ଶିବ ପ୍ରସାଦ ପାଣି ମାଟ୍ରିକ ପରୀକ୍ଷାରେ ଓଡ଼ିଶା ଟପ୍ପର

Spread the love

ତାଳଚେର,୨୧/୫ (ସନ୍ଧାନ ନିୟୁଜ): ବୋର୍ଡ଼ ଅଫ୍ ସେକେଣ୍ଡାରୀ ଏଜୁକେସନ ଓଡ଼ିଶା,ଙ୍କ ଦ୍ୱାରା ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା -୨୦୧୯ ରେ ତାଳଚେର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର,ବ୍ରାହ୍ମଣୀ ବିହାରର ଛାତ୍ର ଶ୍ରୀମାନ ଶିବ ପ୍ରସାଦ ପାଣି ଓଡ଼ିଶା ଟପର ହୋଇ ତାଳଚେରକୁ ଗୈାରବାନ୍ୱିତ କରିଛନ୍ତି । ଶିବ ପ୍ରସାଦ ଏ ୱାନ୍ ଗ୍ରେଡ଼ରେ ମୋଟ ୫୭୮ ମାର୍କ ହାସଲ କରିଛନ୍ତି ଏବଂ ତାଙ୍କର ନିଜସ୍ୱ ପାସ ହାର ୯୬.୩୩ ପ୍ରତିଶତ ରହିଛି । ସୂଚନାଯୋଗ୍ୟ,ଶିବ ପ୍ରସାଦଙ୍କ ମାତାଙ୍କ ନାମ କଳ୍ପନା ପାଣି ଏବଂ ପିତାଙ୍କ ନାମ ପ୍ରଦୀପ କୁମାର ପାଣି ଏବଂ ସେ ଏମ୍.ସି.ଏଲ ଅନନ୍ତ କୋଲିୟରୀରେ ଚାକିରୀ କରନ୍ତି । ଶିବପ୍ରସାଦ ନିଜ ପିତାମାତାଙ୍କ ବର୍ତମାନ ଅନନ୍ତ ବିହାର କଲୋନୀ କ୍ୱାର୍ଟରରେ ଅବସ୍ଥାନ କରୁଛନ୍ତି । ପ୍ରତିଭାବାନ ଛାତ୍ର ଶିବପ୍ରସାଦଙ୍କର ଏପରି ଉଲ୍ଲେଖନୀୟ ସଫଳତାରେ ତାଳଚେର ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ହେମନ୍ତ କୁମାର ପ୍ରଧାନ,ସମସ୍ତ ଗୁରୁଜୀ,ଗୁରୁମା ଅପାର ଖୁସି ପ୍ରକଟ କରିବାସହ ତାଙ୍କର ଉତରୋତର ଉନ୍ନତି କାମନା କରିଛନ୍ତି । ସେହିପରି ଶିବଙ୍କର ଏଭଳି କୃତୀତ୍ୱରେ ମାତାମିତାଙ୍କ ସମେତ ପରିଜନ,ତାଳଚେରବାସୀ ତଥା ସମଗ୍ର ଅନୁଗୋଳ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ଚାରିଆଡ଼ୁ ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟୁଛି । ନିଜର ଗଭୀର ପରିଶ୍ରମ,ଅଧ୍ୟବସାୟ ବଳରେ ତଥା ମାତାପିତା,ଗୁରୁଜ.ଗୁରୁମା ଏବଂ ଗୁରୁଜନମାନଙ୍କ ଆଶୀର୍ବାଦ ଯୋଗୁଁ ଏପରି ସଫଳତା ସମ୍ଭବ ହୋଇପାରିଛି ବୋଲି ସେ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

Related Posts

About The Author

Add Comment