ଧର୍ମଶାଳା, ୮ /୧୨ ୨୫ (ସନ୍ଧାନ ନ୍ୟୁଜ) : ଜାରକାସ୍ଥିତ ଧର୍ମଶାଳା ମହାବିଦ୍ୟାଳୟ ପରିସରରେ ଶୁଭସକାଳ ପତ୍ରିକାର ଏକାଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ କଥାକାର ଡ. ଗୌରହରି ଦାସ ଉତ୍ସବକୁ ଉଦ୍ଘାଟନ କରି କହିଥିଲେ ଯେ, ସାହତ୍ୟ ନରହିଲେ ମଣିଷ ଭିତରୁ ଆବେଗ କମିଯିବା ଯେଉଁ ଦେଶ ଶିଶୁ ସାହିତ୍ୟରେ ଯେତେ ସମୃଦ୍ଧ, ସେ ଦେଶର ବିଚାରଧାରା ସେତେ ସମୃଦ୍ଧ ପିଲା ପାଳିବା କାମକୁ ଆମେ ହାଲୁକା ଭାବେ ନେଉ ବୟସ୍କଙ୍କ ଭିତରେ ପିଲାପଣ ରହିଥାଏ। ଛୋଟ ପିଲା ପାଖରେ ବୟସ୍କପଣ ନଥାଏ। ନିରୀହପଣ ପ୍ରତ୍ୟେକ ପ୍ରାର୍ଥନାର ପ୍ରଥମ ଉଚ୍ଚାରଣ ସାହିତ୍ୟର ଭୂମିକା ବର୍ଷାର ଆଦ୍ରତା ପରି ମଣିଷର ବଡ଼ ଆବିଷ୍କାର ହେଉଛି ଶବ୍ଦ ଯୁଦ୍ଧ ମଣିଷର ମୁଣ୍ଡରେ ଲଢ଼ାଯାଏ | ଶେଷରେ ପଡ଼ିଆରେ ଯୁଦ୍ଧ ହୋଇଥାଏ। ମଣିଷ ସବୁଠୁ ବେଶୀ ଭୟ କରେ ମତକୁ ଭଲ କାମ କରୁଥିବା ମଣିଷକୁ ଗାଳି କରାଯାଏ। ସକ୍ରେଟିସ୍, ଯୀଶୁଖ୍ରୀଷ୍ଟ ଓ ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁ ଏହାର ଉଦାହରଣ ବୋଲି ବର୍ଣ୍ଣନା କରିବା ସହ ଦଲାଇଲାମା ଓ ଅନ୍ଧ ପିଲାର ଠାକୁର ଦର୍ଶନ ଉପାଖ୍ୟାନର ଅବତାରଣା କରିଥିଲେ । ଅନୁଷ୍ଠାନର ସଭାପତି ଡ. ରାଜକିଶୋର ପାଢ଼ୀ ସଭାପତିତ୍ବ କରି ଯେକୌଣସି ବ୍ୟକ୍ତି ଚେତନାର ସର୍ବୋଚ୍ଚ ସ୍ତରକୁ ଯାଇପାରେ ବୋଲି କହିଥିଲେ। ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ସ୍ତମ୍ଭକାର ମନୋରଞ୍ଜନ ମହାନ୍ତି ଯୋଗଦେଇ କହିଥିଲେ ଯେ, ଶିଶୁମାନେ ହେଉଛନ୍ତି ଅନନ୍ତ ଶକ୍ତିର ଉତ୍ସା ଶିଶୁ ଭିତରେ ଅସୀମ ସମ୍ଭାବନା ରହିଛି। ମାଡ଼ ଦେଇ କାହାକୁ କବିତା ଲେଖେଇ ହେବ ନାହିଁ କି ବନ୍ଦ କରି ହେବନାହିଁ। ଶିଶୁ ସାହିତ୍ୟ ହେଉଛି ସାହିତ୍ୟର ଏନ୍ତୁଡ଼ିଶାଳ ବୋଲି ଶ୍ରୀ ମହାନ୍ତି ଗୁରୁତ୍ବାରୋପ କରିଥିଲେ।
ଝୁମୁକା’ ପତ୍ରିକାର ସଂପାଦକ ମାନସ ରଞ୍ଜନ ସାମଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବହିର ଆଦର କମି ଯାଉଛି ବୋଲି କହିଥିଲେ। ଅନୁଷ୍ଠାନର ଉପସଭାପତି ସମାଜସେବୀ ମିନତି ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ସଂପାଦକ ବ୍ରଜବନ୍ଧୁ ଶତପଥୀ ସଂପାଦକୀୟ ବିବରଣୀ ପାଠ, କବି ଡ. ପ୍ରଶାନ୍ତ କୁମାର ସ୍ବାଇଁ ଅତିଥି ପରିଚୟ ପ୍ରଦାନ, ରୂପାଲି ପତ୍ରିକାର ସଂପାଦକ ପ୍ରହ୍ଲାଦ ପଣ୍ଡା ସ୍ବାଗତ ଭାଷଣ ଓ କବି ପଦ୍ମଜା ଶରଣ ମଞ୍ଚ ନିମନ୍ତ୍ରଣ କରିଥିଲେ। ଏହି ଅବସରରେ ଅତିଥିମାନେ ଶୁଭସକାଳ ପତ୍ରିକା ଉନ୍ମୋଚନ କରିବା ସହ ଶିଶୁ ସାହିତ୍ୟିକ ରତ୍ନାକର ନାୟକଙ୍କ ଧୋ’ରେ ବାୟା ଧୋ’ ଓ ଡ. ରାଜକିଶୋର ପାଢ଼ୀଙ୍କ ‘ଛବିର ଘର’ ପୁସ୍ତକ ଉନ୍ମୋଚନ କରିଥିଲେ । କବି ପ୍ରେମଲତା ମହାରଣା ଉନ୍ମୋଚିତ ପତ୍ରିକା ସଂପର୍କରେ ସୂଚନା ଦେଇଥିଲେ। ଅନୁଷ୍ଠାନ ପକ୍ଷରୁ ଗାଳ୍ପିକ ମାନସ ରଞ୍ଜନ ସାମଲଙ୍କୁ ଶୁଭ ସକାଳ ସମ୍ମାନ, ଗୀତିକାର ନନ୍ଦ କିଶୋର ସିଂହଙ୍କୁ ବଂଶୀଧର ସେଠୀ ସାହିତ୍ୟ ସମ୍ମାନ, ଡାକ୍ତର ସୁମନ କଲ୍ୟାଣ ବେହେରାଙ୍କୁ ଡାକ୍ତର ରମେଶ ଚନ୍ଦ୍ର ସାହୁ ସ୍ମୃତି ସମ୍ମାନ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଦନେଇ ସାହୁଙ୍କୁ ବଂଶୀଧର ସେଠୀ ଶିକ୍ଷକ ସମ୍ମାନ ପ୍ରଦାନ କରାଯାଇଥିଲା ।



