ଯାଜପୁର ସଦର, ୨୦/୦୧/୨୦ (ସନ୍ଧାନ ନିଉଜ) : ରସୁଲପୁର ବ୍ଲକ୍ ଅନ୍ତର୍ଗତ ବନ୍ଧଡିହ ପଞ୍ଚାୟତ ସାହାପଡ଼ା ଗ୍ରାମର ପ୍ରାକ୍ତନ ଶିକ୍ଷକ ୰କିଶୋର ଚନ୍ଦ୍ର ସାହୁଙ୍କର ଏକାଦଶାହ ଅବସରରେ ତାଙ୍କ ବାସ ଭବନ ପରିଶରରେ ଏକ ସ୍ମୃତିଚାରଣ ସଭା ଅବସରପ୍ରାପ୍ତ କର୍ମଚାରୀ ସଂଘର ସଂପାଦକ ବିଶ୍ୱନାଥ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଟିତ ହୋଇଯାଇଚି । ଏହି ସ୍ମୃତିଚାରଣ ସଭାରେ ସ୍ୱର୍ଗତଃ ସାହୁଙ୍କର ପରିବାରବର୍ଗ ବଂଧୁସହୋଦର, ଗ୍ରାମବାସୀ, ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭ୍ୟଗଣ ଉପସ୍ଥିତ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯାଜପୁର ଜିଲ୍ଲା ବିଜେଡ଼ି ସଂପାଦକ ପ୍ରଦୀପ ଦାସ, ପୂର୍ବତନ ଉଜଉଉ ପ୍ରତାପ ରୁଦ୍ର ପଣ୍ଡା, ଶିକ୍ଷକ ଜଗବଂଧୁ ଶତପଥି, ବିଷ୍ଣୁ ଚରଣ ପ୍ରଧାନ, ସଂଘର ବରିଷ୍ଟ ସଭ୍ୟ ନରାୟଣ ପ୍ରସାଦ ଦାସ, ଗଗନ ସାହୁ , ଆନନ୍ଦ ନାୟକ, ବିଷ୍ଣୁ ଚରଣ ସାହୁ, କାଳନ୍ଦୀ ନାୟକ, ନିମାଇଁ ଦାସ, ଅଖତର ଅଲ୍ଲୀ ହୋାସେନ୍ ଖାଁ, ୟୁନିସ୍ ଖାଁ, ଚୈତନ୍ୟ ନାୟକ, ନୃସିଂହ ବାରିକ, ରବିନାରାୟଣ ଦାସ, ଶରତ ବେହେରା, ଜ୍ୱାଇଁ ଲିଟୁବାବୁ, ଶାଳକ ଅଜୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତଃ ସାହୁଙ୍କ ପରିକଳ୍ପିତ ଚିନ୍ତାଧାରା, ପାରିବାରିକ, ସଂସ୍କୃତି, କର୍ତବ୍ୟ ପରାୟଣତା, ନୈତୀକତା ଏବଂ ସମୟାନୁବର୍ତ୍ତିତା ସମ୍ବଦ୍ଧରେ ସ୍ମୃତି ଚାରଣ କରିଥିଲେ । ଏହାଛଡ଼ା ସେ ରସୁଲପୁର ବ୍ଲକ୍ର ଶିକ୍ଷକ ସଂଘର ଜଣେ ବରିଷ୍ଠ ସଭ୍ୟ ଅଧୁନା ଅବସରପ୍ରାପ୍ତ କର୍ମଚାରୀ ସଂଘର ଜଣେ ଅଗ୍ରଣୀ ସଭ୍ୟ ଭାବରେ କାର୍ଯ୍ୟରତ ରହି ଖ୍ୟାତି ଅର୍ଜନ କରିଥିଲେ । ଏହି ସମ୍ପୁର୍ଣ୍ଣ କାର୍ଯ୍ୟକ୍ରମଟିକୁ ଶିଷକ ଜତିନ୍ଦ୍ର ନାଥ ସାହୁ ପରିଚାଳନା କରିଥିବା ବେଳେ, ସରୋଜ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସ୍ୱର୍ଗତଃ ସାହୁଙ୍କର ଦୁଇ ଜଣ ପୁତ୍ରଙ୍କୁ ଅବସରପ୍ରାପ୍ତ କର୍ମଚାରୀ ସଂଘ ତରଫରୁ ଆର୍ଶିବାଦ ପ୍ରଦାନ କରାଯାଇଥିଲା ।
ଶିକ୍ଷାବିତଙ୍କ ସ୍ମୃତୀଚାରଣ ସଭା
|
January 20, 2020 |


