ବାହାନଗା/ବାଲେଶ୍ୱର, ୦୪/୧/୨୦ (ସନ୍ଧାନ ନିଉଜ) : ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଗୋପାଳପୁର ଫାଣ୍ଡି ଅଧିନ ନୂଆପୁର ଗ୍ରାମର ଏକ ବିବାହିତା ମହିଳା ମୃତ୍ୟୁକୁ ନେଇ ବାପଘରେ ଲୋକେ ମହିଳାର ଶବକୁ ଗୋପାଳପୁର ଫାଣ୍ଡି ଆଗରେ ଓ ପରେ ଗୋପାଳପୁର ବଜାରରେ ରଖି ଧାରଣା ଦେଇଥିବାର ଜଣାପଡ଼ିଛି। ସୂଚନା ଅନୁସାରେ ନୂଆପୁର ୮ନଂ ୱାର୍ଡ଼ର ପୀତାମ୍ବର ମହାପାତ୍ରଙ୍କ ପୁଅ ବଟ(୨୦) ଅଠିଳାବାଜ ଗ୍ରାମର ବିକାଶ ରାଉତଙ୍କ ଝିଅ ଝୁନି(୧୭)ଙ୍କୁ ଜୋରଜବଦସ୍ତ ଉଠାଇ ଆଣି ୨୦୧୯ମସିହାରେ ବିବାହ କରିଥିଲେ। ଗତ ଗୁରୁବାର ଦିନ କୌଣସି ପାରିବାରିକ କଳହରୁ ଝୁନି ନିଜ ଶୋଇବା ଘର କବାଟ ଦିଆ ଯାଇଥିବାର ଘର ଲୋକେ ଦେଖିଥିଲେ। କବାଟ ଫିଟାଇ ଯିବା ବେଳକୁ ଝୁନି ବେକରେ ରସି ଲଗାଇ ଦେଇଥିଲା। ଘର ଲୋକେ ବାପଘର ଅଠିଳାବାଜକୁ ଖବର ଦେଇଥିଲେ। ଝୁନିକୁ ନିକଟସ୍ଥ ଗୋପାଳପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଆସିଥିଲେ। ବାପଘର ଲୋକେ ପହଞ୍ଚି ଝୁନିର ଅବସ୍ଥା ଗୁରୁତର ଜାଣି ତାକୁ ବାଲେଶ୍ୱର ସଦର ହସପିଟାଲକୁ ନେଇ ଯାଇଥିଲେ। ସେଠାରେ ଝୁନିକୁ ମୃତ ଘୋଷଣା କରାଯାଇଥିଲା। ପରେ ସୋର ଅତିରିକ୍ତ ତହସିଲଦାର ଲିପ୍ସା ରାୟ ଙ୍କ ଉପସ୍ଥିତିରେ ପୋଷ୍ଟମଟମ ହୋଇ ଶବ ବାପଘର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ବାପଘର ଲୋକେ ଶ୍ୱଶୁର ଘର ନୂଆପୁରକୁ ଖବର ଦେଇଥିଲେ ମଧ୍ୟ ଶ୍ୱଶୁର ଘର ଲୋକେ କେହି ଆସିନଥିଲେ। ଫୋନରେ ଯାଉଛୁ ଗଲେ ଫାଣ୍ଡିରେ ବୁଝାମଣା ହେବ ବୋଲି କହି ଥିଲେ। ପରେ ବାପଘର ଲୋକେ ଶବ ଧରି ଫାଣ୍ଡିରେ ପହଞ୍ଚି ଅପେକ୍ଷା କରିଥିଲେ। କିନ୍ତୁ କେହି ନଆସିବାରୁ ଧାରଣା ଦେଇଥିଲେ। ଫାଣ୍ଡିରେ ସମସ୍ୟା ବୁଝିବାରେ ବିଳମ୍ବ ହେବାରୁ ସେମାନେ ଶବକୁ ଗୋପାଳପୁର ବଜାରର ମଝିରେ ରଖି ଧାରଣା ଦେଇଥିଲେ। ଖବର ପାଇ ଖନ୍ତାପଡ଼ା ଆଇଆଇସି ସଞ୍ଜୟ ରାଉତ ଗୋପାଳପୁର ଫାଣ୍ଡିରେ ପହଞ୍ଚି ଫାଣ୍ଡିଅଧିକାରୀ ବଂଶୀଧର ପ୍ରଧାନଙ୍କ ଉପସ୍ଥିତିରେ ସମାଧାନ ଉଦ୍ୟମ ଜାରୀ ରହିଥଲାା
ଶବକୁ ଫାଣ୍ଡି ଓ ପରେ ବଜାରରେ ରଖି ଧାରଣା
|
January 4, 2020 |



