ଧର୍ମଶାଳା ୦୧/୦୯ – ଧର୍ମଶାଳା ବାଣିପୀଠର ଶିକ୍ଷୟତ୍ରୀ ସତ୍ୟପ୍ରିୟା ସ୍ଵାଇଁଙ୍କୁ ବିଦ୍ୟାଳୟ ପକ୍ଷରୁ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ପ୍ରଧାନ ଶିକ୍ଷକ ନିରୋଜ କୁମାର ମହାନ୍ତିଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସମବର୍ଦ୍ଧନା ଉତ୍ସବରେ ଧର୍ମଶାଳା ବି.ଇ.ଓ. ପ୍ରଫୁଲ୍ଲ କୁମାର ବେହେରା ମୁଖ୍ୟ ଅତିଥି, ବରିଷ୍ଠ ଶିକ୍ଷକ ପ୍ରଭାତ କୁମାର ପଟ୍ଟନାୟକ, ପଦ୍ମନାଭ ସ୍ଵାଇଁ, ପ୍ରଭାତ କୁମାର କର, ଶିକ୍ଷୟତ୍ରୀ ପ୍ରଭାବତୀ କର ଓ ସାଗରିକା ମହାରଣା ଯୋଗ ଦେଇ ଶ୍ରୀମତୀ ସ୍ଵାଇଁଙ୍କ ଶିକ୍ଷାଦାନ, ଛାତ୍ର ବଚ୍ଛଳତା ଓ କର୍ତବ୍ୟନିଷ୍ଟ ସମ୍ପର୍କରେ କହିଥିଲେ । ଛାତ୍ର ଦେବିପ୍ରସାଦ ଦାଶ, ମହିପ୍ରକାଶ ସାହୁ, ଛାତ୍ରୀ ସାଇସମ୍ପୁର୍ନା ପାଣି ଓ ସଙ୍ଘମିତ୍ରା ମୁଦୁଲି ବିଦାୟୀ ଶିକ୍ଷୟତ୍ରୀଙ୍କ ପ୍ରତିଭା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଶ୍ରୀମତୀ ସ୍ଵାଇଁଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା । ପରେ ଏକ ସୋଭା ଯାତ୍ରାରେ ଚହଟା ଗ୍ରାମ ସ୍ଥିତ ବାସଭବନକୁ ପାଛୋଟି ନିଆଯାଇଥିଲା ।
