ଯାଜପୁର ସଦର,୨୦ା୦୫(ସନ୍ଧାନ ନିଉଜ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ମହେଶ୍ୱରପୁର ପଂଚାୟତର ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ପରିବାରଙ୍କ ମଧ୍ୟରେ ଏକ ଶୌଚାଳୟକୁ କେନ୍ଦ୍ରକରି ୭ ଜଣ ଆହତ ହୋଇଥିବା ବେଳେ, ସେମାନଙ୍କୁ ଚିକିତ୍ସା କରିବା ଉଭୟ ପକ୍ଷରୁ ବ୍ରହ୍ମବରଦା ଫାଣ୍ଡିରେ ଏତଲା ହୋଇଥିଲା । ଏତଲାକୁ ଭିତ୍ତିକରି ବ୍ରହ୍ମବରଦା ଫାଣ୍ଡି ଅଧିକାରୀ ଏବଂ ଆଇଆଇସି ଘଟଣାର ତଦନ୍ତ କରୁଥିବା ବେଳେ, ଗଣ୍ଡଗୋଳରେ ସମ୍ପୃକ୍ତ ଥିବା ବ୍ୟକ୍ତି ମାନଙ୍କ ବିରୋଧରେ ଆସାମୀ ୭ଜଣଙ୍କୁ ଚଣ୍ଡିଖୋଲ କୋର୍ଟକୁ ଚାଲାଣ କରାଯାଇଚି । ସେମାନେ ହେଲେ ସେକ ଜମିର ଅହମ୍ମଦ, ସେକ୍ ମୋନାସିର ମହମ୍ମ, ସେକ୍ ମୁଜାସିର ଅହମ୍ମଦ, ସେକ୍ ସୁଜିବ, ସେକ୍ ନଜିମ୍ ଆଲାମ, ସେକ୍ ସାଇବ ଆଲାମ ଓ ସେକ୍ ଲିଆକତ ଆଲାମ । ଫାଣ୍ଡି ଅଧିକାରୀ ପରମାନନ୍ଦ ସେଠୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ନଜିମା ବିବି ଓ ସେକ୍ ମୁଦାସିରଙ୍କ ଅଭିଯୋଗ କ୍ରମେ ଥାନାରେ କେସ୍ ନଂ ୨୫୩/୨୧ ରେ ଧର୍ମଶାଳା ଥାନାରେ କେସ୍ କରାଯାଇଚି
ଶୌଚାଳୟକୁ କେନ୍ଦ୍ରକରି ଗଣ୍ଡଗୋଳ ଘଟିବାରୁ ୭ଜଣ ଗିରଫ
|
May 20, 2021 |
