ବାଲେଶ୍ଵର, 01.12.2020 (ଲିଙ୍ଗରାଜ ପଣ୍ଡା): ଆସନ୍ତାକାଲି ସାରା ବିଶ୍ୱରେ ପାଳନ ହେବ ଏଡ଼ସ ଦିବସା ଚଳିତବର୍ଷ ‘ନାକୋ ପକ୍ଷରୁ ଥିମ୍ ରହିଛି ‘ବିଶ୍ବ ଏକତା ଦାୟିତ୍ବର ସମଭାଗିତା’ ‘ ରୋଗଠୁ କିଭଳି ଦୂରେଇ ରହିବା, ସେନେଇ ସଚେତନତା ସୃଷ୍ଟି କରାଯାଉଛି ହେଲେ ସବୁ ସଚେତନତା ପରେ ବି ବାଲେଶ୍ଵର ଜିଲ୍ଲାରେ ଏନ୍ସ ରୋଗୀଙ୍କ ସଂଖ୍ୟା ଏବେ ବି ଚିନ୍ତାଜନକ ସ୍ଥିତିରେ ରହିଛି । ଜିଲ୍ଲାରେ ୧୬୮୯ ଜଣ ଏଡ଼ସ୍ ରୋଗୀ ଥିବା ବେଳେ ୩୯୧ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ସବୁଠାରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି ଯୁବଗୋଷ୍ଠୀ ଯଦି ପାଞ୍ଚ ବର୍ଷର ରେକର୍ଡକୁ ଦେଖିବା; ପ୍ରତିବର୍ଷ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ୨୦୧୫-୨୦ ମସିହା ଅକ୍ଟୋବର ମାସ ମଧ୍ୟରେ ୫୬୫ ଜଣ ଆକ୍ରାନ୍ତ ହୋଇଛନ୍ତି। ୨୦୧୫ ମସିହାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୧ ରହିଥିବା ବେଳେ ୨୦୧୬ ମସିହାରେ ୯୯ ଜଣ, ୨୦୧୭ ମସିହାରେ ୯୫, ୨୦୧୮ ମସିହାରେ ୯୭, ୨୦୧୯ ମସିହାରେ ୧୧୪ ଏବଂ ୨୦୨୦ ମସିହା ଅକ୍ଟୋବର ମାସ ମଧ୍ୟରେ ୫୯ ଜଣ ଆକ୍ରାନ୍ତ ହୋଇଛନ୍ତି। ଉଲ୍ଲେଖ ଥାଉ କି କ ରୋନା , ‘ ପାଇଁ ଏଡ଼ସ ପରୀକ୍ଷା ହୋଇ ନଥିବାରୁ ଚଳିତ ବର୍ଷ ଆକ୍ରାନ୍ତ ସଂଖ୍ୟା ଏତେ କମ୍ ରହିଛି ବୋଲି ବିଭାଗୀୟ ଜଣେ ଅଧିକାରୀ କହିଛନ୍ତି ତେବେ ସବୁଠାରୁ ଅଧିକ ଏଚଆଇଭି ଚିହ୍ନଟ ହୋଇଛନ୍ତି ସୋର ବ୍ଲକରେ ଏହା ତଳକୁ ରହିଛି ଖଇରା ବ୍ଲକ ସଦର ବ୍ଳକ୍ରେ ବି ଆକ୍ରାନ୍ତଙ୍କ ସଂଖ୍ୟା କିଛି କମ୍ ନାହିଁ ପ୍ରତିମାସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୮/୧୦ ଜଣଙ୍କଠାରେ ଏଆଇଭି ଚିହ୍ନଟ ହେଉଛି । ବର୍ତ୍ତମାନ ପାଖାପାଖି ୧୪ ଶହ ଲୋକ ନିୟମିତ ଭାବେ ଚିକିସ୍ଥିତ ହେଉଥିବା ବେଳେ ବାକି ରୋଗୀଙ୍କର ଖୋଜଖବର ନାହିଁ। ସେହିପରି ଅଧିକାଂଶ ଲୋକେ ସମାଜ ନିନ୍ଦାକୁ ଭୟ କରି ଏହି ରୋଗକୁ ଲୁଚାଉଛନ୍ତି। ଆଉ ନିୟମିତ ଚିକିତ୍ସିତ ନ ହୋଇ ଏ ଦିଗରେ ସଚେତନ ବି ରହୁ ନାହାନ୍ତି ଦିନକୁ ଦିନ ଜିଲ୍ଲାରେ ପ୍ରତିବର୍ଷ ଏସ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଚାଲିଛି ମୁଖ୍ୟ କଥା ହେଲା, ଆକ୍ରାନ୍ତ ସଂଖ୍ୟା ମଧ୍ୟରେ ୯୯ ଜଣ ପିଲାରହିଛନ୍ତି ସାଧାରଣତଃ ବାପାମା’ଙ୍କ ସଚେତନତା ଅଭାବରୁ ପିଲାଙ୍କ ପାଖକୁ ଏହା ସଂକ୍ରମିତ ହେଉଛି
ଶିଶୁ ଆକ୍ରାନ୍ତଙ୍କୁ ନେଇ ଚିନ୍ତା
|
December 1, 2020 |


