ଶୀତରେ ଥରୁଛି ସାରା ରାଜ୍ୟ : ଜନଜୀବନ ଅସ୍ତବ୍ୟସ୍ତ

Spread the love

ଭୁବନେଶ୍ୱର, ୨୨/୧୨/୨୫ (ସନ୍ଧାନ ନ୍ୟୁଜ) : ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ । କନ୍ଧମାଳ ଜିଲ୍ଲାରେ ମଧ୍ୟ ପ୍ରଚଣ୍ଡ ଥଣ୍ଡା । ମାସେରୁ ଊର୍ଦ୍ଧ ସମୟ ହେବ ଶୀତ ଲହରୀ ସାଙ୍ଗକୁ ଘନ କୁହୁଡି ଜାରି ରହିଛି । ପାରଦ ତଳମୁହାଁ ହେବା ସହ ପ୍ରବଳ ଶୀତକୁ ଜାଡ କଲବଲ କରୁଛି । ସଞ୍ଜ ନଇଁଲେ ଶୀତର ପ୍ରକୋପ ବଢ଼ିବାରେ ଲାଗୁଛି ।  ରାତି ଯେତେ ବଢୁଛି, ଜାଡ଼ ସେତେ ଅଧିକ ହେଉଛି । ଜି. ଉଦୟଗିରି ସହରର ତାପମାତ୍ରା ୪ରୁ ୫ଡିଗ୍ରି ରହୁଥିବା ବେଳେ ଦାରିଙ୍ଗବାଡି, ଫୁଲବାଣୀ, ବାଲିଗୁଡ଼ା, ବେଲଘର୍ ସମେତ ଜିଲ୍ଲା ତମାମ ୬ରୁ ୮ ଡିଗ୍ରୀ ମଧ୍ୟ ରେ ଗତ ମାସେ ହେବ ଶୀତ କମିବାର ନାଁ ନେଉନି । ନବରଙ୍ଗପୁର ସହର ଓ ବ୍ଲକ ସମେତ ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି, କୋଷାଗୁମୁଡା, ପାପଡାହାଣ୍ଡି, ଉମରକୋଟ, ଡାବୁଗାଁ, ରାଇଘର, ଝରିଗାଁ ଆଦି ବ୍ଲକ ଅଂଚଳରେ ଭୀଷଣ ଥଣ୍ଡା ଅନୁଭୂତ ହେଉଛି ।  ନବରଙ୍ଗପୁର ସହରରେ ୭ଡିଗ୍ରୀ ସେଲସିଅସ୍ ରେକର୍ଡ କରାଯାଇଛି। ରାତି ଓ ଭୋରରେ କାକର ପଡୁଥିବା ଦେଖିବାକୁ ମିଳିଛି । କୁହୁଡିର ଚାଦରରେ ନବରଙ୍ଗପୁର ସହର ରହିଛି। ପ୍ରବଳ ଥଣ୍ଡା ସହ କାକର ପଡୁଥିବା ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡିଛି ସାଧାରଣ ଜନଜୀବନ । ସକାଳ ୮ଟା ଯାଏଁ ଥଣ୍ଡା ସହ ଶୀତ ଲହରି ଓ ପ୍ରବଳ କୁହୁଡି ଯୋଗୁଁ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି । ପାଣିପାଗ କେନ୍ଦ୍ରରୁ ମିଳିବା ସୂଚନା ଅନୁସାରେ ଆଗାମୀ ସପ୍ତାହଯାଏଁ ଶୀତ ଶୀତ ଲହରୀ ଜାରି ରହିବ । ରାଜ୍ୟର ପ୍ରବଳ  ଶୀତ ହେଉଥିବା ଜିଲ୍ଲା  ମଧ୍ୟରେ ନବରଙ୍ଗପୁର ଜିଲ୍ଲା ସାମିଲ ହୋଇଛି ।  ସକାଳରୁ ୯ଟା ଯାଏଁ ଓ ସଂଧ୍ୟା ନଇଁବା ମାତ୍ରକେ କୁହୁଡିର ଚାଦର ଦେଖିବାକୁ ମିଳୁଛି। ଆମ୍ବପାଣିଘାଟି  ସହ ନବରଙ୍ଗପୁର ସହର, ଇନ୍ଦ୍ରାବତୀ ବ୍ରିଜ ଓଭାରତମାଳା ରାସ୍ତା ଉପରେ ମଧ୍ୟ କୁହୁଡିର ଚାଦର ଦେଖିବାକୁ ମିଳୁଛି। ତେଣୁ ଯାନବାହନ ଗୁଡିକ ଲାଇଟ୍ ଲଗାଇ ଯିବା ଆସିବା କରୁଛନ୍ତି। ପ୍ରବଳ କୁହୁଡି ଯୋଗୁଁ ଜିଲ୍ଲାରେ ଛୋଟ ବଡ ଦୁର୍ଘଟଣା ସହ ଧନଜୀବନ ଓ ସମ୍ପତ୍ତି ନଷ୍ଠ ହେବା  ଜାରୀ ରହିଛି।  ଏହାର ପ୍ରଭାବ ଖାସ୍ କରି ଦିନ ମଜୁରିଆ, ଉଠା ଦୋକାନୀ, ସ୍କୁଲ, କଲେଜ ଛାତ୍ରଛାତ୍ରୀ, ସରକାରୀ କର୍ମଚାରୀ ଆଦିଙ୍କ ଉପରେ ବେଶି ମାତ୍ରାରେ ପଡିଛି ।  ଜିଲ୍ଲାପ୍ରଶାସନ ଏହାକୁ ଦୃଷ୍ଟିରେ ରଖି ଶନିବାର ଦିନ ସକାଳୁଆ ସ୍କୁଲ କରିଛନ୍ତି  ।

Related Posts

About The Author

Add Comment