କଟକ, ୦୩/୦୯/୨୦୨୧ (ସନ୍ଧାନ ନିଉଜ) – କଟକ ସଦର ୪୨ ମୌଜା ଉପକଣ୍ଠ ବରାଳ ଗ୍ରାମ ମହେନ୍ଦ୍ର ସ୍ମୁତି ନୀଳକଣ୍ଠନାଥ ନୋଡାଲ ବିଦ୍ୟାପୀଠର ବରିଷ୍ଟ ଶିକ୍ଷକ ରବୀନ୍ଦ୍ର ନାଥ ସାହୁଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ବିଦ୍ୟାଳୟ ପରିସରରେ ପ୍ରଦାନ କରାଯାଇଛି । ପୂର୍ବତନ ପ୍ରଧାନ ଶିକ୍ଷକ ଗୌତମ ଚରଣ ପରିଡ଼ା ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ବର୍ତ୍ତମାନର ପ୍ରଧାନ ଶିକ୍ଷକ ଅନୁପ କୁମାର ପଟ୍ଟନାୟକ, କୂଳସରିଚୁଆଁ ପଞ୍ଚାୟତ ସରପଞ୍ଚ ଚପଳ ରାଉତ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସଂଜିବି କୁମାର ବିଶ୍ବାଳ,ଏସ୍ଏମଡିସି ମେମ୍ବର ଜଗଦୀଶ ତ୍ରିପାଠୀ,ରାଜନୀତିଜ୍ଞ ସୁରେନ୍ଦ୍ର ବେହେରା,କୂଳସରିଚୁଆଁ ନୋଡାଲ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସ୍ୱର୍ଣାଲତା ମିଶ୍ର,ବେଣ୍ଟକାର ନୋଡାଲ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ କଳ୍ପତରୁ ପାଗଳ,ବାଲୁଙ୍କେଶ୍ବର ବିଦ୍ୟାପୀଠର ପ୍ରଧାନ ଶିକ୍ଷୟତ୍ରୀ ସୁଲୋଚନା ଦାସ,ସମାଜସେବୀ ଉଦୟନାଥ ରାଉତ, ସଇଁନ୍ଦା ନୋଡାଲ ବିଦ୍ୟାଳୟରର ଅବସର ପ୍ରଧାନ ଶିକ୍ଷକ ସାହିତ୍ୟିକ ଶରତ କୁମାର ରଥ,ସ୍ତମ୍ବକାର ଶ୍ରୀ ସନ୍ନ୍ୟାସୀ ପ୍ରମୁଖ ଉପସ୍ଥିତ ଥିଲେ । ଏଥି ସହିତ ବିଦାୟଲୟର ଶିକ୍ଷକ,ଶିକ୍ଷୟତ୍ରୀ,ଏସ୍ଏମଡିସି ମେମ୍ବର,ବିଦ୍ୟାଳୟର ପୁରାତନ ଛାତ୍ର ସଂସଦର ସମସ୍ତ ସଦସ୍ୟ, ବିଦ୍ୟାଳୟରୁ ଅବସର ନେଇଥିବା ସମସ୍ତ ଶିକ୍ଷକ ଓ ୧୦ ମ ୯ ମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀ ବିଦାୟି ଶିକ୍ଷକ ଶ୍ରୀ ସାହୁଙ୍କ ଉଲ୍ଲେଖନୀୟ କାର୍ଯ୍ୟଧାରା ବିଷୟରେ ନିଜ ନିଜର ବକ୍ତବ୍ୟ ରଖିଥିଲେ ।
ଶିକ୍ଷାର ବିକାଶ ଉପରେ ଦେଶର ଭବିଷ୍ୟତ ନିର୍ଭର କରେ : ଆଦର୍ଶ ଶିକ୍ଷକ ରବୀନ୍ଦ୍ର ନାଥ ସାହୁ ।
|
September 3, 2021 |