ଯାଜପୁର ସଦର,୧୨/୦୪(ସନ୍ଧାନ ନିଉଜ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବ୍ରହ୍ମବରଦା ମହାବିଦ୍ୟାଳୟ ପରିଶରରେ ରସୁଲପୁର ପ୍ରେସ୍ ଫୋରମ ପକ୍ଷରୁ ଶିଶୁ ଅଧିକାର ପ୍ରୟାସ ଶିଶୁ ବଞ୍ôଚଲେ ଦେଶ ବଞ୍ôଚବ ଏବଂ ରାଜ୍ୟ ବଞ୍ôଚବ ଏକ ଅଲୋଚନା ଚକ୍ର ଅନୁଷ୍ଟିତ କରାଯାଇଥିଲା । ଏହି ଅବସରରେ ଏହି ଆଲୋଚନା ଚକ୍ର ସଭାକୁ ଫୋରମ ଆଇନି ପରାମର୍ଶ ଦାତା ଏବଂ ଯାଜପୁର ପୋସ୍କୋ ଅଦାଲତର ସରକାରୀ ଓକିଲ ରାଜିବ ମହାନ୍ତିଙ୍କ ସଭାପତିତ୍ୱରେ ଶିଶୁ ଅଧିକାର ସୁକ୍ଷା କର୍ମଶାଳା ଅନୁଷ୍ଟିତ କରାଯାଇଥିଲା । ଯାଜପୁର ଜିଲ୍ଲା ସାମ୍ବାଦିକ ୟୁନିୟନ ଏବଂ ଜିଲ୍ଲା ପ୍ରଶାସନ ଉଦ୍ୟମରେ ଆୟୋଜିତ ଶିଶୁ ଅଧିକାର ସରୁକ୍ଷା ଜାତୀୟ କର୍ମଶାଳାରେ ମତ ପ୍ରକାଶ ପାଇଥିଲା । ଏହି ଅବଶରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋକ୍ତ ସଂନ୍ଧ୍ୟାବତୀ ପ୍ରଧାନ ପ୍ରଦ୍ୱିପ ପ୍ରଜ୍ଜଳନ କରି ଏହାକୁ ଉଦ୍ଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଜାତୀୟ ସାମ୍ବାଦିକ ୟୁନିୟନ ମହା ସଚିବ ଶ୍ରୀଯୁକ୍ତ ପ୍ରଶନ୍ନ କୁମାର ମହାନ୍ତି ଯୋଗଦେଇ ସାମ୍ବାଦିକଙ୍କ ଦକ୍ଷତା ଉପରେ ତାଙ୍କ ବକ୍ତବ୍ୟ ରଖିଥିଲେ । ସମ୍ମାନୀୟ ଅତିଥି ବରୀ ବିଧାୟିକା ସୁନନ୍ଦା ଦାସ ଯୋଗଦାନ କରି କହିଲେ ମାର ଦାୟିତ୍ୱ ହେଉଚି ଶିଶୁ ପାଳନ କରିବା ସହିତ ବଡ଼ ମଣିଷ କରିବା ମାର ଦାୟିତ୍ୱ ବାପାର ନୁହେଁ । ଯେପରି ଭାବେ ଶିଶୁକୁ ଗଢ଼ି ତୋଳିବ ଏ ହେଉଚି ମାର ଦାୟିତ୍ୱ । ମାନବାଧିକାର ଆଇନୀ ନିର୍ଦ୍ଦେଶିକା ସରିତା ବଡ଼ପଣ୍ଡା ଆନ୍ତଜାତୀୟ ସେବା ସଂଗଠନ ଆସନ ଶିଶୁ ଅଧିକାର ସୁରକ୍ଷା ଅଧିକାରୀ ଘାଷିରାମ ପଣ୍ଡା ଏବଂ ଧର୍ମଗ୍ରନ୍ଥ କୋରାନର ପ୍ରବକ୍ତା ମୋଲାନ ସହମ୍ମଦ ସଖାଉଦୁ ହୁସେନ ବରକ୍ତି ଅତିଥି ଭାବେ ଯୋଗ ଦେଇ ତାଙ୍କ ବକ୍ତବ୍ୟ ଜାରି ରଖିଥିଲେ । ପ୍ରେସ୍ ଫୋରମ ଉପଦେଷ୍ଟା ସଭ୍ୟ ରଂଜିତ ରାଉତ ପାରମ୍ପରିକ ସୂଚନା ପ୍ରଦାନ କରିଥିଲେ । ଉପଦେଷ୍ଟା ମଣ୍ଡଳୀର ବରିଷ୍ଟ ସଦସ୍ୟ ଦେବ ପ୍ରଶନ୍ନ ନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର ରସୁଲପୁର ବ୍ଲକ୍ର ମହିଳା ଶିଶୁ ଅଧିକାରିଣୀ ଦିପ୍ତୀମୟୀ ନାୟକ ଓଡ଼ିଶା ସାମ୍ବାଦିକ ୟୁନିୟନ ଉପ-ସଭାପତି କିଶାନ ରାଉତ, ଯାଜପୁର ସାମ୍ବାଦିକ ୟୁନିୟନ ସଭାପତି ଆଦିତ୍ୟ ମେକାବ, ସାଧାରଣ ସମ୍ପାଦକ ଦେବିପ୍ରଶାଦ ସାହୁ, ଚିନ୍ମୟ ମହାପାତ୍ର, ବ୍ରହ୍ମବରଦା +୩ ଅଧ୍ୟକ୍ଷ ମହେଶ୍ୱର ପାଢ଼ୀ, ମାସୁନ ଗ୍ରୁପର ଅଧ୍ୟକ୍ଷ ମଣ୍ଟୁ ଦାସ ଯୋଗ ଦେଇଥିବା ବେଳେ, ଏହି କଲେଜର ଛାତ୍ରୀ ସୌମ୍ୟଶ୍ରୀ ଶିଶୁ ଅଧିକାର ସୁରକ୍ଷା ସମ୍ପର୍କରେ ନିଜର ଅନୁଭୁତି ବାଣ୍ଟିଥିଲେ । ନଗଡ଼ାକୁ ଆଣିଥିବା ସରକାରଙ୍କ ଦୃଷ୍ଟିଗୋଚର ଶିଶୁ ଅପପୃଷ୍ଟି ଘଟଣା ପ୍ରକାଶ କରିଥିବା ସାମାଜିକ କର୍ମୀ ସରୋଜ ମହାକୁଡ଼ ଏବଂ ଫେମିନା ଇଣ୍ଡିଆ ବିଜୟିନୀ ଇପ୍ସିତା ପ୍ରୟଦର୍ଶିକୁ ଫୋରମ୍ ପକ୍ଷରୁ ଉପଢ଼ୌକନ ଏବଂ ମାନପତ୍ର ଦେଇ ଅତିଥି ସମ୍ବର୍ଦ୍ଧିତ କରିଥିଲେ । ବ୍ରହ୍ମବରଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ରୋପ ଖାନ୍ ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକର୍ମରେ ରସୁଲପୁର ବ୍ଲକର ୭ଗୋଟି ପଂଚାୟତର ଅଙ୍ଗନୱାଡ଼ି ଓ ଆଶାକର୍ମୀ ବରିଷ୍ଟ ସାହିତ୍ୟିକ ବୁଦ୍ଧିଜିବୀ ଏବଂ ବ୍ରହ୍ମବରଦା ଅଞ୍ଚଳର ବରିଷ୍ଟ ନାଗରିକ ଯୋଗଦେଇ ଏହି କାର୍ଯ୍ୟକର୍ମକୁ ସଫଳ କରିବା ସହିତ ରସୁଲପୁର ପ୍ରେସ୍ ଫୋରମ ସଦସ୍ୟ ମାନଙ୍କୁ ଉଚ୍ଚ ପ୍ରସଂସା କରିଥିଲେ ।
ଶିଶୁ ଅଧିକାର କର୍ମଶାଳା ଆଲୋଚନା ଅନୁଷ୍ଟିତ
|
April 13, 2021 |


