ଶିଲଂ, ୧୬/୧୧ (ସନ୍ଧାନ ନିଉଜ) : ମେଘାଳୟର ରାଜଧାନୀ ଶିଲଂରେ ଥିବା ଏକ ପୁରାତନ ଚର୍ଚ୍ଚରେ ରବିବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଚର୍ଚ୍ଚ ନିକଟରେ ରହୁଥିବା ଏକ ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ଏହି ଚର୍ଚ୍ଚଟି ୧୯୦୨ ମସିହାରେ ନିର୍ମିତ ହୋଇଥିଲା। ୧୧୭ ବର୍ଷ ପୁରୁଣା ଏହି ଚର୍ଚ୍ଚର ପୁନରୁଦ୍ଧାର କାର୍ଯ୍ୟ ଚାଲିଥିଲା। ଭୋର ସମୟରେ ବିଦ୍ୟୁତ ଶର୍ଟସର୍କିଟ ଘଟିବାରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ବୋଲି ଇଷ୍ଟ ଖାସି ହିଲ୍ସର ଏସପି ସି.ଏ. ଲିଙ୍ଗୱା କହିଛନ୍ତି। ନିଆଁ ଲାଗିବା ଫଳରେ ଚର୍ଚ୍ଚରେ ଥିବା ବହୁ ଆସବାବ ଏବଂ ଅନ୍ୟାନ୍ୟ ଜିନିଷପତ୍ର ପୋଡ଼ି ଯାଇଛି। ଚର୍ଚ୍ଚ ପାଖରେ ଏକ ଘରେ ରହୁଥିବା ବୃଦ୍ଧ ଦମ୍ପତି ଧୂଆଁରେ ଶ୍ଵାସରୁଦ୍ଧ ହୋଇ ପ୍ରାଣ ହରାଇଛନ୍ତି।
ଶିଲଂର ଚର୍ଚ୍ଚରେ ଅଗ୍ନିକାଣ୍ଡ, ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁ
|
November 17, 2019 |
