ଶୌଚାଳୟ ଭିତରେ କିରୋସିନି ଢାଳି ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଜୀଅନ୍ତା ଜାଳିଦେଲେ ଯୁବକ

Spread the love

ବାଲେଶ୍ୱର ,୨୪/୦୭ (ସନ୍ଧାନ ନିଉଜ) ଶୌଚାଳୟ ଭିତରେ କିରୋସିନି ଢାଳି ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଜୀଅନ୍ତା ଜାଳିଦେଲେ ଯୁବକ । ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ବାରିଙ୍ଗିଆରେ ।

ସେହି ଗାଁର ଦୟାନିଧି ଜେନା ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଜୀଅନ୍ତା ଜାଳିଦେଲେ । କିନ୍ତୁ ଏପରି ଘଟଣା କଣ ପାଇଁ ଘଟିଛି ? ପ୍ରେମ ସମ୍ପର୍କ ନା ଆଉ କିଛି ବିବାଦ ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ ।

ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖି ଗ୍ରାମବାସୀ ଓ ପୋଲିସ୍ ପଚରାଉଚରା କରୁଛି । ତେବେ ଶୌଚାଳୟ ଭିତରେ ପୋଡ଼ା ଶବ ସହ କଟା ଚୁଟି, ଲାଇଟର ଓ ବିଷ ବୋତଲ ଜବତ କରିଛି ପୋଲିସ୍ । ଛାତ୍ରୀଙ୍କୁ ମାରିବା ପୂର୍ବରୁ ଚୁଟି ଅଭିଯୁକ୍ତ କାଟିଥିବା ଅନୁମାନ କରାଯାଉଛି ।

Related Posts

About The Author

Add Comment