ରସୁଲପୁର, ୧୧/୫ (ସନ୍ଧାନ ନିୟୁଜ) : ଓଡିଶାର ୩ୟ ସର୍ବବୃହତ ଗ୍ରହରାଜ ଶନିଶ୍ଚରଙ୍କ ୫୪ତମ ବାର୍ଷିକ ଯଜେ୍ଞାତ୍ସବ ଏବଂ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳା ଦେଖିବାକୁ ଯାଜପୁର ତଥା ଓଡିଶାର କୋଣଅନୁକୋଣରୁ ହଜାର ହଜାର ଭକ୍ତ ଛୁଟି ଆସିଥାନ୍ତି ବାବା ଶନିଦେବଙ୍କ କୃପା ପାଇବା ପାଇଁ ଏହି ରାଛିପୁର ଗ୍ରାମକୁ । ହଜାର ହଜାର ଶ୍ରଦ୍ଧାଳୁ ମାନସିକ ରଖି ବାବା ଶନିଦେବଙ୍କ ଉପରେ ଜଳଲାଗି କରିଥିଲେ । ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ଖରାକୁ ଖାତିର୍ ନକରି ଧାଡିରେ ରହି ବାବା ଶନିଦେବଙ୍କ ଉପରେ ଜଳଲାଗି କରିଥିଲେ । ଏହି ପୂଣ୍ୟତିଥି ଅବସରରେ ବିଭିନ୍ନ ସାମାଜିକ ଅନୁଷ୍ଠାନ ତରଫରୁ ଜଳଛତ୍ର ଖୋଲାଯାଇ ବାବା ଶନିଦେବଙ୍କ ବ୍ରତଧାରୀମାନଙ୍କୁ ଜଳବଣ୍ଟନ କରାଯାଇଥିଲା । ମନ୍ଦିରର ପୂର୍ବ ପାଶ୍ୱର୍ରେ ଅବସ୍ଥିତ ଆକାଶିଆ ବଣଠାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ର ଭିକିପୁର ଆନୁକୁଲ୍ୟରେ ଭିକିପୁର ଏବଂ ଛୋଟରାୟପୁରର କିଛି ସମାଜସେବୀ ଯୁବବନ୍ଧୁଙ୍କୁ ନେଇ ଏକ ବିଶାଳ ଜଳଛତ୍ର ଅନୁଷ୍ଠିତ ହୋଇଯାଇଛି । ସାଧନ ଚନ୍ଦ୍ର ଘଡାଇଙ୍କ ନେତୃତ୍ôରେ ଗ୍ରାମର ସତ୍ୟପ୍ରକାଶ ଘଡାଇ,ଯଦୁନାଥ ତ୍ରିପାଠୀ,ରଘୁନାଥ ପାତ୍ର,ସତ୍ୟାନନ୍ଦ ସାହୁ(ଲକ୍ଷ୍ମୀନଘର) ,ଅଂଜନ ସାମଲ, ସଂଜୟ ପ୍ରଧାନ(ତରାପୁର),ପ୍ରତାପ ଘଡାଇ,ଦିପକ ଦାଶ,ଆଲୋକ ଦାଶ,ରଜତ କୁମାର ପତି ,ହୃଷିକେଶ ମହଲା,ଗଣେଶ ସାହୁ,ଅନାମ ସାହୁ ପ୍ରମୁଖ ସକାଳ ୭ ଘଟିକାଠାରୁ ସନ୍ଧ୍ୟା ୫ ଘଟିକା ପର୍ଯ୍ୟନ୍ତ ବାବା ଶନିଦେବଙ୍କ ଭକ୍ତମାନଙ୍କୁ ଦହି ମିଶା ସରବତ ଯୋଗାଇ ଦେଉଥିଲେ ।
ଶନିଶ୍ଚର ମେଳା ନିମନ୍ତେ ଜଳଯୋଗାଣ
|
May 11, 2019 |