ଶିଶୁ ଗଳ୍ପ ‘ଚାରି ଝିଅ’

Spread the love

ସଂଗୀତା ସେଠୀ

ସୁବର୍ଣ୍ଣପୁର ରାଜ୍ୟରେ ଜଣେ ରାଜା ଥିଲେ । ରାଜାଙ୍କ ନାମ ଇନ୍ଦ୍ରଦୂତ । ରାଜ୍ୟର ନାମ ସିନା ସୁର୍ବଣ୍ଣପୁର ଥିଲା ହେଲେ ସେଠାରେ ସୁନାର ଅଭାବ ରହିଥିଲା । ରାଜାଙ୍କର ଚାରୋଟି ଅଳିଅଳି ଝିଅ ଥିଲେ । ଚାରୀ ଝିଅ ମଧ୍ୟ ସୁଗୁଣର ଅଧିକାରୀ ଥିଲେ । ରାଜା ନିଜ ଝିଅ ମାନଙ୍କୁ ଯେଭଳି ପାଳୁଥିଲେ ସେଭଳି ପ୍ରଜା ମାନଙ୍କୁ ଶାସନ କରୁଥିଲେ । ରାଜ୍ୟର ଜଣେ ବିଚକ୍ଷଣ ମନ୍ତ୍ରୀ ମଧ୍ୟ ଥିଲେ ସେ ରାଜାଙ୍କର ଏକାନ୍ତ ଘନିଷ୍ଠ ବନ୍ଧୁ ମଧ୍ୟ ଥିଲେ । ରାଜ୍ୟରେ ଖାଦ୍ୟା, ପାନୀୟ, ବାସଗୃହ ଇତ୍ୟାଦିରେ କୌଣସି ଅଭାବ ନଥିଲା । ରାଜାଙ୍କର ଚାରି ଝିଅ ବହୁତ ସୁନ୍ଦର ଏବଂ ଅନ୍ୟ ବିଭିନ୍ନ ଅଭିଜ୍ଞତା ମଧ୍ୟ ରହିଥିଲା । ରାଜାଙ୍କର ବଡଝିଅ ରୋଷେଇରେ ଧୁରୁନ୍ଦର ଥିବା ବେଳେ ବଡ ମଝିଆଣି ଝିଅଟି ସୁ୍ନ୍ଦର ଚିତ୍ର ଆଙ୍କି ପାରୁଥିଲା । ସାନ ମଝିଆଣି ଝିଅଟି ଯୁଦ୍ଧ ବିଦ୍ୟାରେ ନିପୁଣ ଥିଲା ବେଳେ ସବା ସାନ ଝିଅଟି ନୃତରେ ପାରଙ୍ଗମ ଥିଲେ । ଏଭଳି ଅଭିଜ୍ଞତାକୁ ନେଇ ସମସ୍ତଙ୍କ ମନରେ ଗର୍ବ ଭରି ରହିଥିବା ବେଳେ ସାନ ଝିଅଟି ମନରେ ଗର୍ବ ନଥିଲା ।
ଦିନକର କଥା । ଦିନେ ଜଣେ ଭିକାରୀ ରାଜାଙ୍କ ଦରବାରକୁ ଭିକ ମାଗିବାକୁ ଆସି ଭିକ ଦିଅ ଭିକ ବୋଲି ଡାକିଲା । ରାଜଙ୍କର ତିନିଝିଅ ଭିକାରିକୁ ଭିକ ନଦେଇ ସେଠାରୁ ତଢିଦେଲେ । ଏହା ଦେଖି ସାନ ଝିଅଟି ଭିକାରିକୁ ଡାକି ଭିକ ଦେଲା । ଏହାକୁ ଦେଖି ଅନ୍ୟ ତିନି ଭଉଣୀ ତାଙ୍କୁ ଗାଳି କରିବା ସହିତ ରାଜା ଏବଂ ମନ୍ତ୍ରୀଙ୍କ ଆଗରେ ସାନ ଝିଅଟି ନାମରେ ମିଛ କଥା କହି ରାଜ୍ୟରୁ ବାହାର କରିଦେଲେ । ସାନ ଝିଅଟି ରାଜଦରାବାରରୁ ବାହାରି କାନ୍ଦି କାନ୍ଦି ଗୋଟିଏ ମନ୍ଦିର ନିକଟରେ ପଂହଚିଲା । ରାତି ହେବା ସହିତ ଝିଅଟିକୁ ଡର ମାଡିଲା ଏବଂ ପେଟରେ ଭୋକର ତାତି ମଧ୍ୟ ବଢିବାକୁ ଲାଗିଲା । ଏପରି ସ୍ଥିତିରେ ସେ ପାର୍ବତୀ ମାତାଙ୍କୁ ସ୍ମରଣ କଲା । ମା’ତା ତାଙ୍କୁ ଦର୍ଶନ ଦେବା ପରେ ଝିଅଟି ତାଙ୍କୁ ସବୁ କଥା କହିଲା । ମାତା ପାର୍ବତୀ ତାର କଥାରେ ପ୍ରସନ୍ନ ହୋଇ ହୋଇ ତାକୁ ବର ପ୍ରଦାନ କଲେ । ସେ ଯେବେବି ନିଜର ମୁହଁ ଖୋଲିବ ତାର ମୁଖରୁ ସୁନା ନିର୍ଗତ ହେବ । ସକାଳ ହେବାରୁ ଏହାର ପରୀକ୍ଷା କରିବା ପାଇଁ ସାନ ଝିଅଟି ମୁହଁ ଖୋଲୁ ଖୋଲୁ ମୁହଁରୁ ସୁନା ନିର୍ଗତ ହେଲା । ଏହିକଥା ରାଜ୍ୟସାରା ପ୍ରଘଟ ହୋଇଗଲା । ଏହି କଥା ରାଜା ମନ୍ତ୍ରୀଙ୍କ ଠାରୁ ଶୁଣିଲେ । ରାଜା ନିଜ ଝିଅକୁ ଫେରାଇ ଆଣିବାକୁ ଚାହିଁଲେ । ସେହିକ୍ଷଣି ରାଜା ତାଙ୍କ ଝିଅଙ୍କ ପାଖରେ ପଂହଚି କ୍ଷମା ପାର୍ଥନା କରି ଝିଅକୁ ଘରକୁ ଫେରାଇ ଆଣିଲେ । ଅନ୍ୟ ତିନି ଭଉଣୀ ମଧ୍ୟ ସାନ ଭଉଣୀର ଚତ୍ମକାରିତା ବିଷୟରେ ଜାଣିପାରି ଇର୍ଶାରେ ଜଳିବାକୁ ଲାଗିଲେ । ପରେ ସେହି ତିନି ଭଉଣୀ କାନ୍ଦି କାନ୍ଦି ସେହି ପୋଖରୀ ପାଖକୁ ଗଲେ । ମାତା ପାର୍ବତୀ ତାଙ୍କ ଚତୁରାତକୁ ଜାଣିପାରି ସେମାନଙ୍କୁ ମଧ୍ୟ ବର ପ୍ରଦାନ କଲେ । ପରଦିନ ସକାଳେ ସେମାନେ ମୁହଁ ଖୋଲିବା କ୍ଷଣି ତାଙ୍କ ମୁଖରୁ ସାପ ନିର୍ଗତ ହେଲା । ଏହା ଦେଖି ରାଜା ସେମାନଙ୍କୁ କାରାଗାରରେ ବନ୍ଦୀ କଲେ । ସେଦିନ ଠାରୁ ରାଜା ତାଙ୍କ ସାନ ଝିଅଙ୍କ ସହିତ ଖୁସିରେ ରହିଲେ ।

ଗ୍ରାମ-ଦମକା,ଗୋବିନ୍ଦପୁର, କଟକ

Related Posts

About The Author

Add Comment