ବାଲେଶ୍ବର, ୧୧/୦୯ (ସନ୍ଧାନ ନିଉଜ): ବାଲେଶ୍ବରରେ ଜିଲ୍ଲାରେ ବହୁଚର୍ଚ୍ଚିତ ଖନ୍ତାପଡ଼ା ଶିଶୁ ବିକ୍ରି ମାମଲାର ଆଜି ମିଳିତ ଯାଞ୍ଚ ଆରମ୍ଭ ହୋଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଶିଶୁ ମଙ୍ଗଳ କମିଟି ଓ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ରୁ ୫ ଜଣ ସଦସ୍ୟଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଥିବାବେଳେ ଏହି ଟିମ୍ ଆଜି ପୀଡ଼ିତ ଶିଶୁକୁ ଧରି ତା ଘର ଓ ଗାଁ ଲୋକଙ୍କୁ ଏହି ଘଟଣା ସମ୍ପର୍କରେ ପଚରାଉଚୁରା କରିଥିବା ଦେଖାଯାଇଥିଲା । ଏହି ମିଳିତ ଯାଞ୍ଚ ଟିମ୍ରେ ସାମିଲ ହୋଇଥିବା ଶିଶୁ ମଙ୍ଗଳ କମିଟିର ସଦସ୍ୟ ଗୌରୀମଣୀ ଉପାଧ୍ୟାୟ ଓ ଆଶିଷ ଘୋଷ ରହିଥିବା ବେଳେ ଶିଶୁ ସୁରକ୍ଷା ୟୁନିଟ୍ର ଏଲପିଓ ମୁକ୍ତିକାନ୍ତ ପଣ୍ଡା, କର୍ମଚାରୀ ସତ୍ୟରଂଜନ ସ୍ବାଇଁ ଓ ସୌମେନ ଗିରି ସକାଳେ ବାଲେଶ୍ବର ସହରସ୍ଥିତ ଉତ୍କଳ ବାଳାଶ୍ରମରୁ ସମ୍ପୃକ୍ତ ପୀଡ଼ିତ ଶିଶୁକୁ ଧରି ଖନ୍ତାପଡ଼ାସ୍ଥିତ ତାଙ୍କ ଘରେ ପହଞ୍ଚିଥିଲେ। ଶିଶୁ ବିକ୍ରି ଅଭିଯୋଗ ସମ୍ପର୍କରେ ତା’ର ବାପା, ପଡ଼ୋଶୀ ଏବଂ ଶିଶୁବିକ୍ରି ଅଭିଯୋଗର ପ୍ରଥମ ଅଭିଯୁକ୍ତ କୁହାଯାଉଥିବା ସେହି ଗାଁର ସମ୍ପୃକ୍ତ ମହିଳାଙ୍କୁ ଡକାଇ ପଚରାଉଚୁରା କରାଯାଇଥିଲା । ଏହାପରେ ଶିଶୁଜଣକ ଦ୍ବିତୀୟଥର ବିକ୍ରି ହୋଇଥିବା ସେହି ଗ୍ରାମର ସମ୍ପୃକ୍ତ ଯୁବକଙ୍କୁ ଡକାଇଥିଲେ। ହେଲେ ସେ ଘରେ ନ ଥିବାରୁ ଟିମ୍ ଫେରି ଆସିଥିଲେ। ଆସନ୍ତାକାଲି ପୁଣିଥରେ ଟିମ୍ ସେହି ଗାଁକୁ ଯାଇ ଯାଞ୍ଚ କରିବା ସହିତ ସମ୍ପୃକ୍ତ ଯୁବକଙ୍କୁ ଉପସ୍ଥିତ ରହିବାକୁ ତାଙ୍କ ପରିବାର ଲୋକଙ୍କୁ ଟିମ୍ ସୂଚନା ଦେଇଥିବା କୁହାଯାଇଛି ଗାଁରେ ଯାଞ୍ଚ ସରିବା ପରେ ବାଲେଶ୍ବର ଓ ଭୁବନେଶ୍ବରରେ ସେ ବିକ୍ରି ହୋଇଥିବା ସମ୍ପୃକ୍ତ ପ୍ରଭାବଶାଳୀ ପରିବାର ଲୋକଙ୍କୁ ମଧ୍ୟ ଯାଞ୍ଚ ସବୁକିଛି ଶ୍ରୀ ପରିସରକୁ ଅଣାଯିବ ବୋଲି କୁହାଯାଇଛି । ବାଲେଶ୍ବର ଉଲ୍ଲେଖଯୋଗ୍ୟ, ବାଲେଶ୍ବର ଜିଲ୍ଲା ବାଲେଶ୍ବର ଖନ୍ତାପଡ଼ାସ୍ଥିତ ନଈଛଣପୁର ଗ୍ରାମରେ କିଛିବର୍ଷ ଲେଖିଥିଲେ ପୂର୍ବରୁ ଏହି ଶିଶୁଟିକୁ ତାରି ମା’ ଅଭାବ ଅସୁବିଧାର ଲେଖିବା ଶିକାର ହୋଇ ସେଠାକାର ଜଣେ ମହିଳାଙ୍କୁ ଢେ ଦେଇ ତାଙ୍କ ଠାରୁ କିଛି ଟଙ୍କା ନେଇ ବାହାରକୁ କାମ କରିବାକୁ ପଳାଇଥିଲେ। ଏହାପରେ ସମ୍ପୃକ୍ତ ମହିଳାଜଣକ ପିଲାଟିକୁ ଜଣେ ଦଲାଲ ଜରିଆରେ ପ୍ରଥମେ ବାଲେଶ୍ବରର ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଘରେ କାମ କରିବାକୁ ଦେଇ ମୋଟା ଅଙ୍କର ଟଙ୍କା ନେଇଥିଲେ । ପରେ ପିଲାଟିକୁ ସେହି ପ୍ରଭାବଶାଳୀ ବ୍ୟକ୍ତିଜଣକ ଭୁବନେଶ୍ଵର ନେଇ ନିଜ ଝିଅଘରେ ଛାଡ଼ି ବିଭିନ୍ନ କାମ କରାଉଥିଲେ। ସେଠାରେ ପିଲାଟି ଶାରୀରିକ ଓ ମାନସିକ ନିର୍ଯ୍ୟାତନା ସହି ନ ପାରି ଲୁଚି ପଳାଇ ଆସିଥିଲା । ଭୁବନେଶ୍ବର ସହିଦନଗର ଥାନା ପୁଲିସ ତାକୁ ଉଦ୍ଧାର କରି ଖୋର୍ଦ୍ଧା ସିଡବୃସି ଜରିଆରେ ଚାଇଲ୍ଡଲାଇନରେ ରଖିଥିଲେ। ପିଲାଟିପାଖର ସବୁକିଛି ଶୁଣିବା ପରେ ଖୋର୍ଦ୍ଧା ଚାଇଲ୍ଡ ଲାଇନ ବାଲେଶ୍ବର ପିଲାଟିର ଠିକଣା ଜାଣିବା ପାଇଁ ବାଲେଶ୍ଵର ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଚିଠି ଲେଖିଥିଲେ। ହେଲେ ଦୀର୍ଘ ମାସ ଧରି ଚିଠି ଲେଖିବା ପରେ ଗତ ଜୁଲାଇ ମାସରେ ଶିଶୁ ସୁରକ୍ଷା ଅଧିକାରୀ ପିଲା ବାବଦରେ କୌଣସି ପଥର ତଥ୍ୟ ମିଳୁନାହିଁ ବୋଲି ମଙ୍ଗଟ ଚିଠିଲେଖି ଖୋର୍ଦ୍ଧା ସିଡବ୍ଲସିଙ୍କୁ ଶିକା ଜଣାଇଦେଲେ । ମାତ୍ର ଗତମାସ । ଭୁବନେଶ୍ବର ଚାଇଲ୍ଡଲାଇନରେ ପିଲାଟିକୁ ଧରି ଖନ୍ତାପଡ଼ାର ତା’ର ଘର ପାଇବା ସହ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଭେଟି ତାଙ୍କ ଅବହେଳା ବିଷୟରେ ସୂଚାଇଥିଲେ । ଏଥିସହ ପିଲାଟିକୁ ସିଡବୃସିରେ ହସ୍ତାନ୍ତର କରି ତା ସହ ଅପରାଧ ଓ ଶିଗୁଁ ସୁରକ୍ଷା ଅଧିକାରୀଙ୍କ ଚରମ ଅବହେଳା ସମ୍ପର୍କରେ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିଲେ । ଏହି ଘଟଣାରେ ବିଭିନ୍ନ ମହଲରୁ ତୀବ୍ର ଅସନ୍ତୋଷ ମଧ୍ୟ ପ୍ରକାଶ କରାଯାଇଥିଲା। କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଦୃଷ୍ଟିକୁ ଆସିବା ପରେ ସେ ମଧ୍ୟ ଦୃଢ଼ ନିନ୍ଦା କରିଥିଲେ ଏବଂ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଡବ୍ଲ୍ୟୁସିଡି ସଚିବଙ୍କୁ ଚିଠି ଲେଖି ଜଣାଇଥିଲେ। ସୂଚନା ଥାଉକି, କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀଙ୍କ ଚିଠି ପାଇବା ପରେ ଡବ୍ସିଡି ସଚିବ ଏହି ଘଟଣାର ତୁରନ୍ତ ତଦନ୍ତ କରିର୍ବାକୁ ବାଲେଶ୍ବର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଶିଶୁ ବିକ୍ରି ମାମଲା: ଶିଶୁକୁ ଧରି ୫ ଜଣିଆ ଟିମ୍ ତଦନ୍ତ
|
September 11, 2020 |
