ବାରିପଦା ୨୨/୦୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ଜଣେ ଶିକ୍ଷୟିତ୍ରୀଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଆକାଉଣ୍ଟରୁ ୭୦ ହଜାର ଟଙ୍କା ସାଇବର ଅପରାଧିଙ୍କ ଦ୍ବାରା ଉଠାଣ ହୋଇଥିବା ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଏ ସଂପର୍କରେ ବାରିପଦା ପୌରାଞ୍ଚଳ ୫ ନଂ ଓ୍ଵାର୍ଡ ଅମ୍ବିକା ସାହିର ଦେବୀ ଦତ୍ତ ଦାଶଙ୍କ ପତ୍ନୀ ଶିକ୍ଷୟିତ୍ରୀ ରୂପାଲି ରୂପନ୍ବୀତା ପଣ୍ଡାଙ୍କ ଲିଖିତ ଅଭିଯୋଗକ୍ରମେ ବାରିପଦା ଟାଉନ ଥାନାରେ ୪୫୬/୨୦ ନଂ ଏକ ମାମଲା ଆଇପିସିର ୪୨୦ଦଫା ସହ ଆଇଟି ଆକ୍ଟର ୬୬(ଇ)ଓ ୬୬(ଡି) ଧାରାର ରୁଜୁ ହୋଇ ପୋଲିସ ତଦନ୍ତ ଆରମ୍ଭ ହୋଇଥିଲେ ମଧ୍ୟ ଏପର୍ୟ୍ୟନ୍ତ ଅପରାଧୀଙ୍କ ଠାବ କରାଯିବା ସମ୍ଭବ ହୋଇ ପାରି ନ ଥିବା ଜଣାଯାଇଛି । ଅଭିଯୋଗ ଅନୁଯାୟୀ ଶ୍ରୀମତୀ ପଣ୍ଡାଙ୍କର ଶାମାଖୁଣ୍ଟା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ଆକାଉଣ୍ଟ ରହିଛି । ଗତ ବୁଧବାର ପୂର୍ବାହ୍ନ ସାଢେ଼ ୧୧ଟାରୁ ସାଢ଼େ ୧୨ ଟା ମଧ୍ୟରେ ୯୧୮୩୩୮୦୯୭୨୮୨ ନମ୍ବର ମୋବାଇଲରୁ ତାଙ୍କର ମୋବାଇଲ କୁ ଜଣେ ଅଜଣା ବ୍ୟକ୍ତି ହିନ୍ଦୀରେ କଥାବାର୍ତ୍ତା କରି ଦୁଇ ହଜାର ଟଙ୍କାର ଗିଫ୍ଟ କୁପନ ଆସିଥିବାର ସୂଚନା ଦେଇ ଫୋନ ପେ ଖୋଲି ନୋଟିଫିକେସନରେ କିଲ୍ଲ କରିବାକୁ କହିଥିଲେ । ସେହି ଅନୁଯାୟୀ ଫୋନ୍ ପେ ନୋଟିଫିକେସନ ଖୋଲିବାରୁ ୨ହଜାର ଟଙ୍କା ର ଗିଫ୍ଟ କୋପନ ବାହାରିଲା । ଏହା ପରେ ଉକ୍ତ ଅଜଣା ବ୍ୟକ୍ତି ଜଣକ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨ହଜାର ଟଙ୍କା ଯିବ ବୋଲି ଦର୍ଶାଇ ତାଙ୍କଠାରୁ ପାସ୍ଓ୍ଵାର୍ଡ ମାଗି ନେଇଥିଲେ । ପାସଓ୍ଵର୍ଡ ଦେବା ମାତ୍ରେ ସଙ୍ଗେ ସଙ୍ଗେ କ୍ରମାନ୍ୱୟରେ ତାଙ୍କ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା କଟି ଚାଲିଥିଲେ ମଧ୍ୟ ସେ ବ୍ଲକ କରି ପାରିନଥିଲେ ଏବଂ ସେ ତାଙ୍କର ବ୍ୟାଙ୍କ ପସବୁକକୁ ଅପଟୁଡେଟ କରିବା ପରେ ୧୬ ଥରରେ ମୋଟ ୯୬ ହଜାର୯୬୪ ଟଙ୍କା ବିଭିନ୍ନ ଆକାଉଣ୍ଟରୁ ଚାଲିଯାଇଥିବା ସହ ଠକାମୀର ଶିକାର ସୋଇଥିବାର ଜାଣିବାକୁ ପାଇଲେ । ଆସିଥିବା ଅଜଣା ବ୍ୟକ୍ତିଙ୍କ ଫୋନ୍ ନମ୍ୱରକୁ ବାରମ୍ବାର ଯୋଗାଯୋଗ ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା ଏପର୍ୟ୍ୟନ୍ତ ସୁଇଚ ବନ୍ଦ ରହିଛି । ଏଣୁ ଏ ସଂପର୍କରେ ସାଇବର କ୍ରାଇମ ଅପରାଧିଙ୍କ ବିରୋଧରେ ପୋଲିସ ପକ୍ଷରୁ ଦୃଢ଼ କାର୍ୟ୍ୟାନୁଷ୍ଠାନ ପାଇଁ ଶ୍ରୀମତୀ ପଣ୍ଡା ଅନୁରୋଧ କରିଥିଲେ ।
ଶିକ୍ଷୟତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୭୦ ହଜାର ଟଙ୍କା ଉଭାନ
|
July 22, 2020 |