ଯାଜପୁର ସଦର,୧୫ା୦୩(ସନ୍ଧାନ ନିୟୁଜ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବ୍ରହ୍ମବରଦା ପଂଚାୟତ ମଙ୍ଗଳା ମାର୍କେଟ୍ ପରିଶର ମଧ୍ୟରେ ଶିଶୁ ମାନଙ୍କୁ ସୁରକ୍ଷା ଦେବା ସହିତ ବାଲ୍ୟ ବିବାହ ଉପରେ ଅଙ୍କୁଶ ଲଗାଯିବା ପାଇଁ ରସୁଲପୁର ପ୍ରେସ୍ ଫୋରମ ଆନୁକୁଲ୍ୟରେ ଏକ୍ ପ୍ରସ୍ଥୁତି ବୈଠକ କରାଯାଇଥିଲା । ଏହି ବୈଠକରେ ରସୁଲପୁର ପ୍ରେସ୍ ଫୋରମର ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ଦେବେନ୍ଦ୍ର ନାଥ ନାୟକ ଯୋଗ ଦେଇଥିବା ବେଳେ, ରସୁଲପୁର ପ୍ରେସ୍ ଫୋରମର ସଂପାଦକ ଜଗମୋହନ ରାଉତ ଯୋଗଦେଇଥିଲେ । ଏହି ଅବସରରେ ବ୍ରହ୍ମବରଦା ୟୁନିଟ୍ର ସଦସ୍ୟ ବାପୁଜୀ ଜେନାଙ୍କ ସଭାପତିତ୍ୱରେ ପ୍ରସ୍ଥୁତି ବୈଠକ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ରଞ୍ଜିତ ରାଉତ, ଗୋପିନାଥ ଦାଶ, ବାପୁଜୀ ଜେନା, ପ୍ରକାଶ ଚନ୍ଦ୍ର ସାହୁ, ସ୍ମୃତୀରଂଜନ ରାଉତ, ପ୍ରଦିପ ଦାସ, ଅମିୟ ପରିଡ଼ା, ଦେବେନ୍ଦ୍ର ନାଥ ନାୟକ, ମଣ୍ଟୁ ଦାସ, ରସୁଲପୁର ପ୍ରେସ୍ ଫୋରମ୍ର ସଦସ୍ୟାମାନେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସଫଳତାର ସହିତ କରିବା ଲାଗି ପ୍ରେସ୍ ଫୋରମର ସଦସ୍ୟମାନେ ମତ ରଖିଥିଲେ । ଏହା ଅପ୍ରେଲ ମାସରେ କରାଯିବା ଲାଗି ସଦସ୍ୟମାନେ ପ୍ରସ୍ତାବ ଦେଇଥିଲେ ।
ଶିଶୁ ସୁରକ୍ଷା ବାଲ୍ୟବିବାହ ଉପରେ ଆଲୋଚନା ଚକ୍ର ଅନୁଷ୍ଟିତ
|
March 16, 2021 |