ଶିଳ୍ପ ରାଜଧାନୀରେ ୧୫୦୦ ପାରକଲା କରୋନା ସଂଖ୍ୟା, କୋଭିଡ଼ ଯୋଦ୍ଧାଙ୍କୁ ସମ୍ମାନାର୍ଥେ ୧ମିନିଟ ନୀରବ ପ୍ରାର୍ଥନା

Spread the love

ରାଉରକେଲା, ୫/୦୮/୨୦ (ସନ୍ଧାନ ନିଉଜ) : ଓଡ଼ିଶାର ଶିଳ୍ପ ରାଜଧାନୀ ରାଉରକେଲାରେ ଦିନକୁ ଦିନ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏବେ କରେନା ସଂକ୍ରମଣଙ୍କ ସଂଖ୍ୟା ୧୫୦୦ ପାର କରି ସାରିଲାଣି । ରାଉରକେଲା ପ୍ରଶାସନ ପକ୍ଷରୁ କୋଭିଡ଼ ଗାଇଡ଼ ଲାଇନ ମାନିବାକୁ ରାଉରକେଲା ମହାନଗର ନିଗମ ପକ୍ଷରୁ ଅନୁରୋଧ କରାଯାଉଥିବା ବେଳେ, ଲୋକେ ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ବ୍ୟବହାର କରୁଛନ୍ତି । ବିନା ମାସ୍କଧାରୀ ପଥଚାରୀ ଓ ବାଇକଧାରୀ ବ୍ୟକ୍ତି ମାନଙ୍କୁ ପୁଲିସ ପକ୍ଷରୁ ତାଗିଦ କରାଯାଇ ମାସ୍କ ପିନ୍ଧିବାକୁ ଅନୁରୋଧ କରାଯାଉଛି । ଆଜି ବୁଧବାର ସଂଧ୍ୟା ଠିକ ୬ଟା ସମୟରେ କିଛି ମୂହୂର୍ତ ପାଇଁ ଶୂନଶାନ ହୋଇ ପଡ଼ିଥିଲା ରାଉରକେଲାର ରାଜରାସ୍ତା । ଯିଏ ଯେଉଁଠି ଥିଲେ ଗୋଟିଏ ମିନିଟ ଲାଗି ଅଟକି ଯାଇଥିଲେ । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ସାରନଗରୀର ବଜାର ଓ ଘରେ ଥିବା ଲୋକମାନେ ୧ ମିନିଟ ପାଇଁ କୋଭିଡ଼ ଯୋଦ୍ଧା ମାନଙ୍କ ପାଇଁ ନୀରବ ପ୍ରାର୍ଥନା କରିଥିଲେ । କରୋନା ବେଳାରେ କୋଭିଡ଼ ଯୋଦ୍ଧା ଭାବେ କାର୍ଯ୍ୟ କରୁଥିବା ଡାକ୍ତର ଓ ଅନ୍ୟ କର୍ମଚାରୀ,ପୁଲିସ କର୍ମୀ,ସଫେଇ କର୍ମୀ ଓ କରୋନାକୁ ପ୍ରତିହତ କରିବାକୁ ନିୟୋଜିତ ଥିବା କୋଭିଡ଼ ଯୋଦ୍ଧାଙ୍କ ତ୍ୟାଗ, ନିଷ୍ଠା ଓ ଉତ୍ସର୍ଗୀକୃତ ସେବାକୁ ଜନସାଧାରଣ ଉତ୍ସାହିତ କରିଥିଲେ ।

Related Posts

About The Author

Add Comment