ଶିକ୍ଷକତା ବୃତ୍ତିର ଅବସର ନାହିଁ: ପ୍ରଧାନ ଶିକ୍ଷୟତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା
ଶିକ୍ଷକତା ବୃତ୍ତିର ଅବସର ନାହିଁ: ପ୍ରଧାନ ଶିକ୍ଷୟତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା
Manas Kumar Rout |
March 2, 2019 |
ରସୁଲପୁର,୨/୩ (ସନ୍ଧାନ ନିଉଜ/ଜଗମୋହନ ରାଉତ) ରସୁଲପୁର ବ୍ଲକ ଅନ୍ତର୍ଗତ ପ୍ରଥମାଖଣ୍ଡି ପଂଚାୟତ କୁସୁନପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ମଂଜୁଶ୍ରୀ ଶତପଥୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଅବସରରେ ଆଂଚଳିକ ସାଧନ କେନ୍ଦ୍ର ଅଧିକାରୀ ପ୍ରଦୀପ ପ୍ରଧାନଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘର ମହାସଚିବ ଅମୀୟ କୁମାର ଦାସ ଯୋଗଦେଇ ଶିକ୍ଷକ ଓ ଶକ୍ଷକତା ବୃତ୍ତିର ଅବସର ନାହିଁ । ଏହି ବୃତ୍ତି ଚାକିରୀ ଜୀବନରୁ ଆରମ୍ଭ ହୋଇ ମୃତୁ୍ୟରେ ଶେଷ ହୁଏ ବୋଲି ମତ ରଖିଥିଲେ । ମୁଖ୍ୟବକ୍ତା ଭାବରେ ଜିଲା ଶିକ୍ଷକ ସଂଘ ସଭାପତି ବିଜୟ କୁମାର ନାୟକ ଶିକ୍ଷକମାନଙ୍କର ଉତ୍ସର୍ଗୀକୃତ ସେବା ପାଇଁ ସମାଜରେ ସତ୍ୟ, ଧର୍ମ, ନ୍ୟାୟ ପ୍ରତିଷ୍ଠା ହେବା ସମ୍ଭବ ହେଉଛି । ସମ୍ମାନିତ ଅତିଥି ଭାବରେ ପ୍ରାଥମିକ ଶିକ୍ଷକ ସଂଘର ରାଜ୍ୟ ଉପ-ସଭାପତି ପ୍ରଶାନ୍ତ ସର, ଶିକ୍ଷକ ନେତା ବିକ୍ରମ କେଶରୀ ଦାସ, ବିଜୟ କୁମାର ଷଢଙ୍ଗୀ, ପ୍ରତାପରୁଦ୍ର ପଣ୍ଡା, କମିଟିର ସଭାପତି ସଂଜୟ କୁମାର ସାହୁ, ବିଦ୍ୟାଧର ସାହୁ, ରାଜେନ୍ଦ୍ରନାରାୟଣ ସାହୁ, ଦେବସ୍ମୀତା ପାଢୀ, ପ୍ରଭାସିନୀ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ବିଦ୍ୟାର୍ଥୀ ସ୍ୱାଧୀନ ନାୟକ, ଆଶାରାଣୀ ପ୍ରଧାନ, ପ୍ରଜ୍ଞାପ୍ରିୟଦର୍ଶିନୀ ପଣ୍ଡା ପ୍ରମୁଖ ବିଦାୟି ଶିକ୍ଷୟତ୍ରୀଙ୍କ ଗୁଣଗାନ କରିଥିଲେ । ଶିକ୍ଷକ ନୀଳମଣି ଦାଶ ଅତିଥିପରିଚୟ ପ୍ରଦାନ କରିଥିବା ବେଳେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନରେଶ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ପିଲାମାନଙ୍କ ଦ୍ୱାରା ଦେଶାତ୍ମ ସଂଗୀତ ଓ ପ୍ରାରମ୍ଭିକ ନୃତ୍ୟ ପରିବେଶଣ କରାଯାଇଥିଲେ । ଶିକ୍ଷକ ଦିପ୍ତିରଂଜନ ରାଉଳ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ବିଦାୟୀ ଶିକ୍ଷକଙ୍କୁ ସ୍ୱତନ୍ତ୍ର ଭାବରେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପରିଚାଳନା କମିଟି ପକ୍ଷରୁ ଭରତ ପ୍ରଧାନ, ରବିନ୍ଦ୍ର ପାତ୍ର, କାର୍ତ୍ତିକ ଦାସ, ଆରତ ପ୍ରଧାନ, ସାବିତ୍ରୀ ବାରିକ, ପ୍ରତିମାପଣ୍ଡା, ମିନତୀ ପାତ୍ର, ଝୁଣାରାଣୀ କଦମ, ମିନତୀ ସାହୁ, ମନୋରମା ଦାସ, ଶରତ ପାତ୍ର, ଶିକ୍ଷକ ପୁଷ୍ପାଞ୍ଜଳୀ ପଣ୍ଡା, ଚିନ୍ମୟ ପାତ୍ର, ମମତା ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ ବିଦାୟୀ ଶିକ୍ଷୟତ୍ରୀ ମଂଜୁଶ୍ରୀଙ୍କୁ ଏକ ବିରାଟ ପଟୁଆରେ ନେଇ ତାଙ୍କ ବାସଭବନ ନିକଟରେ ଛାଡି ଆସିଥିଲେ ।
Related Posts
About The Author