ଶାରଦା ଚିଟ୍‌ଫଣ୍ଡ୍‌ ମାମଲାରେ ଫସିଥିବା କୋଲକାତାର ପୂର୍ବତନ ପୁଲିସ କମିସନର ରାଜୀବ କୁମାରଙ୍କୁ ପୁଣି ୧ମାସ ସୁରକ୍ଷା ଦେଲେ ହାଇକୋର୍ଟ

Spread the love

କୋଲକାତା, ୩୧/୫ (ସନ୍ଧାନ ନିୟୁଜ) : ଶାରଦା ଚିଟ୍‌ଫଣ୍ଡ୍‌ ମାମଲାରେ କୋଲକାତାର ପୂର୍ବତନ ପୁଲିସ କମିସନର ରାଜୀବ କୁମାରଙ୍କୁ କୋଲକାତା ହାଇକୋର୍ଟ ୧ ମାସ ସୁରକ୍ଷା ଦେଇଛନ୍ତି। ଫଳରେ ଏହି ସମୟ ମଧ୍ୟରେ ତାଙ୍କୁ ଗିରଫ କରାଯାଇ ପାରିବ ନାହିଁ। ତେବେ ରାଜୀବ ଉକ୍ତ ମାମଲାରେ ସିବିଆଇ ପକ୍ଷରୁ ଜାରି ନୋଟିସ୍‌କୁ ରଦ୍ଦ କରିବାକୁ ଆବେଦନ କରିଛନ୍ତି। ନିର୍ବାଚନ ଆଚରଣବିଧି ପ୍ରତ୍ୟାହାର ପରେ ପଶ୍ଚିମ ବଙ୍ଗ ସରକାର ରାଜୀବଙ୍କୁ ସିଆଇଡି ଏଡିଜି ଭାବେ ଅବସ୍ଥାପିତ କରିଛନ୍ତି। ଏହାପରେ ରାଜୀବ କୋଲକାତା ହାଇ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ଶାରଦା ଚିଟ୍‌ଫଣ୍ଡ୍‌ ମାମଲାରେ ରାଜୀବଙ୍କୁ ହେପାଜତରେ ପଚରାଉଚରା କରିବା ପାଇଁ କୋର୍ଟର ଅନୁମତି ଚାହିବା ସହିତ ତାଙ୍କ ବିରୋଧରେ ସିବିଆଇ ଲୁକ୍‌ଆଉଟ୍‌ ନୋଟିସ୍‌ ଜାରି କରିଥିଲା। ତେବେ ସେତେବେଳେ ରାଜୀବ ଛୁଟିରେ ବାରଣାସୀ ଯାଇଥିଲେ ବୋଲି ପଶ୍ଚିମ ବଙ୍ଗ ସିଆଇଡି ସୂଚନା ଦେଇଥିଲା।

Related Posts

About The Author

Add Comment