ବାରିପଦା/ବାଲେଶ୍ୱର, ୦୨/୦୭/୨୦ (ସନ୍ଧାନ ନିଉଜ) : ଦୁଃଖ ଯେତେବେଳେ ଆସେ ଭାଇ ବନ୍ଧୁ କୁଟୁମ୍ବଙ୍କୁ ସାଥିରେ ଧରି ଆସେ । ବାଲିଆ ପାଳ ବ୍ଲକ ଚଉମୁଖ ଗ୍ରାମର ଜନ୍ମେଞ୍ଜୟ ପାତ୍ର, ତାର ସ୍ତ୍ରୀ ସୋନାଲୀ ପାତ୍ର ଏବଂ ୩ ବର୍ଷର ପୁଅ, ବୁଢିମା ସହିତ ହସ ଖୁସିରେ ପୁରି ଉଠୁଥିଲା ତା’ର ପରିବାର । ହସ ଖୁସିର ପୁରି ଉଠୁଥିବା ତାଙ୍କ ପରିବାର ଉପରେ ହଠାତ୍ ଦୁଃଖର ପାହାଡ ଲଦି ହୋଇଯିବ ବୋଲି କେହି ଭାବି ପାରିନଥିଲେ । ତାଙ୍କର ପତ୍ନୀ ସୋନାଲୀ ପାତ୍ର (୨୩)ଙ୍କୁ ପାନ ବରଜରେ ବଳକôାର ପରେ ହତ୍ୟା ଘଟଣା ଚାଂଚଲ୍ୟ ଖେଳାଇ ଦେଇଥିବା ବେଳେ ଆଉ ଏକ ଦୁଃଖଦ ଖବର ସମସ୍ତଙ୍କୁ ମ୍ରିୟମାଣ କରିଦେଇଛି । ସବୁଦିନ ପାଇଁ ଆଖିବୁଜିଦେଇଛନ୍ତି, କମାରେ ଥିବା ଜନ୍ମେଞ୍ଜୟ । ସେ ପତ୍ନୀଙ୍କ ଖବର ପାଇ ଘୋରକୁ ବାଇକ୍ରେ ଫେରୁଥିବା ବେଳେ ଦୁର୍ଘଟଣାକୁ ସାମ୍ନା କରିଥିଲେ । ବାପା ମାଆ ଆର ପାରିକୁ •ଲିଯାଇଥିବା ବେଳେ ତାଙ୍କର ୩୨ ବର୍ଷର ନିରୀହ ଶିଶୁ ପୁତ୍ରଟି ବେ ସାହାରା ହୋଇଗଲା । ବୃଦ୍ଧା ଜେଜେମାଆଙ୍କୁ ଭରସା କରି ସେ ଏବେ ଦୁନିଆର ବାଟ •ଲିବ । ଠିକ୍ ସେହିପରି ଜନ୍ମଞ୍ଜୟକୁ ଭରସା ବଂଚି ରହିଥିବା ତା’ର ସର୍ଯ୍ୟାଶାୟୀ ଭାଇ ଏବେ ସମ୍ପୁର୍ଣ୍ଣ ଅସହାୟ । ଜନ୍ମଞ୍ଜୟର ମୃତୁ୍ୟ ଖରବ ପାଇ ଚଉମୁଖ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଗତ ରବିବାର ୨୮ ତାରିଖ ଥିଲା ଜନ୍ମଞ୍ଜୟଙ୍କ ପରିବାର ପାଇଁ ସବୁଠାରୁ କାଳ ଦିନ । ତାଙ୍କ ପତ୍ନୀ ସୋନାଲୀ ପାନ ବରଜକୁ ପାଣି ଦେବାକୁ ଯାଇ ବଳକôାର ଓ ହତ୍ୟାର ସ୍ୱୀକାର ହୋଇଥିଲେ । ଦୁବୁର୍ତ ମହେଶ୍ୱର ତାଙ୍କୁ ବାଲିରେ ପୋତି ଦେଇଥିଲା । ଗ୍ରାମବାସୀ ତାଙ୍କ ମୃତ ଦେହକୁ ବାଲି ଗଦାରୁ ଉଦ୍ଧାର କରିଥିଲେ । ଘଟଣା ଦିନ ସୋନାଲୀଙ୍କ ସ୍ୱାମୀ ବାହାରେ ରହି ନିଜ ଟ୍ରାକ୍ଟର ଚଳାଇବା କାମରେ ନିୟଜିତ ଥିଲେ । ପତ୍ନୀ ସୋନାଲୀଙ୍କର ଘଟଣା ବିଷୟରେ ଶୁଣି ଶଶୁର ଘର ବାଇକ୍ରେ ଘରକୁ ଫେରୁଥିଲେ । ମାତ୍ର ଲଙ୍ଗଳେଶ୍ୱରରେ ଦୁର୍ଘଟଣାରେ ଗୁରୁତ୍ୱର ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ ବସ୍ତା ହସ୍ପିଟାଲ୍ରେ ଚିକିସôା କରାଯାଇ ପରେ ତାଙ୍କୁ କଟକ ସ୍ଥିତ ରୁଦ୍ର ହସ୍ପିଟାଲରେ କୋମା ଅବସ୍ଥାରେ ଚିକିସôାଧିନ ଥିଲେ । ମାତ୍ର ଆଜି ତାଙ୍କର ମୃତୁ୍ୟ ହୋଇଯାଇଅଛି । ସୂଚନାଯୋଗ୍ୟ ଯେ, ଜନ୍ମେଞ୍ଜୟ ଓ ସୋନାଲୀଙ୍କର ୩ ବର୍ଷର ଜଣେ ପୁଅ ଥିଲା ବେଳେ ବୃଦ୍ଧା ମାଆ ଓ ଜଣେ ଭିନ୍ନକ୍ଷମ ଭାଇ ଅଛନ୍ତି । ସେମାନେ ସମ୍ପୁର୍ଣ୍ଣ ବେ ସାହାରା ହୋଇପଡିଛନ୍ତି । ୩ ବର୍ଷର ପୁଅ ବାପା ମାଆଙ୍କୁ ନ ଦେଖି ବାହୁନି ବାହୁନି କାନ୍ଦୁଥିôବା ବେଳେ ସେ ଦୃଶ୍ୟ ସମସ୍ତଙ୍କ ଅନ୍ତରକୁ ଦୋହଲାଇ ଦେଉଛି । ଭିନ୍ନକ୍ଷମ ଭାଇ ମୃତୁଞ୍ଜୟ ପାତ୍ର (୩୦) ସବୁଦିନ ଶର୍ଯ୍ୟାଶାୟୀ, ସମଗ୍ର ଶରୀର ଅଚଳ । ଟ୍ରାକ୍ଟର ଚଳାଇ ପରିବାର ଚଳାଉଥିଲେ ଭାଇ ଜନ୍ମେଞ୍ଜୟ । ତାଙ୍କର ମୃତୁ୍ୟପରେ ପରିବାର ମୁହଁରେ କେମିତି ଦାନା ପଡିବ ଏ ଚିନ୍ତା ସମସ୍ତଙ୍କୁ ଘାରିଛି । ସେହିପରି ସୁଗୁଣ ସମ୍ପୁର୍ଣ୍ଣା ସୋନାଲୀଙ୍କୁ ଝୁରି ହେଉଛନ୍ତି ସମସ୍ତେ । ଅନ୍ୟ ପକ୍ଷରେ ବଳକôାର ପରେ ହତ୍ୟା କରିଛି ବୋଲି ସ୍ୱୀକାର କରିଥିବା ଗ୍ରାମର ଯୁବକ ମହେଶ୍ୱରକୁ କୋର୍ଟ •ଲାଣ କରାଯାଇଛି ବୋଲି ବାଲିଆପାଳଥାନା ଆଇ.ଆଇ.ସି. ବିମଳ କୁମାର ନାୟକ କହିଛନ୍ତି । ତାଙ୍କୁ ଫାଶୀ ଦିଆଯାଉ ବୋଲି ଗ୍ରାମବାସୀମାନେ ଦାବୀ କରିଛନ୍ତି, ଏପରିକି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରଉ କରିବେ ବୋଲି ଚେତାବନୀ ଦେଇଛନ୍ତି । ସେହିପରି ଜନ୍ମେଞ୍ଜୟଙ୍କ ଅସହାୟ ପରିବାରକୁ ସରକାରୀ ସାହାର୍ଯ୍ୟ ଯୋଗାଇ ଦିଆଯାଉ ବୋଲି ଦାବୀ ହେଉଛି । ଏଥିରେ ପ୍ରଶାସନର ଭୁମୀକା କ’ଣ ରହୁଛି, ଜନସାଧାରଣ ଚାତକ ପରି •ହି ବସିଛନ୍ତି ।
ଶେଷରେ ଆଖି ବୁଜିଲେ ସୋନାଲୀଙ୍କ ସ୍ୱାମୀ …
|
July 3, 2020 |
![ଶେଷରେ ଆଖି ବୁଜିଲେ ସୋନାଲୀଙ୍କ ସ୍ୱାମୀ …](https://sandhannews.com/wp-content/themes/mts_newsonline/images/nothumb-featuredfull.png)