‘ଶିକ୍ଷା ବ୍ୟବସ୍ଥାକୁ ବିଗାଡ଼ି ଦେଲା କରୋନା

Spread the love

ମହାମାରୀ କରୋନା ପୁରା ବିଶ୍ୱକୁ ବ୍ୟତିବ୍ୟସ୍ତ କରି ପକାଇଛି । ସମସ୍ତ ବ୍ୟବସ୍ଥା ଅସଜଡ଼ା ହୋଇ ପଡ଼ିଛି ଏହି କରୋନା ମହାମାରୀ ପାଇଁ । ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି ।  ବ୍ୟବସାୟୀ ମାନଙ୍କୁ କୋଭିଡ଼ କଟକଣା ମଧ୍ୟରେ ବ୍ୟବସାୟ କରିବା ପାଇଁ ରାଉରକେଲା ପ୍ରଶାସନ ପକ୍ଷରୁ ଅନୁମତି ମିଳିଛି । ଅଳ୍ପ ବହୁତେ ଅନ୍ୟ ବ୍ୟବସାୟୀ ମାନେ ସେମାନଙ୍କ ବ୍ୟବସାୟକୁ ସଜାଡ଼ିବାରେ ବ୍ୟସ୍ତ । ମାତ୍ର କରୋନା ଦ୍ୱାରା ପ୍ରଭାବିତ ହୋଇଛି ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ । ଗତ ମାର୍ଚ୍ଚ ୧୭ରୁ କରୋନା ପାଇଁ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରି ଦିଆଯାଇଥିଲା । +୨ ପରୀକ୍ଷାକୁ ବାତିଲ କରି ଦିଆଯିବା ସହିତ ପରୀକ୍ଷା ଫଳ ବାହାରିବା ଅନିଶ୍ଚିତତା ମଧ୍ୟରେ ରହିଛି । ରାଉରକେଲାରେ ରହିଥିବା ଘରୋଇ ଶିକ୍ଷାନୁଷ୍ଠାନ ଉପରେ କରୋନାର ପରୋକ୍ଷ ପ୍ରଭାବ ପଡ଼ିଛି । ମାର୍ଚ୍ଚରେ କରୋନା ଆରମ୍ଭ ହେବା ପରେ ଲକ ଡାଉନ କଟକଣା ଯୋଗୁ ଘରୋଇ ଶିକ୍ଷାନୁଷ୍ଠାନ ବନ୍ଦ ହୋଇଗଲା, ଏହା ଫଳରେ କୋଚିଙ୍ଗ ସେଂଟରରେ ଅଧ୍ୟୟନରତ ଛାତ୍ରଛାତ୍ରୀ ଘରେ ରହିବାକୁ ବାଧ୍ୟ ହେଲେ । ଏପଟେ କୋଚିଙ୍ଗ ସେଂଟର ମାଲିକ ମାନଙ୍କୁ ଦେୟ ନ ମିଳିବାରୁ ଆର୍ଥୀକ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିଲା । ମାଟ୍ରିକ ରେଜଲ୍ଟ ବାହାରି ନଥିବାରୁ କଲେଜରେ ପ୍ରଥମ ବର୍ଷରେ ନାମଲେଖା ମଧ୍ୟ ଏଯାଏ ହୋଇ ପାରିନାହିଁ । ଯାହାକୁ ନେଇ ଆଶା ଓ ଆଶଙ୍କାରେ ରହିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ ।

ସରୋଜ କୁମାର ବେହେରା
ନିର୍ଦ୍ଦେଶକ, ବିଦ୍ୟା ଷ୍ଟଡ଼ି ପଏଂଟ, ସାରନଗରୀ,ରାଉରକେଲା

Related Posts

About The Author

Add Comment