ଶେଷରେ ଭୁଦାନ ମୁର୍ମୁଙ୍କ ଇସ୍ତଫାପତ୍ର ଗ୍ରହଣ କଲେ ରାଜ୍ୟ ସରକାର

Spread the love

ଭୁବନେଶ୍ୱର ୪/୪ (ସନ୍ଧାନ ନିୟୁଜ) ନିର୍ବାଚନ ଲଢ଼ିବା ପାଇଁ ସରକାରୀ ଡାକ୍ତରୀ ଚାକିରୀରୁ ଇସ୍ତଫା ଦେଇଥିଲେ ଭୁଦାନ ମୁର୍ମୁ । ଦୀର୍ଘ ୬ମାସରୁ ଇସ୍ତଫା ଦେଇଥିଲେ ସୁଦ୍ଧା ରାଜ୍ୟ ସରକାର ଇସ୍ତଫାକୁ ଗ୍ରହଣ କରିନଥିଲେ । ସାରସକଣା ଆସନର ବିଜେପି ପ୍ରାର୍ଥୀ ଡାକ୍ତର ଭୂଦାନ ମୁର୍ମୁଙ୍କ ଇସ୍ତଫାପତ୍ରକୁ ଅବଶେଷରେ ଆଜି ରାଜ୍ୟ ସରକାର ଗ୍ରହଣ କରିଛନ୍ତି । ଏନେଇ ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।ଭୂଦାନ ମୁର୍ମୁ ମୟୂରଭଞ୍ଜ ଜିଲ୍ଲା ଭାଲୁକି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର କାର‌୍ୟ୍ୟ କରୁଥିଲେ।

ଏଇମାସ ୯ ତାରିଖ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ହୋଇଥିବା ହେତୁ ଡାକ୍ତର ଭୂଦାନ ମୁର୍ମୁ ଭାରି ବ୍ୟସ୍ତ ହୋଇପଡ଼ିଥିଲେ। ବିଜେପି ତାଙ୍କୁ ମୟୂରଭଞ୍ଜର ସାରସକଣା ବିଧାନସଭା ଆସନରୁ ପ୍ରାର୍ଥୀ କରିଛି ।ଇସ୍ତଫାପତ୍ର ଗୃହୀତ ହେଉ ନଥିବା ଯୋଗୁ ଗତକାଲି ଭୂଦାନଙ୍କ ସହିତ ବିଜେପିର ଏକ ପ୍ରତିନିଧି ଦଳ ନବୀନ ନିବାସ ଯାଇଥିଲେ। ଏହି ପ୍ରତିନିଧି ଦଳର ନେତୃତ୍ୱ ନେଇଥିଲେ ଲେଖାଶ୍ରୀ ସାମନ୍ତ ସିଂହାର। ଆଜି ତାଙ୍କର ଇସ୍ତଫାପତ୍ର ଗୃହୀତ ହେବା ପରେ ଭୂଦାନ କହିଛନ୍ତି ଯେ ଜନସାଧାରଣଙ୍କ ସେବାରେ ଅଧିକ ସମୟ ବିନିଯୋଗ କରିବେ।ଇସ୍ତଫାପତ୍ର ଗୃହୀତ ହେବା ପରେ ଭୂଦାନ କହିଛନ୍ତି ଯେ ଡାକ୍ତରୀ ପେଶାରେ ସେ କେବଳ ରୋଗୀମାନଙ୍କ ସେବା କରି ପାରୁଥିଲେ। ରାଜନୀତିକୁ ଆସିବା ପରେ ସମାଜର ସାମୂହିକ ସେବା କରିବାକୁ ସୁଯୋଗ ପାଇବେ।

Related Posts

About The Author

Add Comment