ଶୁଖିଲା ପଡିଛି ହାଇଲେବେଲ କେନାଲ, ଚାଷୀକୁଳ ହତାଶ

Spread the love

ଚଣ୍ଡିଖୋଲ, ୧୨/୦୪/୨୦୨୨ (ସନ୍ଧାନ ନିଉଜ) : ଦୀର୍ଘ ୫୦ବର୍ଷରୁ ଉର୍ଧ ସମୟ ଧରି ଜଗତପୁରରୁ ବାହାରିଥିବା ହାଇଲେବେଲ କେନାଲର ପାଣି ଦ୍ୱାରା ଚଣ୍ଡିଖୋଲ ଓ ଏହାର ଆଖପାଖର ଶତାଧିକ ଏକର ଚାଷଜମିରେ ଫସଲ ହେଇଥାଏ. ମାତ୍ର ଚଳିତ ବର୍ଷ ଏହି କେନାଲରେ ପାଣି ନଆସିବା ଦ୍ୱାରା ଏହାଉପରେ ନିର୍ଭର କରୁଥିବା ଚାଷୀକୁଳ ଏବେ ହତାଶ ହେଇପଡିଲେଣି.ଏହି ପାଣି ଦୀର୍ଘ ୫୦ ବର୍ଷରୁ ଉର୍ଧ ହେବ ମାର୍ଚ ମାସ ଶେଷ ସପ୍ତାହ ସୁଦ୍ଧା କେନାଲରେ ଆସିଥାଏ ମାତ୍ର ଚଳିତ ବର୍ଷ ଏପ୍ରିଲ ପ୍ରଥମ ସପ୍ତାହ ଶେଷ ହେବାକୁ ବସିଲାଣି ଅଥଚ କେନାଲରେ ପାଣି ଛଡାଯାଇନାହିଁ.ଏହି ପାଣି ଉପରେ ମୁଖତଃ ରବି ଫସଲ ଯଥା ମୁଗ, ବିରି ସହିତ ଅନ୍ୟାନ୍ୟ ଶଷ୍ୟଜାତିୟ ପଦାର୍ଥ ଓ ପନିପରିବା ଫସଲ ନିର୍ଭର କରିଥାଏ.ପାଣି ନଆସିବା ଫଳରେ ଏହି ସବୁ ଫସଲ କରିବାକୁ ଚାଷୀକୁଳ ଚିନ୍ତାରେ ଅଛନ୍ତି. ଯେଉଁ କିଛି ଚାଷୀ ଉଠା ଜଳସେଚନ ଓ ପାଣି ମୋଟର ଦ୍ୱରା ନିଜର ଜମିକୁ ପାଣି ମଡ଼ାଉଛନ୍ତି ସେମାନେ ସେହି ଫସଲର ଉଚିତ ଦର ମଧ୍ୟ ପାଉନାହାନ୍ତି.ଏହି ପାଣି ଉପରେ କେନାଲ ନିକଟରେ ଥିବା ଗ୍ରାମର ଜନସାଧାରଣ ଓଁ ଗୃହପାଳିତ ପଶୁମାନେ କେନାଲ ପାଣିଉପରେ ନିର୍ଭର କରିଥାନ୍ତି. ପାଣି ନଆସିବା ଦ୍ୱାରା ସେମାନେ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି.ଯେଉଁ କେଉଁଠି କିଛି କିଛି ପାଣି ରହିଛି ତାହା ସମୁର୍ଣ୍ଣଭାବେ ବ୍ୟବହାର ଅନୁପଯୋଗ୍ୟ. ବିଗତ ଦିନରେ ଏହି ପାଣି ବ୍ୟବହାର ଦ୍ୱାରା ଲୋକମାନେ ବିଭିନ୍ନ ଚର୍ମ ରୋଗରେ ପୀଡିତ ହୋଇଥିଲେ .ଏଥିପ୍ରତି ଉଚ୍ଚ କାର୍ତ୍ୟୁପକ୍ଷ ଦୃଷ୍ଟିଦେବାକୁ ସାଧାରଣରେ ଦାବିହେଉଛି.

Related Posts

About The Author

Add Comment