ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ତେଜୁଛି ଅସନ୍ତୋଷ

Spread the love

 ବଲାଙ୍ଗୀର, ୦୪.୦୨.୨୦୨୧(ସନ୍ଧାନ ନିଉଜ୍):- ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ତେଜୁଛି ଅସନ୍ତୋଷ। ଖପ୍ରାଖୋଲ ବ୍ଲକ ଲାଠୋରରେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। କ୍ଷତିପୂରଣ ଦାବିରେ ରାସ୍ତା ରୋକ କରିଛନ୍ତି ପରିବାର ଲୋକେ। ସୂଚନାଯୋଗ୍ୟ ଯେ, ଲାଠୋର ଗାଁର କାର୍ତ୍ତିକ ପୁଟେଲ ଆନ୍ଧ୍ରପ୍ରଦେଶରେ ରହି ଇଟ୍ଟା ଭାଟିରେ କାମ କରନ୍ତି। ସେଠାରେ କାମ କରିବା ସମୟରେ ଟ୍ରାକ୍ଟର ଦୁର୍ଘଟଣାରେ କାର୍ତ୍ତିକଙ୍କ ମୃତ୍ୟୁ ହୋଇଥିଲା। ଭାଟି ମାଲିକ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମଙ୍ଗଳବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ବୁଧବାର ସକାଳେ କାର୍ତ୍ତିକଙ୍କ ମୃତଦେହ ଖପ୍ରାଖୋଲରେ ପହଞ୍ଚିଥିଲା। ମୃତଦେହ ପହଞ୍ଚିବା ପରେ ଗାଁରେ କାନ୍ଦ ବୋବାଳି ପଡି ଯାଇଥିଲା। ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। କ୍ଷତିପୂରଣ ଦାବିରେ ପରିବାର ସହ ସ୍ଥାନୀୟ ଲୋକ ଖପ୍ରାଖୋଲ ନୂଆପଡା- ଲାଠୋର ରାସ୍ତାର କଲେଜ ଛକଠାରେ ରାସ୍ତା ଅବରୋଧ କରିଛନ୍ତି

Related Posts

About The Author

Add Comment