ଜେନାପୁର/୧୬/୧୧(ସନ୍ଧାନ ନ୍ୟୁଜ ): ଶନିବାର ସକାଳୁ ଜେନାପୁର ପୋଲିସ ଏକ ଶିଶୁର ମୃତ ଦେହ କୁ ଜବତ କରି ବ୍ୟବଚ୍ଛେଦ କରିବା ସହିତ ଘଟଣା ର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ଅଧିନ ଅଣ୍ଟିଆ ପଞ୍ଚାୟତ ତଳସାହି ଗ୍ରାମରେ ଏକ ନବ ଜାତ ଶିଶୁ ପୁତ୍ର ର ମୃତ ଦେହ ଜଣେ ବ୍ୟକ୍ତିଙ୍କ ଘର ନିକଟରେ ଏକ ଅଟା ପ୍ୟାକେଟ ରେ ପଶି ପଡିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକମାନେ ପୋଲିସ କୁ ଖବର ଦେଇଥିଲେ। ପୋଲିସ ମୃତ ଶିଶୁର ମୃତ ଦେହକୁ ଜବତ କରି ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଛି। ଏହାର ଜନ୍ମ ପ୍ରାୟ ୧୫/୨୦ ଦିନର ହେବ ବୋଲି ଅନୁମାନ କରାଯାଉଛି। ଶିଶୁ ର ମୃତ ଦେହକୁ ଜବତ କରି ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଶବ ବ୍ୟବଚ୍ଛେଦ ପରେ ମୃତ ଦେହକୁ ଧର୍ମଶାଳା ମେଡ଼ିକାଲ ରେ ରଖା ଯାଇଛି। ଏନେଇ ଜେନାପୁର ପୋଲିସ ୩୦/୨୦୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି।
ଶିଶୁ ର ମୃତ ଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ।
|
November 16, 2025 |



