ଶେଷରେ ପ୍ରତ୍ୟାହାର ହେଲା ବିବାଦୀୟ ଐତିହ୍ୟ ବିଲ

Spread the love

ବାରିପଦା, 09.02.2021 (ସନ୍ଧାନ ନିଉଜ୍) :- ଶେଷରେ ପ୍ରତ୍ୟାହାର ହେଲା ବିବାଦୀୟ ଐତିହ୍ୟ ବିଲ। ବିଜେପି ଓ ବିଜେଡି ସାଂସଦଙ୍କ ଦାବି ଏବଂ ମୁଖ୍ୟମନ୍ତ୍ରୀ କଡା ଆଭିମୁଖ୍ୟ ଗ୍ରହଣ କରିବା ପ​‌ରେ ଏହି ଐତିହ୍ୟ ବିଲ ପ୍ରତ୍ୟାହୃତ ହୋଇଥିବା କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ସୂଚନା ଦେଇଛନ୍ତି। ପୁରୀରେ କିଛି ନିୟମ ଲାଗୁ ହେବା ପୂର୍ବରୁ ରାଜ୍ୟ ସରାକରଙ୍କ ଆଲୋଚନା କରିବା ଉପରେ ସେ ଜୋର ଦେଇଛନ୍ତି। ବାଇ ଲକୁ ପ୍ରତ୍ୟାହାର କରିବା ପାଇଁ ଆଜି ବିଜେପି ଓ ବିଜେଡି ସାଂସଦମାନେ ଅଲଗା ଅଲଗା ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଥିଲେ। ଦୁଇ ଦିନର ସାଗର ମନ୍ଥନ ପରେ ବିବାଦୀୟ ବାଏ ଲକୁ ପ୍ରତ୍ୟାହାର କରିନିଆଯାଇ। ଟ୍ବିଟ କରି ଏହି ସୂଚନା ଓ ଆଶ୍ବାସନା ଦେଇଛନ୍ତି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ। ଐତିହ୍ୟ କିର୍ତ୍ତୀରାଜି କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜାରି କରାଯାଇଥିବା ବାଇ-ଲ ଅଧ୍ୟକ୍ଷଙ୍କ ବିନା ଅନୁମୋଦନରେ ପ୍ରକାଶ ପାଇଥିଲା ତେଣୁ ଏହାକୁ ପ୍ରତ୍ୟାହାର କରାଗଲା ବୋଲି ସେ ସୂଚନା ଦେଇଛନ୍ତି। ବିଭିନ୍ନ ମହଲରେ ପ୍ରତିକ୍ରିୟା, ବିଜେଡି ଓ ବି​‌ଜେପିର ସାଂସଦଙ୍କ  ଦାବି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଡା ଆଭିମୁଖ୍ୟ ପରେ କେନ୍ଦ୍ର ସରକାର ଏହି ବିବାଦୀୟ ବାଇ ଲକୁ ପ୍ରତ୍ୟାହାର କରିଛନ୍ତି। ଆଜି ଦିଲ୍ଲୀରେ  କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ  ସାଂସଦ ପିନାକୀ ମିଶ୍ରଙ୍କ ନେତୃତ୍ବ​ରେ ୮ଜଣ  ବିଜେଡି ସାଂସଦ ଭେଟି ଏହି ବାଇଲକୁ ପ୍ରତ୍ୟହାର କରିବାକୁ ଦାବି କରିଥିଲେ । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ବି ବିଜେପି ସାଂସଦମାନେ ମଧ୍ୟ ଏହି ବାଇ ଲ ପ୍ରତ୍ୟାହାର ପାଇଁ ସଂସ୍କୃତି ମନ୍ତ୍ରୀଙ୍କୁ ଭେଟି ଅନୁରୂପ ଦାବି ଉପସ୍ଥାପନ କରିଥିଲେ। ତତକାଳ ଏହାକୁ ପ୍ରତ୍ୟାହାର କରାଗଲା ବୋଲି ଟୁଇଟ କରି ସୂଚନା ଦେଇଥିଲେ କେନ୍ଦ୍ରମନ୍ତ୍ରୀ ପ୍ରହଲାଦ ସିଂ ପଟେଲ। ଏହି ବାଇଲ ପ୍ରତ୍ୟାହୃତ ହେବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ଏବଂ ବିଜେଡି ସାଂସଦ ଅମର ପଟ୍ଟନାୟକ ଟୁଇଟ କରି କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ବାଇ ଲ ପ୍ରତ୍ୟାହାର କରିବା ପୂର୍ବରୁ ଆଜି  ମୁଖ୍ୟମନ୍ତ୍ରୀ ପୁରୀ ଗସ୍ତ କରି କେନ୍ଦ୍ର ସରାକରଙ୍କ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରିଥିଲେ।  ପୁରୀରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ ପରେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ବାଇ ଲକୁ ନେଇ କଡ଼ା ପ୍ରତିକ୍ରିୟା ରଖିଥିଲେ ନବୀନ। ପ୍ରସ୍ତାବିତ ବାଇ ଲକୁ କେନ୍ଦ୍ର ସରକାର ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏପରିକି କେହି ଶ୍ରୀମନ୍ଦିର  ଓ ମହାପ୍ରଭୁଙ୍କ ବିକାଶ କାର୍ଯ୍ୟକୁ ଅଟକାଇ ପାରିବେନି ବୋଲି ନବୀନ ଦୃଢୋକ୍ତି ପ୍ରକାଶ କରିଥିଲେ। ଜାତୀୟ ଏୗତିହ୍ୟ କିର୍ତ୍ତିରାଜୀ ପ୍ରାଧୀକାରଣ ପକ୍ଷରୁ ଏହି ବାଇ ଲ ଜାରି କରିବା ପରେ ପୁରୀରୁ ଆରମ୍ଭ କରି ଭୁବନେଶ୍ବରରେ ଏହାକୁ ନେଇ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ଏହି ବାଇଲ କୁ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟୁଇଟ କରିଥିଲେ । ତେବେ ମିଳିତ ଭାବେ ଚାପ ପଡ଼ିବାରୁ ଜାତୀୟ ଐତିହ୍ୟ କିର୍ତ୍ତୀରାଜୀ ପ୍ରାଧିକରଣର ଏହି ଚିଠା ପୁନଃ ମୂଷିକ ଭବ ଆଶୀର୍ବାଦ ଲାଭ କରି ସ୍ବସ୍ଥାନ ଗଚ୍ଛ ହୋଇଛି।

Related Posts

About The Author

Add Comment