ଶିକ୍ଷକ ବାଡେଇବାରୁ ଦୁଇ ପିଲା ସ୍କୁଲ ଛାଡି ପଳାଇଆସିଲେ । ସେୟାର କରନ୍ତୁ ସେମାନଙ୍କ ପରିବାର ଲୋକେ ନେଇପାରିବେ

Spread the love

ଯାଜପୁର,୧୫/୯ (ସନ୍ଧାନ ନିୟୁଜ/ମାନସ ରାଉତ) ଶିକ୍ଷକ ବାଡେଇବାରୁ ରାଗିକରି ଘରୁ ପଳାଇଆସିଥିବା ଦୁଇ ପିଲାଙ୍କୁ ଆଜି ଭଦ୍ରକ ଭୁବନେଶ୍ୱର ଡିଏମୟୁ ଟ୍ରେନରେ ଠାବ କରାଯାଇଛି । ସେମାନଙ୍କ ନାମ ସନ୍ତୋଷ ପାତ୍ର ଏବଂ ବାପୁନ ସାହୁ । ଉଭୟ ଦାନଗଦି ମାନପୁର ଅଂଚଳର ହୋଇଥିବା ବେଳେ ଅନ୍ୟଜଣଙ୍କ ଘର ଭୁବନେଶ୍ୱରର ରବି ଟକିଜ ନିକଟସ୍ଥ ବୋଲି ପିଲା ଦ୍ୱୟ ପ୍ରକାଶ କରିଛନ୍ତି । ଟ୍ରେନ୍ରେ ଯାଉଥିବା ଯାତ୍ରୀ ମାନେ ତାଙ୍କୁ ରଖି ଯାଜପୁର ନେଇଛନ୍ତି । ଯଦି ତାଙ୍କ ପରିବାର ଲୋକ ଖୋଜୁଥିବେ ଯାଜପୁର ରୋଡ ପୋଲିସ ଷ୍ଟେସନରେ ଯୋଗାଯୋଗ କରିବେ । ଯାଜପୁରର ରୋଡର ଟ୍ରେନ୍ରେ ଯାତ୍ରୀ ମାନେ ତାଙ୍କୁ ସାଙ୍ଗରେ ନେଇଛନ୍ତି । ଯଦି ପରିବାର ଲୋକେ ନମିଳନ୍ତି ତେବେ ତାଙ୍କୁ ଯାଜପୁର ରୋଡ ପୋଲିସର ଜିମାଦେବେ ବୋଲି ସୂଚନା ଦେଇଛନ୍ତି ।

Related Posts

About The Author

Add Comment