ୍ତି । ଏଣୁ ଭାରତୀୟ ମଜଦୁର ସଂଘ ଏହାକୁ ଦୃଢ ଟି ପ୍ରତିବାଦ କରିବା ସହ ସ୍ମାରକପତ୍ର ଜରିଆରେ ୬ଟି କ ଦାବି ଉପସ୍ଥାପିତ କରିଛନ୍ତି । ଦାବି ଗୁଡିକ ମଧ୍ୟରେ ସମସ୍ତ ଶ୍ରମିକ ବିରୋଧ ନିୟମକୁ ପ୍ରତ୍ୟାହାର କରିବା, ଗୁଜୁରାଟ ମଡେଲ ଶ୍ରମ ନିୟମର ସୁଧାର ପ୍ରକ୍ରିୟାକୁ ରଦ୍ଦ କରାଯିବା, ସମସ୍ତ ପେନସନ ଯୋଜନାକୁ ପୁନଃ ବିଚାରକୁ ନେଇ ସର୍ବନିମ୍ନ ତିନି ହଜାର ଟଙ୍କା ପେନସନ ପ୍ରଦାନ କରିବା, ଭାରତରେ ନୂତନ ନିଯୁକ୍ତି ପାଇଁ ସ୍ୱତନ୍ତ୍ର ନିଯୁକ୍ତି ନିୟମ ପ୍ରଣୟନ କରିବା , ପ୍ରବାସୀ ଶ୍ରମିକ ମାନଙ୍କ ସ୍ବାର୍ଥକୁ ଦୃଷ୍ଟି ଦେଇ ପ୍ରବାସୀ ଶ୍ରମିକ ଆଇନକୁ ସଂଶୋଧନ କରି ଲାଗୁ କରିବା, ଦେଶରେ ପ୍ରଚଳିତ ଜିଡିପି ଆଧାରିତ ବିକାଶର ମାପଦଣ୍ଡକୁ ପ୍ରତ୍ୟାଖ୍ୟାନ କରି ଭାରତୀୟ ନୀତି ଆଧାରରେ ବିକାଶ କରାଯିବା ଆଦି ଉଲ୍ଲେଖ ରହିଛି । ମଜଦୁର ସଂଘର ଜିଲ୍ଲା ସଭାପତି ନିଗମାନନ୍ଦ ପଟ୍ଟନାୟକ ସଂପାଦକ ବୋରଜିତ ମହାନ୍ତଙ୍କ ନେତୃତ୍ୱରେ ସଂଘର କର୍ମକର୍ତ୍ତା । କରୁଣାକର ଦାସ, ହେମଲତା ମିଶ୍ର, ଗଙ୍ଗାଚରଣ ଦିଗୀ, ବିଶ୍ବର ଦାସ, ଭାରତୀ କବାଟ, ସୁନାମଣି ଚାମେୟାର, ସୁଶାନ୍ତ ନାୟକ, ଅନୁପମା ଦାସ , ପ୍ରମୋଦ ପାଲ, ବାବଲୁ ମହାନ୍ତ, ହିମାଂଶୁ ଗିରି, ସୁଜିତ କୁମାର ଇଂଜଦେଓ, ଜଗବନ୍ଧୁ ଦଳେଇ, ଗୋପୀନାଥ ସିଂ, ସଂଜୟ କୁମାର କୁଶମାଲିଆ, ସୁଶୀଲ ଚୌଧୁରୀ , ସରସ୍ୱତୀ ଦେଇ ପ୍ରମୁଖ ବିକ୍ଷୋଭରେ ସାମିଲ ଥିଲେ ।
ଶ୍ରମ ଆଇନକୁ ବିରୋଧ ଭାରତୀୟ ମଜ୍ ଦୁର ସଂଘ ପକ୍ଷରୁ ବିକ୍ଷୋଭ
|
October 31, 2020 |


