ଶ୍ରମିକ କର୍ମଚାରୀଙ୍କ ଘେରରେ ମାଲିକଙ୍କ ଝିଅ

Spread the love

ଯାଜପୁର, ୧୭/୪ (ସନ୍ଧାନ ନିୟୁଜ/ପ୍ରଶାନ୍ତ ସାମଲ) ଯାଜପୁର ଜିଲ୍ଲା  କଳିଙ୍ଗ ନଗର ସ୍ଥିତ ମୈଥାନ କାରଖାନାରେ ବକେୟା ଦରମା ଦାବିରେ ଅଶାନ୍ତି ଦେଖା ଦେଇଛି ।ଆଜି ଶ୍ରମିକ କର୍ମଚାରୀ ମାନେ କାରଖାନାର ମାଲିକଙ୍କ ଝିଅକୁ ଘେରିଛନ୍ତି ।ପ୍ରାୟ ୪୦୦ ସହରୁ ଅଧିକ କର୍ମଚାରୀ ଏଥିରେ ସାମିଲ ହୋଇଥିଲେ ।କଳିଙ୍ଗ ନଗରରେ ଅବସ୍ଥିତ ମୈଥାନ ଇସ୍ପାତ କାରଖାନା(ୟୁନିଟ୍ ଅଫ୍ ମେସ୍କୋ ଷ୍ଟିଲ)ରେ କର୍ମଚାରୀ ଏବଂ ଶ୍ରମିକ ମାନେ ଜାନୁଆରୀ ମାସରୁ ଦରମା ପାଇନଥିବା ବେଳେ ଅଧିକାରୀ ମାନେ ଡିସେମ୍ବର ମାସରୁ ଦରମା ପାଇ ନାହାନ୍ତି ।କଞ୍ଚା ମାଲ ଏବଂ ଅର୍ଥ ଅଭାବରୁ କାରଖାନା ଆଜକୁ ତିନି ମାସରୁ ଅଧିକ ସମୟ ହେବ ବନ୍ଦ ହୋଇ ଯାଇଥିଲା ଡି ଆର ଆଇ ,ଅସ୍ ଏମ୍  ଏସ୍,ରୋଲିଂ ମିଲ୍ଲ୍, ପାୱ।ର ପ୍ଲାଣ୍ଟ ପ୍ରଭୁତି ୟୁନିଟିରେ ଉତ୍ପାଦନ ବନ୍ଦ ରହିଛି ।ଫଳରେ ଜୀବିକା ଚିନ୍ତାରେ ଏବେ ହଜାର ରୁ ଅଧିକ ପରିବାର ।ଗତ ମାର୍ଚ୍ଚ ମାସରେ ବକେୟା ଦରମା ପାଇଁ ଶ୍ରମିକ ଏବଂ କର୍ମଚାରୀ ଦାବିକରି ଆସୁଥିଲେ ମଧ୍ୟ କାରଖାନା ମାଲିକ ଆଜି କାଲି କହି ଗଡେଇ ଚାଲୁଛନ୍ତି ।ଚଳିତ ମାସ ତିନି ତାରିଖରେ କାରଖାନା କତ୍ତୃପକ୍ଷ ଏବଂ କାରଖାନା ମାଲିକ୧୫ତାରିଖ ସୁଦ୍ଧା ବକେୟା ଦରମା ପ୍ରଦାନ କରିବାକୁ ପ୍ରତି ସୃତି ଦେଇଥିଲେ । ପ୍ରତି ସୃତି ପୁରାଣ ନ ହେବାରୁ ଶ୍ରମିକଙ୍କ ମନରେ କୁହୁଲୂ ଥିବା ଅଶାନ୍ତି ଆନ୍ଦୋଳନର ରୂପ ଧାରଣ କରିଛି।ଆଜି ଅପରାହ୍ନରେ କାରଖାନା ମାଲିକ ରୀତା ସିଂଙ୍କ ଝିଅ ତଥା କାରଖାନାର କମରସିଆଲ୍ ବିଭାଗର ନିର୍ଦ୍ଦେଶକ ସିପ୍ରା ସିଂ କାରଖାନା ଭ୍ରମଣରେ ଆସିଥିବା ବେଳେ ତିନି ମାସର ବକେୟା ଦରମା ପାଇଁ ମଯଦୁର ୟୁନିଅନ୍ ର କର୍ମକର୍ତ୍ତାଙ୍କ ସମେତ ଚାରି ସହରୁ ଅଧିକ ଶ୍ରମିକ ଓ କର୍ମଚାରୀ ସିପ୍ରା ସିଂ ଙ୍କୁ ବାହାରକୁ ଛାଡ଼ି ନଥିଲେ ।କଳିଙ୍ଗ ନଗର ମଯଦୁର ୟୁନିଅନର ସଭାପତି ପ୍ରଦୀପ କୁମାର ପାଲ, ସମ୍ପାଦକ ବିଜୟ ଦଳାଇ, ପ୍ରହଲାଦ ପାଲ, ପ୍ରଭାତ ପରିଡ଼ା, ସୁରେନ୍ଦ୍ର ନାଥ, ଦୁଃଶାସନ ବେହେରା, ଜନ୍ମେଜୟ ଦଳାଇ, ବିଦ୍ୟାଧର ରାଉଳ, ନବୀନ ନାୟକଙ୍କ ସମେତ ଶତାଧିକ ଶ୍ରମିକ ଓ କର୍ମଚାରୀ କାରଖାନା ମୁଖ୍ୟ ଫାଟକ ଭିତରେ ବସି ରହିଥିଲେ ।ପରେ କାରଖାନା କତ୍ତୃପକ୍ଷ ଆଲୋଚନା କରି ଆସନ୍ତା ସୋମବାର ଦିନ ଗୋଟିଏ ମାସର ଦରମା ପ୍ରଦାନ ପାଇଁ ରାଜି ହେବାରୁ ଆନ୍ଦୋଳନରୁ ହଟିଥିଲେ ।ଅନେଇ କାରଖାନା ମାନବ ସମ୍ବଳ ବିଭାଗ ମହାପ୍ରବନ୍ଧକ ଅକ୍ଷୟ କୁମାର ପଟ୍ଟନାୟକ ଙ୍କୁ ପଚାରିବାରୁ ସେ କହିଥିଲେ ଯେ ସମସ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା ଅଲୋଚନା ପରେ ଗୋଟିଏ ମାସର ଦରମା ଦିଆ ଯିବ ବୋଲି ନିଷ୍ପତ୍ତି ହୋଇଛି ।

Related Posts

About The Author

Add Comment