ଶାଳପଟା ଜବତ ଘଟଣା :୩ ଅଭିଯୁକ୍ତ କୋର୍ଟ ଚାଲାଣ

Spread the love

ଠାକୁରମୁଣ୍ଡା, ୧୭/୦୯/୨୦ (ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା): ଠାକୁରମୁଣ୍ଡା ବନାଞ୍ଚଳରୁ ଶାଳପଟା ଜବତ ଘଟଣାରେ ବନ ବିଭାଗ ଦ୍ବାରା ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତମାନେ ହେଲେ ସରୁ ବିଲ ଗାଁର ରାମଚନ୍ଦ୍ର ବେହେରା, ଖଣ୍ଡବନ୍ଧ ପୁରୁଣାପାଣି ଗ୍ରାମର ମଦନ ମହାନ୍ତ, ଚିଆଁବେଡ଼ା ଗ୍ରାମର ଉଦୟ ହାଇବରୁ । ଶାଳପଟା ଚୋରା ଚାଲାଣ ବେଳେ ରବିବାର ବନବିଭାଗର କର୍ମଚାରୀମାନେ ଚଢ଼ଉ କରି ୩୪ ଖଣ୍ଡ ଶାଳକାଠ ପଟା ଜବତ କରିଥିଲେ । ଏହାସହ ଏହି ଚୋରା ଚାଲାଣରେ ସମ୍ପୃକ୍ତ ଥିବା ୩ ଜଣ ବ୍ୟକ୍ତିଙ୍କୁ ଗିରଫ କରିଥିଲେ । ଅଭିଯୁକ୍ତମାନଙ୍କୁ କେସ୍ ନମ୍ବର ୯୫/୨୦୨୦ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ କି, ଠାକୁରମୁଣ୍ଡା ରେଞ୍ଜ ଅଧିକାରୀ ପ୍ରଭାତ କୁମାର କୁଅଁର ଓ କେନ୍ଦୁମୁଣ୍ଡି ବନ୍ୟ ପ୍ରାଣୀ ରେଞ୍ଜର ରମେଶ ଚନ୍ଦ୍ର ମାଣ୍ଡି ଙ୍କ ନେତୃତ୍ବ ରେ ବନ ବିଭାଗର କର୍ମଚାରୀମାନେ ରବିବାର ରାତ୍ରି କାଳୀନ ପାଟ୍ରୋଲିଂ କରୁ ଥିଲେ ଏହି ସମୟରେ ସାଲେ ଇ ବେଡ଼ । ପଞ୍ଚାୟତ ରି ଅନ୍ତର୍ଗତ ଜାମୁ ପାଷି ନିକଟରେ ଏକ ପିକଅପ୍ ଭ୍ୟାନ୍କୁ ଅଟକାଇବାକୁ ଉଦ୍ୟମ କରିବାରୁ ବନ କର୍ମଚାରୀମାନଙ୍କୁ ଦେଖୁ ଭ୍ୟାନ୍ ଡ୍ରାଇଭର ଗାଡ଼ି ଧରି ଚମ୍ପଟ ମାରିଥିଲେ । ବନ କର୍ମଚାରୀମାନେ ଗାଡ଼ି କୁ ପିଛା କରିଥିଲେ । କିନ୍ତୁ ଭୋର ସମୟରେ ପ୍ରାୟ ୫ କିଲୋମିଟର ଦୂର ପରେ ବେପାରୀମାନେ ଭୌରାଣୀବେଡ଼ । ଗ୍ରାମ ଜଙ୍ଗଲ ନିକଟରେ ଶାଳପଟା ପକାଇ ଭ୍ୟାନ୍ଟି ଖସି ପଳାଇଥିଲା । ବନ କର୍ମଚାରୀମାନେ ଉକ୍ତ ପଟାଗୁ ଡ଼ି କୁ ଜବତ କରିବା ସହ ନିକଟରେ ସନ୍ଦେହଜନକ ଭାବରେ ବୁଲୁ ଥିବା ସରୁ ବିଲ ଗାଁର ରାମଚନ୍ଦ୍ର ବେହେରା, ଖଣ୍ଡବନ୍ଧ ପୁରୁଣାପାଣି ଗ୍ରାମର ମଦନ ମହାନ୍ତ, ଚିଆଁବେଡ଼ା ଗ୍ରାମର ଉଦୟ ହାଇବରୁ କୁ ବନଭିଭାଗ ଅଫିସ୍ କୁ ଉଠାଇ ଆଣିଥିଲେ ତଦନ୍ତ ପରେ ୩ ଜଣକୁ ଘଟଣା ସହି ସମୃକ୍ତ ଥିବା ନେଇ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ଉରେ ଫରେଷ୍ଟର ତପନ ମହାନ୍ତ, ନଳିନୀ ମହାନ୍ତ, ଜିତେନ୍ଦ୍ର କୁମାର ବେହେରା, ଠାକୁର ଦାସ ହେମ୍ରମ, ଫରେଷ୍ଟ ଗାଡି ଭବାନୀ ବେହେରା, ଗୌତମ ବେହେରା, ସଚ୍ଚିତାନନ୍ଦ ବେହେରାଙ୍କ ସମେତ ଟିପିଏଫ୍ କର୍ମୀମାନେ ସାମିଲ ଥିଲେ ।

Related Posts

About The Author

Add Comment