ଢ଼େଙ୍କାନାଳ, ୦୪.୦୨.୨୦୨୧(ସନ୍ଧାନ ନିଉଜ୍):- ଶିକାରୀର ଟାର୍ଗେଟରେ ବନ୍ୟଜନ୍ତୁ ହେଲେ ବଳି ପଡୁଛନ୍ତି ଗୃହପାଳିତ ପଶୁ। ଶିକାରୀ ଖଞ୍ଜିଥିବା ବୋମାକୁ ଘାସ ଭାବି ବଳଦ ଖାଇ ଦେଇଥିଲା। ପାଟି ଭିତରେ ବୋମାଟି ବିସ୍ଫୋରଣ ହୋଇଥିଲା। ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ବନାଞ୍ଚଳର ସୋଲଗାଁ ଅଞ୍ଚଳରେ ଏହି ଘଟଣା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ ଯେ, ଉକ୍ତ ଗ୍ରାମର ଶିଖର ସାହୁଙ୍କ ବଳଦ ସୋଲଗାଁ ଗ୍ରାମ୍ୟ ଜଙ୍ଗଲକୁ ଚରିବାକୁ ଯାଇଥିଲା। ଶିକାରୀ ଖଞ୍ଜିଥିବା ବୋମାକୁ ବଳଦ ଖାଇ ଦେଇଥିଲା। ଏହି ସମୟରେ ବଳଦ ପାଟି ଭିତରେ ବୋମା ବିସ୍ଫୋରଣ କରିଥିଲା। ଯାହା ଫଳରେ ବଳଦର ବେକର ଅଂଶଟି ସମ୍ପୂର୍ଣ୍ଣ ଭାବେ କ୍ଷତାକ୍ତ ହେବା ସହ ଖଣ୍ଡିଆ ଖାବରା ହୋଇଯାଇଥିଲା। ରକ୍ତାକ୍ତ ଅବସ୍ଥାରେ ବଳଦଟି ଚାରିଆଡ଼େ ବୁଲୁଛି। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି।
ଶିକାରୀଙ୍କର ଟାର୍ଗେଟରେ ବନ୍ୟଜନ୍ତୁ
|
February 4, 2021 |