ଶ୍ରମମନ୍ତ୍ରୀଙ୍କ ବିବାଦୀୟ ବିବୃତିିକୁ ଯୁବ ଆଇଏନ୍ଟିୟୁସିର ନିନ୍ଦା

Spread the love

ରାଉରକେଲା୧୮/୯ (ସନ୍ଧାନ ନିୟୁଜ/ସୁବୋଧ ନାୟକ): ପିଡବ୍ଲୁ୍ୟଡି ଆଇବି ଠାରେ ଯୁବ ରଷ୍ଟ୍ରୀୟ ମଜଦୁର କଂଗ୍ରେସର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯୁବ ଆଇଏନ୍ଟିୟୁସି ଜିଲ୍ଲା ସଭାପତି ଅଜୟ ପାଇକରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଯୁବ ଆଇଏନ୍ଟିୟୁସି ରାଜ୍ୟ ସଭାପତି ସତ୍ୟବ୍ରତ ନାୟକ ଯୋଗ ଦେଇ କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଦେଇଥିବା ବିବୃତ୍ତିର ତୀବ୍ର ନିନ୍ଦା କରିଥିଲେ । ଦେଶରେ ବର୍ତ୍ତମାନ ଆର୍ଥôକ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ କେନ୍ଦ୍ରୀୟ ଶ୍ରମମନ୍ତ୍ରୀ ଏଭଳି ବିବୃତ୍ତି ଦେବା ଆଦୌ ଶୋଭାପାଉ ନାହିଁ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । କେନ୍ଦ୍ର ସରକାର ବର୍ତ୍ତମାନର ଆର୍ଥôକ ମାନ୍ଦାବସ୍ଥାରୁ ମୁକୁଳିବା ଉଦ୍ୟମ କରିବା ପରିବର୍ତ୍ତେ ଦେଶବାସୀଙ୍କୁ ହତୋତ୍ସାହିତ କରିବା ଭଳି ବିବୃତ୍ତି ଦେବା ଦୁର୍ଭାଗ୍ୟଜନକ । ଆର୍ଥôକ ମାନ୍ଦାବସ୍ଥାର ପ୍ରତିକାର ପାଇଁ ଉତ୍ପାଦନ ଓ କର୍ମନିଯୁକ୍ତିକୁ ସରକାର ଗୁରୁତ୍ୱ ନ ଦେଇ ଦେଶରେ ଯୋଗ୍ୟ ପ୍ରାର୍ଥôଙ୍କ ଅଭାବ ଥିବା କହି ଦେଶବାସୀଙ୍କୁ ନୈରାଶ୍ୟ ମଧ୍ୟକୁ ଠେଲିଦେବା କେନ୍ଦ୍ର ସରକାରଙ୍କ ଦୁର୍ବଳତାକୁ ସ୍ପଷ୍ଟ କରୁଛି । ଏଥିସହ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ ଜିଲ୍ଲା ଶିଳ୍ପ ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ପାଇଛି । ମାତ୍ର ଏଠାରେ ଥିବା ଛୋଟବଡ ଶିଳ୍ପ, କଳକାରଖାନା, ବଡ ବଡ ହୋଟେଲ ଶିଳ୍ପରେ ଜିଲ୍ଲାର ପରିବେଷ ପ୍ରଦୂଷଣ ପ୍ରତି ଆଦୌ ଦୃଷ୍ଟି ଦିଆଯାଉନଥିବା ଦେଖିବାକୁ ମିଳୁଛି । ଏସବୁ କାରଖାନାରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉ ନଥିବାବେଳେ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ନୀରବଦ୍ରଷ୍ଟା ସାଜିବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ବୋଲି ଶ୍ରୀ ନାୟକ କହିଛନ୍ତି । ଦେଶରେ ରାଉରକେଲା ସହର ମଧ୍ୟ କର୍ମନିଯୁକ୍ତି କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବେଳେ ତ୍ରୁଟିପୂର୍ଣ୍ଣ ଅର୍ଥନୈତିକ ପଦକ୍ଷେପ ଯୋଗୁ ଅନେକ ଛୋଟ ବଡ କଳକାରଖାନା ବନ୍ଦ ହୋଇଯାଇଛି । ଫଳରେ ହଜାର ହଜାର ଶ୍ରମିକ ଚାକିରୀ ହରାଇ ନିଜର ଜୀବିକା ହରାଇ ବସିଛନ୍ତି । ଆଜି ସାଧାରଣ ଶ୍ରମିକଙ୍କୁ ଚାକିରୀ କିମ୍ବା ସର୍ବନିମ୍ନ ମଜୁରୀ ମିଳିବା କାଠିକାର ପାଠ ହୋଇଛି । ଏଠାରେ ନୂତନ ଭାବେ ଗଢି ଉଠୁଥିବା ସପିଙ୍ଗ ମଲ୍, ରେସ୍ତୋରାଁ ଓ ଅନ୍ୟାନ୍ୟ ଶିଳ୍ପରେ ସ୍ଥାନୀୟ କର୍ମ ନିୟୋଜନ ସଂସ୍ଥା ଅଗୋଚରରେ ବାହାର ରାଜ୍ୟର ଲୋକମାନଙ୍କୁ ନିଯୁକ୍ତ କରାଯାଉଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନୀତି ନିୟମ ଅନୁଯାୟୀ ୮୦ ପ୍ରତିଶତ ସ୍ଥାନୀୟ ବେକାରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦିଆଯିବା କଥା । ଏସବୁ ସଂସ୍ଥାମାନେ ସରକାରଙ୍କ ନୀତି ନିୟମକୁ ଜଳାଞ୍ଜଳି ଦେଇ ବାହାର ରାଜ୍ୟର ଲୋକଙ୍କୁ ଏଠାରେ ନିଯୁକ୍ତି ଦେଉଛନ୍ତି । ଯେତେବେଳେ ତେଲେଙ୍ଗାନା ଓ ମଧ୍ୟପ୍ରଦେଶରେ ଘରୋଇ ନିଯୁକ୍ତି କ୍ଷେତ୍ରରେ ସ୍ୱତନ୍ତ୍ର ଆଇନ୍ କରାଯାଇଥିବା ବେଳେ ଓଡିଶାରେ କାହିଁକି ଏଭଳି ଆଇନ୍ ପ୍ରଣୟନ କରାଯାଉ ନାହିଁ ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି । ସେହିପରି କୃଷି ଓ ବେସରକାରୀ ଉତ୍ପାଦନ କ୍ଷେତ୍ର ମଧ୍ୟ ଅବହେଳିତ । ସରକାରୀ ବିଧି ବ୍ୟବସ୍ଥା ସଠିକ୍ ଭାବେ କାର୍ଯ୍ୟକାରୀ ହେଉନଥିବାରୁ ଶ୍ରୀ ନାୟକ ଏହାର ତୀବ୍ର ସମାଲୋଚନା କରିଥିଲେ । ଏଥିରେ ସୁନ୍ଦରଗଡ ଜିଲ୍ଲା ଯୁବ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଜିଲ୍ଲା ସଭାପତି ଅଜୟ ପାଇକରାୟଙ୍କ ସମେତ ଯୁବ ରାଜ୍ୟ ମଜଦୁର କଂଗ୍ରେସ କୋଷାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ସାହୁ, ଯୁବ ରାଜ୍ୟ ମଜଦୁର କଂଗ୍ରେସ ମୁଖପାତ୍ର କୈଳାସ ଚନ୍ଦ୍ର ସାହୁ, ନିଖିଳ ଉକ୍ରଳ ଗ୍ରାମୀଣ ଚାଷୀମୂଲିଆ ସଂଘ ଜିଲ୍ଲା ସଭାପତି ଯୋଶେଫ ଖେସ୍, ଶୁକଦେବ ପଣ୍ଡା, ଜେମ୍ସ ବାହାଲା, ଆଶା ମିଞ୍ଜ, ସନି ସୋଲାଙ୍କି, ଆକାଶ ଚରତ, କେ. କିରଣ, ଜୟରାମ କୁଜୁର, ଦୀପିକା କାଣ୍ଡୁଲନା, ସୁସ୍ମିତା କାଣ୍ଡୁଲନା ପ୍ରମୁଖ ଉପସ୍ଥିତ ରାଜ୍ୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ବୋଲି ଯୁବ ଆଇଏନ୍ଟିୟୁସି ରାଜ୍ୟ ମୁଖପାତ୍ର କୈଳାସ ଚନ୍ଦ୍ର ସାହୁ ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି ।

Related Posts

About The Author

Add Comment