ଶଳା ଭିଣୋଇ ଦୁର୍ଘଟଣାଗ୍ରସ୍ତ

Spread the love
ଗଞ୍ଜାମ୧୭ /୦୧/୨୦୨୦ (ସନ୍ଧାନ ନିଉଜ): ବାରମ୍ବାର ସଚେତନ ସତ୍ତ୍ବେ ସୁଧୁରୁନାହାନ୍ତି ଯୁବପିଢୀ। ଗାଡି ଚଳାଇଲାବେଳେ ବିଭିନ୍ନ ପ୍ରକାର ଜୀବନ ହାନି କରୁଥିବା ହରକତ କରି ପଡୁଛନ୍ତି ମୃତ୍ୟୁମୁଖରେ। ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି  ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଅଞ୍ଚଳରେ। ଘଟଣାସ୍ଥଳରେ ଜଣେ ମୃତ ଜଣେ ଗୁରୁତର ହୋଇଛନ୍ତି। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ନିକଟସ୍ଥ ତାରାତାରିଣୀ ମନ୍ଦିର ନିକଟରେ। ସୂଚନା ମୁତାବକ   ନିକଟବର୍ତ୍ତୀ  ଅଞ୍ଚଳର ଶିବଶଙ୍କର ସାହୁ ନିଜ ଶଳା ଶିବ ପାତ୍ରଙ୍କ  ସହିତ ତାରାତାରିଣୀ ମନ୍ଦିରକୁ ଆସିଥିଲେ ବାଟରେ ୧୦ରୁ ଅଧିକ ଟିକଟକ ଭିଡିଓ କରିଥିଲେ । ଠାକୁରାଣୀଙ୍କୁ ଦର୍ଶନ ପରେ ଉଭୟ ପୁଣି ବାଟରେ ଫେରିବା ବେଳେ ଟିକଟକ ଭିଡିଓ କରିଥିଲେ। ଟିକଟକ ଭିଡିଓରେ ଏତେ ବିଭୋର ହୋଇଯାଇଥିଲେ ଯେ ଖଜୁରିଆ ବ୍ରୀଜ ନିକଟରେ ଛିଡା ହୋଇଥିବା ଏକ ଟ୍ରକକୁ ପିଟି ହୋଇଯାଇଥିଲେ । ଯାହା ଫଳରେ ଘଟଣା ସ୍ଥଳରେ ଶିବଶଙ୍କରଙ୍କର ମୃତ ହୋଇଥିବା ବେଳେ ତାଙ୍କ ଶଳା ଶିବ ପ୍ରାତ୍ର  ଗୁରୁତର ହୋଇ ପଡିଥିଲେ ।

Related Posts

About The Author

Add Comment