ଶେଷ ମୁହୂର୍ତ୍ତରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ, ଦୁଇ ଜଣଙ୍କ ଟିକେଟ୍ କଟିଲା

Spread the love

କେନ୍ଦୁଝର ୪/୪ (ସନ୍ଧାନ ନିୟୁଜ): ଶେଷ ମୁହୂର୍ତ୍ତରେ ୩ ପ୍ରାର୍ଥୀ ବଦଳାଇଲା କଂଗ୍ରେସ। କେନ୍ଦୁଝର ଲୋକସଭା ସହିତ ଦୁଇଟି ବିଧାନସଭା ଆସନରେ ଦଳ ପ୍ରାର୍ଥୀ ବଦଳାଇଛି।

ଦଳ ଫକୀର ମୋହନ ନାୟକଙ୍କୁ କେନ୍ଦୁଝର ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲା। ତେବେ ତାଙ୍କୁ ବଦଳାଇ ମୋହନ ହେମ୍ବ୍ରମଙ୍କୁ ପ୍ରାର୍ଥୀ କରାଯାଇଛି।ମୋହନ ହେମ୍ବ୍ରମଙ୍କୁ ପୂର୍ବରୁ ତେଲକୋଇ ବିଧାନସଭା ଆସନ ପାଇଁ ପ୍ରାର୍ଥୀ କରାଯାଇଥିଲା। ତାଙ୍କ ସ୍ଥାନରେ ପ୍ରଶାନ୍ତ ଦଳେଇଙ୍କୁ ଏହି ଆସନ ପାଇଁ ପ୍ରାର୍ଥୀ କରାଯାଇଛି। ପାଟଣାରେ ଗୋପେଶ୍ୱର ନାଏକଙ୍କ ସ୍ଥାନରେ ବିନୋଦ ନାଏକଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିଛି। ତେବେ ଏଠାରେ ଆଜି ନାମାଙ୍କନପତ୍ର ଦାଖଲ କରିବାର ଶେଷ ଦିନ ହୋଇଥିବା ବେଳେ ଶେଷ ମୁହୂର୍ତ୍ତରେ ଦଳ କାହିଁକି ପ୍ରାର୍ଥୀ ବଦଳାଇଲା ସେ ନେଇ କିଛି ଜଣାପଡ଼ି ନାହିଁ।

ଅନ୍ୟପକ୍ଷରେ ଆଜି ଦଳ ପକ୍ଷରୁ ଖଣ୍ଡପଡ଼ା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିଲା। ଏଠାରେ ଦଳ ବସନ୍ତ କୁମାର ମହାରଣାଙ୍କୁ ପ୍ରାର୍ଥୀ କରିଛି। ସେହିପରି ପିପିଲି ଓ ଖୋର୍ଦ୍ଧାରେ ଯଥାକ୍ରମେ ଅଜିତ୍ ମଙ୍ଗରାଜ ଓ ସ୍ୱାଗତିକା ପଟ୍ଟନାୟକଙ୍କୁ ଦଳ ଟିକେଟ୍ ଦେଇଛି।

Related Posts

About The Author

Add Comment