ଯାଜପୁର ସଦର, ୩୧/୧୨ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲାର ଯେଉଁ କେତୋଟି ସର୍ବପୁରାତନ ହାଟ ରହିଛି ତନ୍ମଧ୍ୟରେ ଧର୍ମଶାଳା ଛତ୍ରତୋଟା ହାଟ ପରିଗଣିତ ହୁଏ । ଏହାର ଇତିହାସ ଅନୁଯାୟୀ ୧୮୭୭ ପୂର୍ବରୁ ଏହି ହାଟ ଚାଲି ଆସୁଛି । ଶହେ ବର୍ଷରୁ ଉର୍ଦ୍ଦ ସମୟ ଧରି ବ୍ରାହ୍ମଣୀ ନଦୀ କୂଳ ଓ ଧର୍ମଶାଳା ଥାନା ପାଶ୍ୱର୍ରେ ଥିବା ପଡିଆରେ ଶହଶହ ଚାକୁଣ୍ଡା ଗଛର ଛାଇ ତଳେ ବସେ ହାଟ । ଅତୀତରେ ଆଖପାଖରେ କୌଣସି ହାଟ ନଥିଲା ସମସ୍ତଙ୍କ ଧାଡିଛୁଟେ ଏହି ହାଟକୁ । ପ୍ରତି ଶୁକ୍ରବାର ଏହି ହାଟର ଜନଗହଳି ଏହି ହାଟ ବେପାରୀ ଓ ଗ୍ରାହକଙ୍କ ଭିଡରେ ପାଦ ପକାଇବାକୁ ଜାଗା ମିଳେନି । ପଡୋଶୀ ଢେଙ୍କାନାଳ, ଭଦ୍ରକ, କେନ୍ଦ୍ରାପଡା ଜିଲ୍ଲାରୁ ଗୋରୁଗାଈ କିଣିବା ନିମନ୍ତେ ଲୋକେ ଚାଲି ଚାଲି ଆସନ୍ତି । କିନ୍ତୁ ଧୀରେ ଧୀରେ ହାଟର ଚାହିଦା କମିଲା । କ୍ରମଶଃ ଲୋକେ ବଜାର ଉପରେ ନିର୍ଭର କଲେ । ପଞ୍ଚାୟତମାନଙ୍କରେ ହାଟ ଗଢିଉଠିଲା । ପନିପରିବା ବ୍ୟବସାୟୀମାନେ ସେହି ଗାଁ ହାଟରେ ନିଜ ଅମଳ ପନିପରିବା ବିକ୍ରୟ କଲେ । ଏଥି ସହ ୧୬ ନମ୍ବର ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ବାରବାଟୀ ପରିବା ମାର୍କେଟର ଚାହିଦା ବଢିଲା । ପ୍ରତିଦିନ ଲୋକେ ସେଠାରୁ ସଜ ପନିପରିବା କିଣିଲେ । ଏହା ଭିତରେ ବ୍ୟବସାୟୀ ଓ ଗ୍ରାହଙ୍କ ସଂଖ୍ୟାତ କମିଛି ହେଲେ ତଥାପି ଚମକ ହରାଇନି ଧର୍ମଶାଳା ସାପ୍ତାହିକ ହାଟ । ଏହାର ପୁଃନଉଦ୍ଧାର ନିମନ୍ତେ ବିଳମ୍ବରେ ହେଲେ ମଧ୍ୟ ନିଷ୍ପତି ନେଇଛନ୍ତି ଧର୍ମଶାଳା ବିଧାୟକ । ଗତ କିଛିଦିନ ତଳେ ସେ ଏହି ହାଟକୁ ଗସ୍ତ କରି ପାରିପାଶ୍ୱର୍ିକ ସ୍ଥିତି ଉପରେ ନଜର କରିଥିଲେ । ତାଙ୍କ ଅନୁରୋଧ କ୍ରମେ ଆଜି ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଧର୍ମଶାଳା ହାଟକୁ ପରିଦର୍ଶନରେ ଆସିଥିଲେ । ଅଞ୍ଚଳର ବହୁ ଚାଷୀ ପନିପରିବା ଚାଷ ଉପରେନିର୍ଭର କରିଥାନ୍ତି । ଏଣୁ ଚାଷୀମାନେ ଜାତୀୟ ରାଜପଥ ଅତିକ୍ରମ କରି ବାରବାଟୀ ବଜାରକୁ ପରିବା ବିକ୍ରୟ କରିବାକୁ ନେଇଥାନ୍ତି । ଏହି ସମସ୍ୟାକୁ ଦୂର କରିବା ସହ ଚାଷୀମାନଙ୍କ ଉତ୍ପାଦିତ ଫସଲର ବିକ୍ରୟ ସୁଯୋଗ ସୃଷ୍ଟି ପାଇଁ ଏଭଳି ପଦକ୍ଷେପ ନିଆଯାଉଥିବା କହିଛନ୍ତି ଜିଲ୍ଲାପାଳ । ଖୁବ୍ ଶୀଘ୍ର ଏହାର ଡିପିଆର ପ୍ରସ୍ତୁତ କରାଯିବ ସହ ପ୍ରାୟ ଦେଢ କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ଏହି ହାଇଟେକ ହାଟ ନିର୍ମାଣ କରାଯିବ । ଏଥିସହ ଏଠାରେ ଚାଷୀ ଓ ଖାଉଟି ମାନଙ୍କ ପାଇଁ ସବୁପ୍ରକାର ଆନୁସଙ୍ଗିକ ସମସ୍ତ ସୁବିଧା କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଶହେ ବର୍ଷର ଧର୍ମଶାଳା ଛତ୍ର ତୋଟା ହାଟ ହେବ ହାଇଟେକ ହାଟ-ଜିଲ୍ଲାପାଳ
|
January 1, 2020 |