ବାରିପଦା ୨୫/୯(ସନ୍ଧାନ ନ୍ୟୁଜ୍ ): ଶିକାର ପାଇଁ ଯାଇଥିବା ୬ ଜଣ ଶିକାରୀଙ୍କୁ ଶିମିଳିପାଳରୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ଦେଶୀବନ୍ଧୁକ, ବିକ୍ଟୋରକ ଜବତ ହୋଇଛି । ଖବର ମୁତାବକ, ଡୁକୁରା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ମଙ୍ଗଳବାର ପେଟ୍ରୋଲିଂ ଜାରି ରହି ଥିଲା । ଏହି ସମୟରେ ୬ ଜଣ ଶିମିଳିପାଳ ଅଭୟାରଣ୍ୟର କୁଆଝର ନିକଟକୁ । ଶିକାର ପାଇଁ ଯାଇଥିଲେ । ଖବର ପାଇ ବନ କର୍ମଚାରୀ ଅଭୟାରଣ୍ୟର ଚାରିଛକ ଠାରେ ସେହି ୬ ଶିକାରୀଙ୍କୁ ଗିରଫ କରିଥିଲେ । ଗିରଫ ଅଭିଯୁକ୍ତମାନେ ହେଲେ ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା କାଶି କୁଣ୍ଡଳା ଗ୍ରାମର ମଧୁ ନାୟକ(୩୦), ଉତ୍ତମ ଭକ୍ତା ( ୨ ୦), ଗଜେନ୍ଦ୍ର ପଟୁ ଆ(୫୦), କାଲୁ ନାୟକ(୪୫), ସୁଦର୍ଶନ କଟୁଆଳ(୨୫), ଶତ୍ରୁଘନ କଟୁଆଳ( ୧୯)। ଗିରଫ ଅଭିଯୁକ୍ତଙ୍କ ଠାରୁ ବନ ବିଭାଗ ୪ଟି ଦେଶୀବନ୍ଧୁକ, ୧୦୦ ଗ୍ରାମ ବିସ୍କୋରକ ସହିତ ଅନ୍ୟ ସାମଗ୍ରୀ ଜବତ କରିଥିଲେ।