ଶ୍ରମିକଙ୍କୁ ଶୋଷୁଛି ନିଖିଳ ଉକ୍ରଳ ନିର୍ମାଣ ଶ୍ରମିକ ସଂଘ,ଜାଲ ପରିଚୟପତ୍ର ଦେଇ ଟଙ୍କା ଲୁଟୁଛି

Spread the love

ରସୁଲପୁର,୨୨/୦୨(ସନ୍ଧାନ ନୟୁଜ/ଜଗମୋହନ ରାଉତ) ଯାଜପୁର ଜିଲାରେ ଶ୍ରମିକମାନଙ୍କ ହିତ ସାଧାନ ସକାଶେ ଛତୁ ଫୁଟିଲା ଭଳି ଶ୍ରମିକ ସଂଗଠନମାନ ଗଢି ଉଠିଛି । ସେଥି ମଧ୍ୟରୁ ଯାଜପୁର ବ୍ଲକ ଅଧିନସ୍ଥ ବରୁଆଁ ସ୍ଥିତ ନିଖିଳ ଉକ୍ରଳ ନିର୍ମାଣ ଶ୍ରମିକ ସଂଘ ଏକ ଅଗ୍ରଣୀ ଶ୍ରମିକ ସଂଗଠନ ଭାବରେ ଜଣାଶୁଣା । ଏହି ସଂଘ ପକ୍ଷରୁ ଶ୍ରମିକମାନଙ୍କୁ ଶୋଷଣ କରାଯାଉଛି । ସଂଘର କର୍ମକର୍ତ୍ତାଗଣ ଶ୍ରମିକମାନଙ୍କୁ ନାନା ପ୍ରଲୋଭନ ଦେଖାଇ ସେମାନଙ୍କଠାରୁ ଟଙ୍କା ଲୁଟିଛି । ଏପରି କି ପରିଚୟପତ୍ର ପ୍ରଦାନ କରିବା ଆଳରେ ସଂଘ ଶ୍ରମିକମାନଙ୍କଠାରୁ ହଜାର ହଜାର ଟଙ୍କା ହାତେଇଛି । ବଦଳରେ ନିର୍ମାଣ ଶ୍ରମିକମାନଙ୍କୁ ଜାଲ ପରିଚୟପତ୍ର ଧରେଇ ଦେଇଛି । ପରିଚୟ ପତ୍ର ପାଇବାକୁ ୩ବର୍ଷରୁ ଉର୍ଦ୍ଧ ସମୟ ବିତିଗଲାଣି । ହେଲେ ଶ୍ରମିକମାନଙ୍କୁ ମୌଳକ ସୁବିଧା ମିଳି ପାରୁନାହିଁ । ଏ ଦିଗରେ ଶ୍ରମିକମାନେ ଜିଲା ଶ୍ରମ କାର୍ଯ୍ୟାଳୟରେ ପହଁଚି ଯାଂଚ କରିବାରୁ ସେମାନଙ୍କୁ ଦିଆଯାଇଥିବା ପରିଚୟପତ୍ର ନକଲି ବୋଲି ଜଣାପଡିଛି । ଏ ସଂପର୍କରେ ଜାଣିବା ପାଇଁ ଶ୍ରମିକମାନେ ସଂଘ କାର୍ଯ୍ୟାଳୟକୁ ଆସୁଛନ୍ତି । ମାତ୍ର ସଂଘର ସଭାପତି ଓ ସଂପାଦକଙ୍କ ଅନୁପସ୍ଥିତି ଯୋଗୁଁ ସେମାନଙ୍କୁ ସନ୍ତୋଷଜନକ ଉତ୍ତର ମିଳିପାରୁ ନାହିଁ ।
ଅଭିଯୋଗୁ ଜଣାଯାଏ ଜିଲାରେ ୨୦୧୪ ମସିହାରେ ନିଖିଳ ଉକ୍ରଳ ନିର୍ମାଣ ଶ୍ରମିକ ସଂଘ ନାମକ ଏକ ଶ୍ରମିକ ସଂଗଠନ ପଞ୍ଜିକୃତ ହେଲା । ୨୧ଜୁଲାଇ,୨୦୧୪ରେ କଟକ କାର୍ଯ୍ୟାଳୟରୁ ସଂଗଠନକୁ ପଞ୍ଜିକରଣ ନଂ-୧୦୫୫/ସିଟିସି ମିଳିଲା । ସେବେଠାରୁ ସଂଗଠନ ପକ୍ଷରୁ ଜିଲାର ବିଭିନ୍ନ ଅଂଚଳର ଭିନ୍ନ ଭିନ୍ନ ସଂସ୍ଥାରେ କାର୍ଯ୍ୟକରୁଥିବା ନିର୍ମାଣ ଶ୍ରମିକମାନଙ୍କୁ ଚିହ୍ନଟ କରାଯାଇ ପଞ୍ଜିକରଣ କରିଆସୁଛି । ଶ୍ରମିକମାନଙ୍କଠାରୁ ପରିଚୟ ପତ୍ର ପ୍ରଦାନ ଓ ତାର ନବୀକରଣ କରିବା ବାବଦକୁ ୧୦୦୦ଟଙ୍କା ଲେଖାଏଁ ଆଦାୟ କରାଯାଇଥିଲା । ଏହି ଟଙ୍କାକୁ ସଂଘ ୨/୩ଟି କିସ୍ତିରେ ଶ୍ରମିକମାନଙ୍କ ଠାରୁ ଆଦାୟ କରି ଶ୍ରମିକମାନଙ୍କୁ ପରିଚୟପତ୍ର ପ୍ରଦାନ କରିଥିଲା । ସଂଘ ପକ୍ଷରୁ କେତକ ଶ୍ରମିକଙ୍କୁ ଜାଲ ପ୍ରମାଣପତ୍ର ପ୍ରଦାନ କରାଯାଇ ଲକ୍ଷଲକ୍ଷ ଟଙ୍କା ଲୁଟିଥିବାର ଅଭିଯୋଗ ହୋଇଛି । ବରୀ ରାମଚନ୍ଦ୍ରପୁର ଥାନା ଅଧିନସ୍ଥ କୁଶବଟ ଗ୍ରାମର ଅକ୍ଷୟ କୁମାର ମଲିକ ଓ ରସୁଲପୁର ବ୍ଲକ ମଙ୍ଗରାଜପୁର ପଂଚାୟତ ତୋରଡ ଗ୍ରାମର ଅକ୍ଷୟ ମଲିକ ଏହିଭଳି ଅଭିଯୋଗ ଆଣିଛନ୍ତି । ସେମାନେ ସଂଘ ଅଧିନରେ ୨୦୧୬ ମସିହାରେ ନାମ ପଞ୍ଜିକରଣ କରିଥିଲେ । ସେମାନଙ୍କଠାରୁ ସଂଘ ଟଙ୍କା ନେଇ ପରିଚୟପତ୍ର ପ୍ରଦାନ କରିଥିଲା । ଏହା ମଧ୍ୟରେ ୩ବର୍ଷ ବିତିଲାଣି । ସେମାନଙ୍କୁ ତାଲିମ ପ୍ରଦାନ କରାଯାଉ ନାହିଁ । ଶ୍ରମିକମାନଙ୍କ ପାଇଁ ଉଦିଷ୍ଟ ସୁରକ୍ଷା ସାମଗ୍ରୀ ପ୍ରଦାନ କରାଯାଉନାହିଁ । ମାତ୍ର ସେମାନଙ୍କ ପଛରେ ଅନ୍ୟ ସଂଘ ଜରିଆରେ ନାମ ପଞ୍ଜିକରଣ କରିଥିବା ଶ୍ରମିକମାନଙ୍କୁ ଜାବତୀୟ ସୁବିଧା ଉପଲ୍ୱଧ ହେଉଛି । ଏ ନେଇ ସଂଘର କର୍ମକର୍ତ୍ତାମାନଙ୍କୁ ପଚାରିବାରୁ ସେମାନଙ୍କୁ ସନ୍ତୋଷଜନକ ଉତ୍ତର ମିଳିପାରୁନାହିଁ । ବଦଳରେ ସେମାନଙ୍କୁ ଦୁର୍ବ୍ୟବହାର ଶିକାର ହେବାକୁ ପଡିଛି । ବହୁବାର ସଂଘ କାର୍ଯ୍ୟାଳୟକୁ ଦୌଡି ନିରାଶ ଶ୍ରମିକ ଦ୍ୱୟ ଯଜପୁର ରୋଡ ସ୍ଥିତ ଜିଲା ଶ୍ରମ କାର୍ଯ୍ୟାଳୟକୁ ଯାଇଥିଲେ । ସେଠାରେ ପରିଚୟପତ୍ରରେ ଉଲ୍ଲେଖ ଥିବା ପଞ୍ଜିକରଣ ନମ୍ବରକୁ ଯାଂଚ କଲାବବେଳକୁ ତାହା ଜାଲ ବୋଲି ଜଣାପଡିଥିଲା । ସେହି ନମ୍ବରରେ ଅନ୍ୟ ଶ୍ରମିକଙ୍କ ନାମ ରହିଛି ବୋଲି ଅନଲାଇନରୁ ଜଣାପଡିଛି । ଏହା ଜାଣି ଶ୍ରମିକଦ୍ୱୟ ବ୍ୟସ୍ତବିବ୍ରତ ହୋଇପଡିଥିଲେ । ଏହିଭଳି ଭାବରେ ବହୁ ଶ୍ରମିକଙ୍କୁ ସଂଘ ପକ୍ଷରୁ ଜାଲ ପରିଚୟପତ୍ର ପ୍ରଦାନ କରାଯାଇଛି ବୋଲି କୁହାଯାଉଛି । ଅନ୍ୟାୟର ଶିକାର ହୋଇଥିବା ଶ୍ରମିକମାନେ ଅନ୍ୟ କୌଣସି ଉପାୟ ନପାଇ ଭାଗ୍ୟକୁ ଆଦରି ଚୁପ୍ ରହିଛନ୍ତି । ଶ୍ରମିକମାନଙ୍କ ପ୍ରତି ହୋଇଥିବା ଅନ୍ୟାୟର ବିଚାର କିଏ କରିବ ଓ ସେମାନଙ୍କୁ ନ୍ୟାୟ କେବେ ମିଳିବ ତାକୁ ନେଇ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅଭିଯୋଗକୁ ନେଇ ସଂଘର କର୍ମକର୍ତ୍ତାମାନଙ୍କର ପ୍ରତିକ୍ରିୟା ନେବା ପାଇଁ ବରୁଆଁ ସ୍ଥିତି କାର୍ଯ୍ୟାଳୟକୁ ଯାଇଥିଲୁ । ସେଠାରେ ତାଲୁ ଝୁଲୁଥିଲା । ମାତ୍ର ସଂଘର ସଂପାଦକ ଅଜୟ ଦାସଙ୍କୁ ଫୋନରେ ଯୋଗାଯୋଗ ସମ୍ଭବପର ହୋଇପାରି ନଥିଲା । ଏ ସଂପର୍କରେ ଜିଲା ସହକାରୀ ଶ୍ରମ ଅଧିକାରୀ ଚିତ୍ତରଂଜନ ରାଉତଙ୍କୁ ପଚାରିବାରୁ ଉକ୍ତ ସଂଘର ଜରିଆରେ କେତେଜଣ ଶ୍ରମିକଙ୍କୁ ଏଭଳି ଜାଲ ପରିଚୟପତ୍ର ଦିଆଯାଇଥିବା ଅଭିଯୋଗକୁ ସ୍ୱୀକାର କରିଛନ୍ତି । ଏ ଦିଗରେ ମାମଲା କୋର୍ଟରେ ରହିଛି । ଜାଲ ପରିଚୟପତ୍ର ଦିଆଯାଇଥିବା ଶ୍ରମିକମାନଙ୍କୁ ଚିହ୍ନଟ କରାଯିବା ପରେ ସେମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ନେଇ ଚିନ୍ତା କରାଯିବ ବୋଲି ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି

Related Posts

About The Author

Add Comment