ଭୁବନେଶ୍ବର, ୦୫.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଡ. ଏସ.ମୁରଲୀଧର ଆଜି ପୂର୍ବାହ୍ନରେ ଶପଥ ନେଇଛନ୍ତି । ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଶପଥ ପାଠ କରାଇଥିଲେ। ଏହା ପୂର୍ବରୁ ଡ ମୁରଲୀଧର ପଞ୍ଜାବ ଓ ହରିଆନା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରୁଥିଲେ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିଯୁକ୍ତିପତ୍ର ପାଠ କରିବା ପରେ ରାଜ୍ୟପାଳ ଶପଥ ପାଠ କରାଇଥିଲେ । ଶପଥ ଗ୍ରହଣ ଉତ୍ସବରେ ଡ. ମୁରଲୀଧରଙ୍କ ମାଆ, ଓଡ଼ିଶା ହାଇକୋର୍ଟର ବହୁ ବିଚାରପତି ଓ ତାଙ୍କ ଦ୍ଵାରା ନିମନ୍ତ୍ରିତ ଦିଲ୍ଲୀ ହାଇକୋର୍ଟର ବିଚାରପତି ସୁରେଶ କୁମାର କଇତ, ତନ୍ତ ସିଂ, ପଞ୍ଜାବ ଓ ହରିଆନା ହାଇକୋର୍ଟର ବିଚାପତି ଅରୁଣ ମୋଙ୍ଗା ଏବଂ ଡ. ମୁରଲୀଧରଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ କାର୍ଯ୍ୟାଳୟରୁ ଭିଡିଓ କନଫରେନ୍ସି ମାଧ୍ୟମରେ ଉତ୍ସବରେ ଅଂଶ ଗ୍ରହଣ କରିଥିବା ବେଳେ ରାଜଭବନରେ ଆଇନମନ୍ତ୍ରୀ ପ୍ରତାପ ଜେନା, ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଆର, ବାଲକ୍ରିଷ୍ଣନ, ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା, ଓଡ଼ିଶା ହାଇକୋର୍ଟ ପାଇଁ ଭାରତର ଆସିଷ୍ଟାଣ୍ଡ ସଲିସିଟର ଜେନେରାଲ ପ୍ରସନ୍ତକୁମାର ପାଢ଼ୀ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା, ଆଇନ ବିଭାଗ ପ୍ରମୁଖ ସଚିବ ଶଶିକାନ୍ତ ମିଶ୍ର, ପୁଲିସ ମହାନିର୍ଦ୍ଦେଶକ ଅଭୟ ପୁଲିସ କମିଶନର ସୁଧ୍ୟଶୁ ଷଡ଼ଙ୍ଗୀଙ୍କ ସମେତ ଓଡ଼ିଶା ହାଇକୋର୍ଟର ପଦାକାରୀମାନେ ଉତ୍ସବରେ ଯୋଗ ଦେଇଥିଲେ। କୋଭିଡ ନିୟମାବଳୀ ପାଳନ କରାଯାଇ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା ।
ଶପଥ ନେଲେ ମୁଖ୍ୟ ବିଚାରପତି ଏସ.ମୁରଲୀଧର
|
January 5, 2021 |